ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଡିଫେଡ଼ିଂ ଚମ୍ପିଆନ ଆର୍ଜେଂଟିନାକୁ ୩-୧ରେ ହରାଇଛି ଭାରତୀୟ ଟିମ । ଶେଷ ଦୁଇ ମିନିଟରେ ଦୁଇଟି ଗୋଲ କରି ଭାରତ ଚତ୍ମକାରିତା ଦେଖାଇଥିଲା । ପ୍ରଥମ ଦୁଇଟି କ୍ୱାର୍ଟରରେ ଗୋଲ ଶୂନ୍ୟ ଥିବା ଭାରତ ୪୩ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲା ।