ଭୁବନେଶ୍ୱର: ସଫାରୀରେ ଭାଲୁକୁ ଖାଇବା ଦେବା ପଡ଼ିଲା ମହଙ୍ଗା ।
ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆସନ୍ତାକାଲି ସଫାରୀ ସେବା ଯୋଗାଉଥିବା ସଂସ୍ଥାର କର୍ମକର୍ତ୍ତାଙ୍କୁ ସଫାରୀର ନିୟମାବଳୀ ସମ୍ପର୍କରେ ସଚେତନ କରାଯିବ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । ସେହିପରି ଆହାତ ଗାଇଡଙ୍କ ଭବିଷ୍ୟତରେ ଏଭଳି ନକରିବାକୁ ଅଣ୍ଡରଟେକିଂ ଲେଖାଯିବ ବୋଲି ସେ କହିଛନ୍ତି । ତତସହିତ ଅନ୍ୟ ଗାଇଡ୍ ମାନେ ବୃତ୍ତିଗତ ଶୃଙ୍ଖଳା ରକ୍ଷା କରିବାକୁ ସତର୍କ କରାଯିବ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ।
