Dailyhunt
ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି:ପ୍ରଭାତୀ ପରିଡ଼ା

ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି:ପ୍ରଭାତୀ ପରିଡ଼ା

ODIASpotNEWS 2 weeks ago

ଭୁବନେଶ୍ୱର: ଗୃହରେ ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦାନା ମାଝୀ ଘଟଣାରେ ଓଡିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ'ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ। ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା, ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ମହିଳା ସଂରକ୍ଷଣ ବିଲ୍ ଆସିବା ପୂର୍ବରୁ ମୁଁ ସ୍ଵତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଥିଲି। ଆଲୋଚନା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ। ଡବଲ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ଆମେରିକା ଲେଖିଲା ପର୍ୟ୍ୟଟକ ଓଡ଼ିଶା ଯାଆନ୍ତୁ ନାହିଁ ମହିଳା ଅସୁରକ୍ଷିତ। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା। ମିଛ ଅପପ୍ରଚାର କରୁଛି ବିଜେପି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି। ସୀମା ନିର୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ।

ଏହି ସମୟରେ ନବୀନ କଟାକ୍ଷ କରି କହିଥିଲେ ଯେ ମୋତେ ଓଡ଼ିଆରେ କହିବା ପାଇଁ କହୁଥିଲେ, ଏବେ ମୁଁ କହୁଛି ଶୁଣନ୍ତୁ। ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି ମୁଁ ଥିଲା ପର୍ୟ୍ୟନ୍ତ ଓଡ଼ିଶାର ହକକୁ କେହି ବଞ୍ଚିତ କରିପାରିବେ ନାହିଁ। ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କାନ୍ଦଣା ବନ୍ଦ କରନ୍ତୁ। ସେପଟେ ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। କେନ୍ଦୁଝର କଙ୍କାଳ ଘଟଣାରେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ହେଲେ କିଛି ସମୟ ପରେ ବିଧାୟକମାନେ ଗୃହକୁ ଫେରିଛନ୍ତି। ଆଲୋଚନାରେ ଭାଗ ନେଇଛନ୍ତି। ..

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS