Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫ୍ରିଜ୍ ହେଲା ତୃଣମୂଳ କଂଗ୍ରେସ ନାଁ ଓ ଚିହ୍ନ

ଫ୍ରିଜ୍ ହେଲା ତୃଣମୂଳ କଂଗ୍ରେସ ନାଁ ଓ ଚିହ୍ନ

ODIASpotNEWS 1 day ago

ଶ୍ଚିମବଙ୍ଗରେ ଉପନିର୍ବାଚନ ପୂର୍ବରୁ ଟିଏମସିକୁ ବଡ଼ ଝଟକା। ଫ୍ରିଜ୍ ହେଲା ତୃଣମୂଳ କଂଗ୍ରେସ ନାଁ ଓ ଚିହ୍ନ। ଆସନ୍ତା ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ନନ୍ଦୀଗ୍ରାମ ଏବଂ ରେଜିନଗର ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ 'ସର୍ବଭାରତୀୟ ତୃଣମୂଳ କଂଗ୍ରେସ'ର ନାଁ ଏବଂ ଏହାର 'ଘାସ ଓ ଫୁଲ' ସିମ୍ବଲକୁ ସ୍ଥଗିତ କରିଦେଇଛନ୍ତି।

ଟିଏମସି ଏବେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବାବେଳେ ଅନ୍ୟପଟେ ରିତବ୍ରତ ବାନାର୍ଜୀ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ଉପନିର୍ବାଚନରେ ଦଳର କୌଣସି ବି ଗୋଷ୍ଠୀ ଦଳୀୟ ନାମ କିମ୍ବା ସଂକେତ ବ୍ୟବହାର କରିପାରିବେ ନାହିଁ।

ଉଭୟ ପକ୍ଷକୁ ନିର୍ବାଚନରେ ସମାନ ସୁଯୋଗ ଦେବା ପାଇଁ ଏହି ସ୍ଥଗିତାଦେଶ ଜାରି କରାଯାଇଛି। ଏହାସହ ତିନୋଟି ପସନ୍ଦର ନୂଆ ନାମ ଏବଂ ମୁକ୍ତ ଚିହ୍ନର ତାଲିକା କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ତେବେ ଉଭୟ ଗୋଷ୍ଠୀ ନିଜର ନୂଆ ନାମରେ ମୂଳ ପାର୍ଟି 'ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ଶବ୍ଦକୁ ଯୋଡ଼ି ବ୍ୟବହାର କରିପାରିବେ।

ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସରେ ବଡ଼ ଦଳୀୟ ବିଭାଜନ ଦେଖାଦେଇଛି। ବିଦ୍ରୋହୀ ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ରିତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀରେ ୫୮ ଜଣ ବିଧାୟକ ସାମିଲ ଥିବା ବେଳେ ମମତା ବାନାର୍ଜୀଙ୍କ ସହ କେବଳ ୨୦ ଜଣ ବିଧାୟକ ରହିଥିବା ଚର୍ଚ୍ଚା ହେଉଛି। ନନ୍ଦୀଗ୍ରାମ ଏବଂ ରେଜିନଗର ଆସନ ପାଇଁ ଉଭୟ ପକ୍ଷ ନିଜ ନିଜର ପ୍ରାର୍ଥୀ ଛିଡ଼ା କରି ଦଳୀୟ ଚିହ୍ନ ଉପରେ ନିଜର ଦାବି ସାବ୍ୟସ୍ତ କରୁଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS