Dailyhunt
ସୁନା ଚେନ୍ ଝାମ୍ପି ନେଲେ

ସୁନା ଚେନ୍ ଝାମ୍ପି ନେଲେ

ODIASpotNEWS 5 years ago

ଭୁବନେଶ୍ୱର: ପୁଣି ମାତିଲେ ଲୁଟେରା । ଫୁଲତୋଳିବାକୁ ଆସିଥିବା ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଲେ ସୁନା ଚେନ । ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଅନଶ୍ୱୟା ବେହେରା ଆଜି ସକାଳୁ ଘର ବାହାରୁ ଫୁଲ ତୋଳୁ ଥିବା ସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସିଥିଲେ ସୁନା ଚେନ୍ ଝାମ୍ପି ନେଇଥିଲେ ।

ଜଣେ ଗାଡି ଚଳାଉଥିବା ବେଳେ ଆଉ ଜଣେ ମାରଣାସ୍ତ୍ର ଧରି ଅନଶ୍ୱୟାଙ୍କ ପାଖକୁ ଯାଇଥିଲେ । ଆଉ ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ ଲୁଟି ନେଇଥିଲେ । ଲୁଟ ବେଳର ସମ୍ପୂର୍ଣ ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS