ଭଦ୍ରକ: ପାଇଖାନାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଦ୍ରକ ଟାଉନ ଥାନା ଚରମ୍ପା ବଜାରରେ ଅଭାବନୀୟ ଘଟଣା। ଘର ପାଇଖାନାରୁ ଛାତ୍ରଙ୍କ ହାତ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ମୃତକ ଯୁକ୍ତ ୩ ବାଣିଜ୍ୟ ୨ୟ ବର୍ଷର ଛାତ୍ର। ସକାଳୁ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।
ତାଙ୍କର ପଛପଟୁ ହାତ ବନ୍ଧା ହୋଇଥିଲା ଓ ମୁହଁରେ କପଡା ବନ୍ଧା ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

