Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ

ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ

ODIASpotNEWS 2 days ago

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ ଅଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ ସଂସଦ ଅଧିବେଶନ ଅବସରରେ ଓଡ଼ିଶାର ସାଂସଦମାନଙ୍କ ଏକ ବୈଠକ କରିଛନ୍ତି।ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ବୈଠକରେ ରାଜ୍ୟର ବିଭିନ୍ନ ବିକାଶମୂଳକ ବିଷୟ ସହ ଲର୍ଣ୍ଣିଂ ଡିଜାବିଲିଟି ଦ୍ୱାରା ଶୀକାର ହୋଇଥିବା ପିଲାମାନଙ୍କ ପାଠପଢାରେ ସ୍ବତନ୍ତ୍ର ସହାୟତାର ଆବଶ୍ୟକତା ଉପରେ ଆଲୋଚନା କରିଥିବା ଜଣାପଡିଛି।

ଟୁଇଟ୍‌ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଅଧୀନରେ ପାଠପଢା ଶିଖିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରିବା, ସେମାନଙ୍କୁ ସଠିକ ଉପାୟରେ ପଢ଼ାଇବା ଏବଂ ସେମାନଙ୍କ ଶିକ୍ଷାଗତ ଫଳାଫଳରେ ଉନ୍ନତି ଆଣିବା ଆମର ମୁଖ୍ୟ ଲକ୍ଷ୍ୟ ।

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ 'ପ୍ରଶସ୍ତ' ଆପ ମାଧ୍ୟମରେ ସ୍କୁଲଗୁଡ଼ିକରେ ଭିନ୍ନକ୍ଷମ ଓ ପାଠପଢ଼ାରେ ଅସୁବିଧା ଭୋଗ କରୁଥିବା ପିଲାମାନଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ। ସାଂସଦମାନେ ନିଜ ନିଜ ସଂସଦୀୟ କ୍ଷେତ୍ରରେ ଏହି ବିଷୟକୁ କିପରି ପ୍ରାଧାନ୍ୟ ଦେବେ, ସ୍କୁଲ ସ୍ତରରେ ସଚେତନତା ସୃଷ୍ଟି କରିବେ ଏବଂ ପ୍ରତ୍ୟେକ ପ୍ରତିଭାକୁ ମୁଖ୍ୟସ୍ରୋତରେ ଯୋଡ଼ିବେ ସେସବୁକୁ ତଦାରଖ କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS