Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଞ୍ଚୁକ ସ୍ନାନ କରିବାକୁ ଯାଇ ଋଷିକୂଲ୍ୟାରେ ଭାସିଗଲେ ମହିଳା

ପଞ୍ଚୁକ ସ୍ନାନ କରିବାକୁ ଯାଇ ଋଷିକୂଲ୍ୟାରେ ଭାସିଗଲେ ମହିଳା

ODIASpotNEWS 5 hrs ago

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେଏନ୍‌ପୁର ଗ୍ରାମରେ ଏକ ଅଘଟଣ ଘଟିଛି। ପବିତ୍ର କାର୍ତ୍ତିକ ମାସରେ ପଞ୍ଚୁକ ସ୍ନାନ ପାଇଁ ଜଣେ ମହିଳା ନଦୀକୁ ରବିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ସେ ହେଲେ ଶୁଭଲକ୍ଷ୍ମୀ ବେହେରା (୩୫)। ଘଟଣାରୁ ଜାଣିବାକୁ ମିଳିଛି ଯେ, ଗ୍ରାମର କିଛି ମହିଳା ମିଶି ପଞ୍ଚୁକ ଲାଗି ନଦୀକୁ ଯାଇ ଗାଧୋଇବା ବେଳେ ହଠାତ୍‌ ଶୁଭଲକ୍ଷ୍ମୀଙ୍କ ଗୋଡ଼ ଖସିଯାଇଥିଲା।

ଫଳରେ ସେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହାଦେଖି ପାଖରେ ଥିବା ଲୋକେ ଗ୍ରାମବାସୀଙ୍କୁ ଖବର ଦେଇଥିବାବେଳେ ଗ୍ରାମବାସୀ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କୁ ଜଣାଇଥିଲେ। ତହସିଲଦାର ଘଟଣାକୁ ଗୁରୁତର ସହ ନେଇ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଦମକଳ ବାହିନୀ ସହ ଘଟଣାସ୍ଥଳକୁ ଯାଇ ବୋଟ୍‌ ମାଧ୍ୟମରେ ନଦୀର ପାଣିରେ ଖୋଜାଖୋଜି ଜାରି ରଖିଥିଲେ ହେଲେ ବର୍ତ୍ତମାନ ସୁଦ୍ଧା ଶୁଭଲକ୍ଷ୍ମୀଙ୍କ କୌଣସି ପତ୍ତା ମିଳିନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS