ନୟାଗଡ/୨୭/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ରାଜା ଉଦ୍ଧବ ସିଂ ୧୩୬୩ ସାଲ୍ ରେ ପ୍ରଭୁ ଜଗନ୍ନାଥ ଙ୍କର ପୁରୀ ଗଜପତି ରାଜା ପ୍ରତାପ ରୁଦ୍ର ଦେବଙ୍କୁ ସ୍ୱପ୍ନା ଦେଶ ଫଳରେ ପୁରୀ ଶ୍ରୀ ମନ୍ଦିର ରୁ ମାଧବ ଗୋସ୍ୱାମୀ ମୃତ୍ତି ଙ୍କୁ ପ୍ରତିଦିନ ଦର୍ଶନ କରି ପୂଜାର୍ଚ୍ଚନା ପାଇଁ ପାଇଥିଲେ । ପରବର୍ତ୍ତୀ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ର ରଣପୁର ରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ବାରମାସ ରେ ତେର ଯାତ୍ରା ସହ ଭୋଗ ଭିଆଣ ଖଞ୍ଜି ଥିଲେ । ଏ କଥା ୧୯୫୨ ମସିହା ସରକାରୀ ବନ୍ଦୋବସ୍ତୋ ରିପୋର୍ଟ ର ପଞ୍ଚମ ଅଧ୍ୟାୟ ରେ ଲିଖିତ ହୋଇଅଛି । ପୁରୀ ଜଗନ୍ନାଥ ମନ୍ଦିର ସହ ରଣପୁର ଜଗନ୍ନାଥ ମନ୍ଦିର ର ସର୍ମ୍ପକ ଅଙ୍ଗାଙ୍ଗୀ ଭାବେ ଜଡିତ । ଯାହାକି ଜଗନ୍ନାଥ ସଂସ୍କୃତି ଗବେଶକ ମାନଙ୍କୁ ଅନେକ ତଥ୍ୟ ଯୋଗାଇବ । କିନ୍ତୁ ପ୍ରତ୍ନତତ୍ୱ ବିଭାଗର ଅବହେଳା ର ଶୀକାର ଯୋଗୁଁ ରଣପୁର ଜଗନ୍ନାଥ ମନ୍ଦିର ର ଧ୍ୱଜା ହଲିବା ଓ ଅନେକ ସ୍ଥାନିରେ ଫାଟ ଯୋଗୁଁ ପାଣି ଗଳୁଥିବାର ଅଭିଯୋଗ ହେଉଛି ।