ତିର୍ତ୍ତୋଲ, ୧୯/୧ (ଓଡ଼ିଆ ପୁଅ/ଟୁକନ ସେଠୀ) -ଜଗତିସଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କନକପୁର ଶାରଳା ମନ୍ଦିର ପରିସରରେ ଦେଖିବାକୁ ମିଳିଛି ରକ୍ତର ଛିଟା। ସେବାୟତଙ୍କ ମଧ୍ୟରେ ବହୁବାର ବାଦବିବାଦ ଘଟି ରକ୍ତାକ୍ତ ଆକ୍ରମଣ ଭଳି ପରିସ୍ଥିତ ଉପୁଜୁଛି। ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁମାନେ ଶାରଳା ମନ୍ଦିରକୁ ଆସିବାକୁ ନିରାପଦ ମଣୁନାହାନ୍ତି। ପୂର୍ବରୁ ଅନେକବାର ସେବାୟତଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଘଟିଯାଇଥିବାବେଳେ ଆଜି ଅପରାହ୍ନରେ ତ୍ରିଲୋଚନ ରାଉଳ(ଗୁଲା ନନା) ନାମକ ଜଣେ ସେବକ ଆଜି ଶାରଳା ମନ୍ଦିରକୁ ଯାଉଥିବାବେଳେ ଆଉକେତେଜଣ ସେବୟେତଙ୍କ ଆକ୍ରମଣର ଶିକାର ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସିତ ହେବାକୁ ଆସିଥିବା ଦେଖିବାକୁ ମିଳିଥିଲା। ଗତ ୧୩ ତାରିଖ ଦିନ କିଛି ସେବାୟତ ଓ ଅନ୍ୟ କେତେକ ବ୍ୟକ୍ତି କନକପୁର ଅଞ୍ଚଳରେ ଜୁଆ ଖେଳୁଥିବା ପୋଲିସ ଦ୍ୱାରା ଧରାପଡ଼ିଥିଲେ।