Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଥର ଖଣିରେ  ପଥର ଧସି 7 ଶ୍ରମିକ ମୃତ

ପଥର ଖଣିରେ ପଥର ଧସି 7 ଶ୍ରମିକ ମୃତ

ODIASpotNEWS 2 weeks ago

ବେଙ୍ଗାଲୁରୁ (କର୍ଣ୍ଣାଟକ): ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାସ୍ଥିତ ଏକ ପଥର ଖଣିରେ ଏକ ବିରାଟ ପଥର ଖଣ୍ଡ ଧସି ପଡ଼ିବା ଫଳରେ 7 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମଦପଟ୍ଟନାରେ ଆଜି ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ପଥର କ୍ରସର ସାଇଟରେ ନିୟୋଜିତ ଦିନମଜୁରିଆ ଶ୍ରମିକମାନେ ଖସି ପଡ଼ିଥିବା ପଥର ତଳେ ଫସି ରହି ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।

ଆଜି ସକାଳ ପାଖାପାଖି 6ଟାରୁ 6:30 ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଶ୍ରମିକମାନେ ପଥର ଖନନ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ବିହାର ଏବଂ ଆସାମର ଶ୍ରମିକ ବୋଲି ଅନୁମାନ କରାଯାଉଛି । ପଥର ତଳେ ଆହୁରି ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରାୟ 15 ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରେ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ପଥର ଭୁଶୁଡ଼ିବା ପରେ ଉଦ୍ଧାରକାରୀ ଦଳ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି ।
ପୋଲିସ କହିଛି, ଶ୍ରମିକମାନେ ଏକ ପଥର ଖଣି ଭିତରେ ଥିବା ସମୟରେ ଏକ ବିରାଟ ପଥର, ସେମାନଙ୍କ ଉପରେ ପଡ଼ିଯିବା ଫଳେ ଏହି ଦୁର୍ଘଟଣା ଘଟିଛି ।"

ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଖଣି ମାଲିକମାନେ ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ତ୍ତବ୍ୟବଦ୍ଧ, ସୁରକ୍ଷା ମାନଦଣ୍ଡ ଉଲ୍ଲଂଘନ କରୁଥିବା ଅପରେଟରମାନଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ଆମେ ସାରା ରାଜ୍ୟରେ ଏହି ପ୍ରକାରର ପଥର ଖଣି କାର୍ଯ୍ୟକଳାପ ଉପରେ ଏକ ନୂତନ ମାର୍ଗଦର୍ଶିକା ଜାରି କରିବୁ । କ୍ଷତିପୂରଣ ପ୍ରାଥମିକତା ନୁହେଁ । କ୍ଷତିପୂରଣ ଆମେ ସେମାନଙ୍କୁ ଦେବୁ । ଏଥିରେ କୌଣସି ସନ୍ଦେହ ନାହିଁ । କର୍ଣ୍ଣାଟକରେ ଏପରି ଘଟଣା ଆଉ ଯେପରି ନ ଘଟେ ଏହା ମୋର ପ୍ରାଥମିକତା ରହିବ ।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS