Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ରକରେ ପିଟିହେଲା କ୍ରୁଜର,  ୯ ମୃତ

ଟ୍ରକରେ ପିଟିହେଲା କ୍ରୁଜର, ୯ ମୃତ

ODIASpotNEWS 5 hrs ago

ନୂଆଦିଲ୍ଲୀ: ମନ୍ଦିରରୁ ଦର୍ଶନ କରି ଫେରୁଥିଲେ । ହେଲେ କିଏ ଜାଣିଥିଲା ଏହା ତାଙ୍କର ଶେଷ ଯାତ୍ରା ହେବ । ବାଟରେ ମୃତ୍ୟୁ ଜଗିବସିଥିଲା । ସବୁ କିଛି ଛାରଖାର କରି ଦେଇଛନ୍ତି ଭୟଙ୍କର ସଡ଼କ ଦୁର୍ଘଟଣା । ରାଜସ୍ଥାନର କୋଟା ଜିଲ୍ଲାର କୋଟା-ଉଦୟପୁର ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ (ପ୍ରାୟ ୧ଟା) ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ଖାଟପ ଶ୍ୟାମଜୀଙ୍କ ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ଏକ ପରିବାର ଛାରଖାର ହୋଇଛି । ଦ୍ରୁତ ଗତିରେ ଯାଉଥିବା ଏକ କ୍ରୁଜର କାର ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ଶିଶୁ ଥିବା ଜଣାପଡିଛି । ଟ୍ରକ୍ ଡ୍ରାଇଭରଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସହର ପୁଲିସ ଅଧିକ୍ଷକ ତେଜସ୍ୱନୀ ଗୌତମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ବ୍ୟବସ୍ଥା କରିଥିଲେ । ଆହତମାନଙ୍କୁ ନ୍ୟୁ ମେଡିକାଲ୍ କଲେଜ ହସ୍ପିଟାଲକୁ ପଠାଇଥିଲେ । ଘଟଣାଟି ନାଟା ଥାନା ଅଞ୍ଚଳ ଅନ୍ତର୍ଗତ ଶମ୍ଭୁପୁରା ଗାଁ ନିକଟରେ ଘଟିଛି ।
ପୁଲିସ ଅଧିକ୍ଷକ ତେଜସ୍ୱନୀ ଗୌତମ କହିଛନ୍ତି ଯେ, କ୍ରୁଜରରେ ଥିବା ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ଥିଲେ ଏବଂ ଖାଟୁ ଶ୍ୟାମଜୀଙ୍କୁ ଦର୍ଶନ କରି ଫେରୁଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, କ୍ରୁଜର ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାରର ସଦସ୍ୟ ପ୍ରଦୀପ କହିଛନ୍ତି ଯେ ମୋଟ ୩୬ ଜଣ ସମ୍ପର୍କୀୟ ୩ଟି ଗାଡ଼ିରେ ମହାରାଷ୍ଟ୍ର ଫେରୁଥିଲେ । ଆଗ ପଛ ଯାତ୍ରା କରୁଥିଲେ । ପ୍ରଥମ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ରୁଜରରେ ଗୋଟିଏ ପରିବାରର ୧୬ ଜଣ ସଦସ୍ୟ ଥିଲେ । ଦୁର୍ଘଟଣାରେ ଉଷା ବାଇ, ସୁଶୀଳା (୫୫), କୈଳାସ (୪୫), ସାନଭି, ସଜ୍ଜନ, ଅନିତା, ବାବୁଲାଲ (୬୦), ଜାନଭି (୧୩) ଏବଂ ମାଧବୀଙ୍କର ମୃତ୍ୟୁ ହୋଇଥିଲା । ଖଣ୍ଡୱାର ବାସିନ୍ଦା ଟ୍ରକ୍ ଡ୍ରାଇଭର ହାରୁନ (୪୩) ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି । ହାରୁନ କହିଛନ୍ତି ଯେ, ସେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ରାସ୍ତା କଡ଼ରେ ଟ୍ରକ୍ ପାର୍କ କରିଥିଲେ ଏବଂ ଏହାକୁ ଯାଞ୍ଚ କରିବା ପାଇଁ ଅଳ୍ପ ଦୂରରେ ଠିଆ ହୋଇଥିଲେ ।
ଦୁର୍ଘଟଣାରେ ଜଗଦୀଶ (୧୦), ମୟୂରୀ ପାୱାର (୨୦), ମନୀଷା ପାୱାର (୪୫), ଶରଦ ପାୱାର (୪୬), ଗଣେଶ ପାୱାର (୩୦), ଶ୍ରୀଜିତ (୩) ଏବଂ ଟ୍ରକ୍ ଡ୍ରାଇଭର ହାରୁନ (୪୩) ସମେତ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କୋଟାର ନ୍ୟୁ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଛି । କେତେ ଖୁସିରେ ଘରୁ ଦର୍ଶନ ପାଇଁ ବାହାରିଥିଲେ । ହସଖୁସିରେ ବୁଲାବୁଲି କରି ଖାଟୁ ଶ୍ୟାମଜୀଙ୍କ ଦର୍ଶନ କରି ଫେରିଲେ ହେଲେ ସବୁ କିଛି ସରିଗଲା । ବାଟରେ ମୃତ୍ୟୁ ଯେମିିତି ଛକିଥିଲା । ହୃଦୟବିଦାରକ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS