Dailyhunt
ଆସାମରେ ଆଗରେ ବିଜେପି

ଆସାମରେ ଆଗରେ ବିଜେପି

Odisha 24 3 days ago

୧୨୬ ବିଧାନସଭା ଆସନ ବିଶିଷ୍ଟ ରାଜ୍ୟ ଆସାମରେ ବିଜେପି ଏବେ ସୁଦ୍ଧା ୯୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳ ସହିତ ୨୪ ଆସନରେ ଆଗୁଆ ରହିଛି । ଅନ୍ୟଦଳମାନେ ୨-୧ ଆସନରେ ଆଗୁଆ ରହିଛନ୍ତି । ଭୋଟ୍ ଗଣତି ଜାରି ଥିବାବେଳେ ପ୍ରାରମ୍ଭିକ ସଂଖ୍ୟା ଦର୍ଶାଉଛି ଯେ ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଉଛି ।

ସେପଟେ ଭୋଗ ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରାଯାଉଛି ।

ପୂର୍ବାହ୍ନ ଟ୍ରେଣ୍ଡ ଅନୁସାରେ ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ନେତୃତ୍ଵାଧୀନ NDA ମେଣ୍ଟ ସରକାର ହ୍ୟାଟ୍ରିକ୍ ବିଜୟ ହାସଲ କରି ତୃତୀୟ ଥର ସରକାର ଗଠନ କରିବ ବୋଲି ଦାବି କରୁଛି । ସେପଟେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନେତୃତ୍ଵାଧୀନ ମେଣ୍ଟ ସରକାରକୁ ଫେରିବ ବୋଲି ଆଶା ରଖିଛି । ସକାଳୁ ସକାଳୁ ଭୋଟ ଗଣତି ପରଠାରୁ ଏନଡିଏ ମେଣ୍ଟକୁ ବହୁମତ ମିଳିଛି । ତେବେ ଦିନ ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ୯୯ଟି ଆସନରେ ଆଗୁଆ ଅଛି । ଆସାମରେ ସରକାର ଗଠନ କରିବା ଲାଗି ମ୍ୟାଜିକ୍ ନମ୍ବର ହେଉଛି ୬୪ ।

ଆସାମରେ ୯ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ରେକର୍ଡ ସଂଖ୍ୟକ ଭୋଟିଂ ରେକର୍ଡ ହୋଇଛି । ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ, ଏନଆରସି, ସିଏଏ, ବନ୍ୟା, ବେରୋଜଗାର, ଚା' ବଗିଚା ଶ୍ରମିକଙ୍କ ସ୍ଥିତି ଓ ବିକାଶ ଭଳି ପ୍ରସଙ୍ଗ ଉଠାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବଡ଼ ବଡ଼ ନେତା ରାଜ୍ୟରେ ରାଲି ଓ ରୋଡ୍ ଶୋ' କରିଥିଲେ ।

ଆସାମରେ ପୁଣି କ୍ଷମତାସୀନ ହୋଇପାରେ ବିଜେପି ନେତୃତ୍ଵାଧିନ NDA । ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ NDAକୁ ବହୁମତ ମିଳିବ ବୋଲି ଏକଜିଟ୍ ପୋଲ୍ ଦର୍ଶାଇଥିଲା । ତେବେ ସକାଳୁ ଏଯାବତର ଟ୍ରେଣ୍ଡ ଅନୁସାରେ ଆସାମରେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ବହୁମତ ମିଳୁଥିବା ଦେଖାଯାଉଛି । ଯଦି ଏକଜିଟ୍ ପୋଲ୍ ଏକଜାଟ୍ ହୁଏ, ତେବେ ତୃତୀୟ ଥର ପାଇଁ ବିଜେପି ଆସାମରେ ସରକାର ଗଢ଼ିବ ।

ନିର୍ବାଚନରେ ୭୨୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରାୟ ୨.୪୯ କୋଟି ମତଦାତା । ଏଥର ନିର୍ବାଚନରେ ରାଜ୍ୟରେ ବିଜେପି, କଂଗ୍ରେସ ଓ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମାକ୍ରାଟିକ୍ ଫ୍ରଣ୍ଟ (AIUDF) ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି ବୋଲି କୁହାଯାଉଥିଲା, କିନ୍ତୁ AIUDF ବହୁ ପଛରେ ପଡ଼ିଛି।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୋନିଆ ଦତ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରାଥମିକତାରେ ଥିବା ଅସମତା ଏବଂ ଆଧୁନିକ ମୁଖ ସ୍ୱଚ୍ଛତାରେ ଆୟୁର୍ବେଦିକ ଜ୍ଞାନର ଭୂମିକାକୁ ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର,

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia