Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିଷ୍ପତ୍ତି ବଦଳାଇଲା ପ୍ରଶାସନ: ରଥଯାତ୍ରାରେ  ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ନିଷ୍ପତ୍ତି ବଦଳାଇଲା ପ୍ରଶାସନ: ରଥଯାତ୍ରାରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ODIASpotNEWS 4 months ago

ପୁରୀ: ନିଷ୍ପତ୍ତି ବଦଳାଇଲା ପ୍ରଶାସନ । ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନିକ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ଥିରିକୃତ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ ।

ମାତ୍ର ଶ୍ରୀମନ୍ଦିରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କୌଣସି ରନ୍ଧା ଖାଦ୍ୟ ପରିବେଷଣ କରାଯାଇ ପାରିବନାହିଁ । କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଫଳରେ ଶ୍ରଦ୍ଧାଳୁମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାଥାଉକି, ୧୧ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏବର୍ଷ ପ୍ରାୟ ୨୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ନିମନ୍ତେ ଖାଦ୍ୟ, ପାନୀୟ ବଣ୍ଟନ ସୁବ୍ୟବସ୍ଥା କରିବା ଦାୟିତ୍ୱ ପ୍ରଶାସନ ଉପରେ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS