Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି KKR କୁ ଭେଟିବ ହାଇଦ୍ରାବାଦ

ଆଜି KKR କୁ ଭେଟିବ ହାଇଦ୍ରାବାଦ

Odisha 24 2 weeks ago

ଳିତ ଆଇପିଏଲ୍‌ରେ ଆଜି ଅପରାହ୍ଣରେ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ଥିବା ହାଇଦ୍ରାବାଦ ଆଜି ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଚେଷ୍ଠା କରିବ । ଅବଶ୍ୟ ରାତ୍ରି ମ୍ୟାଚରେ ପଞ୍ଜାବ ବିଜୟ ହାସଲ କଲେ ପୁନର୍ବାର ଶୀର୍ଷ ସ୍ଥାନ ଫେରି ପାଇବ ।

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ୫ଟି ପରାଜୟ ଓ ଗୋଟିଏ ବାତିଲ ବଳରେ ୧ ପଏଣ୍ଟ କରିଥିଲା ।

ବିଳମ୍ବରେ ହେଉ ପଛେ କୋଲକାତା ଲୟକୁ ଫେରିଛି । କ୍ରମାନ୍ୱୟରେ ୨ଟି ମ୍ୟାଚରେ କୋଲକାତା ଯଥାକ୍ରମେ ରାଜସ୍ଥାନ ଓ ଲକ୍ଷ୍ନୌକୁ ପରାସ୍ତ କରିଛି । ଏହି ବିଜୟଧାରାକୁ ଆଜି ଜାରି ରଖିବାକୁ କୋଲକାତା ପ୍ରୟାସ କରିବ ।

ଉଭୟ ମ୍ୟାଚରେ ରିଙ୍କୁ ସିଂହଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଆଜି ତାଙ୍କୁ ଅଟକାଇବା ପାଇଁ ହାଇଦ୍ରାବାଦ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । କୋଲକାତାକୁ ବ୍ୟାଟିଂ ବିଭାଗରେ ସୁଧାର ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷ କରି ଓପନିଂ ବିଭାଗର ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶ କରିଛି । ଟିମ ସାଇଫର୍ଟ ଲାଗାତର ୨ଟି ମ୍ୟାଚରେ ଖାତା ଖୋଲି ନାହାନ୍ତି ।

ଆଜି ତାଙ୍କୁ ବସାଇ ପୁଣି ଥରେ ଫିନ ଆଲେନଙ୍କୁ ଏକାଦଶରେ ସାମିଲ କରିବା ଆଶା କରାଯାଉଛି । ମଥିଶା ପତିରଣା ଫିଟ ହୋଇ ଦଳ ସହ ଅଭ୍ୟାସ ଜାରି ରଖିଥିଲେ ହେଁ ତାଙ୍କୁ ଆଜି ଖେଳାଇବା ସମ୍ଭାବନା ନାହିଁ । କୋଲକାତା ବିଜୟୀ ବୋଲିଂ ବିଭାଗରେ ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଫଳରେ ଆଜି ବିଶାଳ ସ୍କୋର ଦେଖିବାକୁ ମିଳିବ । ଦିନ ବେଳା ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ ।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୋନିଆ ଦତ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରାଥମିକତାରେ ଥିବା ଅସମତା ଏବଂ ଆଧୁନିକ ମୁଖ ସ୍ୱଚ୍ଛତାରେ ଆୟୁର୍ବେଦିକ ଜ୍ଞାନର ଭୂମିକାକୁ ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର,

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia