Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାକରାଇଲେ କାର୍ୟ୍ୟାନୁଷ୍ଠାନ

ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାକରାଇଲେ କାର୍ୟ୍ୟାନୁଷ୍ଠାନ

ODIASpotNEWS 3 weeks ago

ଭୁବନେଶ୍ୱର: ପଟିଆଲାରେ ପୋଷା କୁକୁର ଦ୍ୱାରା ଦମ୍ପତି ଆକ୍ରମଣର ଘଟଣା ପରେ ଭୁବନେଶ୍ୱରରେ ପୋଷା କୁକୁର ମାଲିକଙ୍କୁ ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ। କୁକୁର ରଖିବାରେ ଆପତ୍ତି ନାହିଁ, କିନ୍ତୁ ଏହାଦ୍ୱାରା ଅନ୍ୟମାନଙ୍କ ସମସ୍ୟା ହେଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମେୟର କହିଛନ୍ତି, ନିଜ ସଉକ ପାଇଁ ପୋଷା କୁକୁର ରଖୁଥିବା ମାଲିକମାନେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ।

କୁକୁରକୁ ନିୟନ୍ତ୍ରଣରେ ରଖିବା ସହ ଏହା ଯେପରି ଅନ୍ୟ କାହାକୁ ଆକ୍ରମଣ ନ କରେ, ସେଥିପ୍ରତି ମାଲିକଙ୍କୁ ସଚେତନ ରହିବାକୁ ପଡ଼ିବ। ସେହିପରି ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାଇବା, ଈଗଉର ସୌନ୍ଦର୍ୟ୍ୟକରଣ ନଷ୍ଟ କରିବା ଏବଂ ଅନ୍ୟ ଲୋକଙ୍କୁ ହଇରାଣ କରିବା ଭଳି କାର୍ୟ୍ୟରୁ ମାଲିକମାନେ ନିବୃତ୍ତ ରହିବା ଆବଶ୍ୟକ ବୋଲି ମେୟର କହିଛନ୍ତି। ଲିଫ୍ଟରେ କୁକୁରକୁ ନେବା ସମୟରେ ମଧ୍ୟ ଅନ୍ୟ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଧ୍ୟାନ ଦେବାକୁ ପଡ଼ିବ। କୁକୁର ମାଲିକଙ୍କ ନିୟନ୍ତ୍ରଣରୁ ବାହାରି ଅନ୍ୟକୁ ଆକ୍ରମଣ କଲେ କିମ୍ବା ସାଧାରଣ ଲୋକଙ୍କ ସମସ୍ୟା ସୃଷ୍ଟି କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ପୋଷା କୁକୁର ରଖିବା ନେଇ ମାଲିକମାନେ ନିୟମ ମାନିବା ସହ ଅନ୍ୟ ଲୋକଙ୍କ ସୁରକ୍ଷା ଓ ସୁବିଧା ପ୍ରତି ଦାୟିତ୍ୱବାନ ହେବାକୁ ମେୟର ଆହ୍ୱାନ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS