Wednesday, 27 Jan, 7.44 pm ODIASpotNEWS

ଦେଶ ବିଦେଶ
ତାଣ୍ଡବକୁ ଝଟକା, କ'ଣ କହିଲେ ସୁପ୍ରିମ କୋର୍ଟ ଜାଣନ୍ତୁ .....

ନୂଆଦିଲ୍ଲୀ: ୱେବ ସିରିଜ 'ତାଣ୍ଡବ'କୁ ଲାଗିଛି ଝଟକା । କଳାକାର ଓ ନିର୍ମାତାଙ୍କୁ ବୁଧବାର ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିପାରିନାହିଁ । ସୁପ୍ରିମ କୋର୍ଟ 'ତାଣ୍ଡବ' ଅଭିନେତା ଜିସାନ ଅୟୁବଙ୍କ ସମେତ ନିର୍ମାତାଙ୍କ ଗିରଫ ଉପରେ ରୋକ ଲଗାଇବା ପାଇଁ ମନା କରିଦେଇଛନ୍ତି । ସୈଫ ଅଲ୍ଲୀ ଖାନ୍ଙ୍କ ଦ୍ୱାରା ପ୍ରସ୍ତୁତ ୱେବ ସିରିଜ ତାଣ୍ଡବ ଉପରେ ବିବାଦ ଥମିବାର ନା ଧରୁନି । ପ୍ରାୟ ୬ଟି ରାଜ୍ୟରେ ଏହି ୱେବ ସିରିଜ ବିରୋଧରେ ଧାର୍ମିକ ଭାବନା ଓ ଜାତିଆଣ ଶଦ୍ଧ ପ୍ରୟୋଗ କରାଯାଇଥିବାରୁ ଏତଲା ଦିଆଯାଇଛି ।

ୱେବସିରିଜ 'ତାଣ୍ଡବ'ର ନିର୍ମାତା ଏବଂ ଅଭିନେତା ଜିସାନ ଅୟୁବଙ୍କ ଆବେଦନପତ୍ର ଉପରେ ବୁଧବାର ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଶୁଣାଣି କରି ସୁପ୍ରିମ କୋର୍ଟ ସିନେମା କଳାକାରଙ୍କ ବିରୋଧରେ ହୋଇଥିବା ଏତଲା ଉପରେ ରୋକ ଲାଗିପାରିବ ନାହିଁ ବୋଲି କହିଛନ୍ତି । ଅପରପକ୍ଷରେ ସେମାନଙ୍କୁ ଅନ୍ତରୀଣ ଜାମିନ ଦେବା ପାଇଁ ମନା କରିଦେଇଛନ୍ତି ।
ସୁପ୍ରିମକୋର୍ଟରେ 'ତାଣ୍ଡବ'ର ନିର୍ମାତା ଏବଂ କଳାକାରଙ୍କ ତରଫରୁ ଆବେଦନପତ୍ର ଦାଖଲ କରାଯାଇଥିଲା । ଯେଉଁଥିରେ ସେମାନଙ୍କ ବିରୋଧରେ କରାଯାଇଥିବା ଏତଲା ଉପରେ ରୋକ ଲଗାଯିବା ସହ ଅନ୍ତରୀଣ ଜାମିନ ପାଇଁ ଆବେଦନ କରାଯାଇଥିଲା । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିବାବେଳେ 'ତାଣ୍ଡବ' ଟିମକୁ ନିରାଶ ହେବାକୁ ପଡିଛି । ଅପରପକ୍ଷରେ ଆବେଦନକାରୀଙ୍କୁ ହାଇକୋର୍ଟରେ ଆବେଦନ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଓକିଲ ଫଲି ଏସ୍ ନରିମନ, ମୁକୁଲ ରୋହତଗୀ ଏବଂ ସିଦ୍ଧାର୍ଥ ଲୁଥରା ମାମଲା ପରିଚାଳନା କରିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ODIA Spot NEWS
Top