Dailyhunt
ପଦକ ଆଶା : କ୍ୱାର୍ଟରରେ ଭାରତୀୟ ପୁରୁଷ ହକି

ପଦକ ଆଶା : କ୍ୱାର୍ଟରରେ ଭାରତୀୟ ପୁରୁଷ ହକି

ODIASpotNEWS 4 years ago

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଡିଫେଡ଼ିଂ ଚମ୍ପିଆନ ଆର୍ଜେଂଟିନାକୁ ୩-୧ରେ ହରାଇଛି ଭାରତୀୟ ଟିମ । ଶେଷ ଦୁଇ ମିନିଟରେ ଦୁଇଟି ଗୋଲ କରି ଭାରତ ଚତ୍ମକାରିତା ଦେଖାଇଥିଲା ।

ପ୍ରଥମ ଦୁଇଟି କ୍ୱାର୍ଟରରେ ଗୋଲ ଶୂନ୍ୟ ଥିବା ଭାରତ ୪୩ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲା ।

ବରୁଣ କୁମାର ପ୍ରଥମ ଗୋଲ ଦେଇଥିବାବେଳେ ମ୍ୟାଚର ୫୮ତମ ମିନିଟରେ ବିବେକ ସାଗର ପ୍ରସାଦ ଓ ୫୯ତମ ମିନିଟରେ ହରମନପ୍ରୀତ ସିଂ ଗୋଲ ସ୍କୋର କରିଥିଲେ । ପୁଲ-ଏରେ ଭାରତ ତିନୋଟି ମ୍ୟାଚରେ ବିଜୟୀ ହୋଇଛି । ଅପରପକ୍ଷରେ ଆର୍ଜେଂଟିନାର ସ୍କୁଥ କାସେଲା ପେନାଲଟି କର୍ଣ୍ଣର ବଳରେ ଗୋଲ ସ୍କୋର କରିଥିଲେ । କ୍ୱାର୍ଟର ଫାଇନାଲ ଜିତିବା ପାଇଁ ଆର୍ଜେଂଟିନାକୁ ହରାଇବାର ଆବଶ୍ୟକତା ରହିଥିଲା । ଭାରତ ବିଜୟୀ ହେବା ଫଳରେ ପଦକ ଆଶା ସଂଚାର ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS