Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାଣନ୍ତୁ କିପରି କରିବେ ଘଟସ୍ଥାପନା?

ଜାଣନ୍ତୁ କିପରି କରିବେ ଘଟସ୍ଥାପନା?

Odisha 24 2 weeks ago

ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ରହିଛି ବିଶେଷ ମହତ୍ତ୍ୱ। ମା' ଦୁର୍ଗାଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିବ ଘରଠାରୁ ଆରମ୍ଭ କରି ପୂଜା ମଣ୍ଡପ । ନଅ ଦିନ ଧରି ଚାଲିବ ଶକ୍ତିସ୍ୱରୂପିଣୀ ମା'ଙ୍କ ପୂଜାର୍ଚ୍ଚନା । ଚଳିତ ବର୍ଷ ଅକ୍ଟୋବର ୧୧ ତାରିଖ ରବିବାରଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ତେବେ କେଉଁ ସମୟରେ କରିବେ ଘଟସ୍ଥାପନା?

କେଉଁ ବାହନରେ ଆଗମନ କରିବେ ମା' ଦୁର୍ଗା? ଆସନ୍ତୁ ଜାଣିବା ନବରାତ୍ରି ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଶାରଦୀୟ ନବରାତ୍ରି ହେଉଛି ଶକ୍ତି ଉପାସନାର ଏକ ପବିତ୍ର ପର୍ବ । ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବରେ ମା' ଦୁର୍ଗାଙ୍କ ନଅଟି ସ୍ୱରୂପର ପୂଜା କରାଯାଏ । ଘରେ ଘରେ କଳସ ସ୍ଥାପନା ସହ ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ଆରାଧନା ପାଇଁ ପ୍ରସ୍ତୁତି କରାଯାଏ । ନବରାତ୍ରିର ପ୍ରଥମ ଦିନରେ ଘଟସ୍ଥାପନା ପାଇଁ ରହିଛି ବିଶେଷ ଶୁଭ ମୁହୂର୍ତ୍ତ ।

ଦିଆଯାଇଥିବା ମୁହୂର୍ତ୍ତ ଅନୁଯାୟୀ, ସକାଳ ୮ଟା ୫ ମିନିଟରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଘଟସ୍ଥାପନା କରାଯାଇପାରିବ। ସକାଳ ୮ଟା ୫ ମିନିଟରୁ ୯ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ ଚଞ୍ଚଳ ବେଳା ଏବଂ ସକାଳ ୯ଟା ୩୧ ମିନିଟରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଅମୃତ ବେଳା ରହିଛି । ସେହିପରି ସକାଳ ୧୧ଟା ୩୬ ମିନିଟରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଅଭିଜିତ ମୁହୂର୍ତ୍ତ ରହିଛି ।

ଧାର୍ମିକ ମାନ୍ୟତା ଅନୁଯାୟୀ, ନବରାତ୍ରି ଆରମ୍ଭ ହେଉଥିବା ବାର ଆଧାରରେ ମା' ଦୁର୍ଗାଙ୍କ ବାହନ ନିର୍ଣ୍ଣୟ କରାଯାଏ । ଚଳିତ ବର୍ଷ ନବରାତ୍ରି ରବିବାର ଆରମ୍ଭ ହେଉଥିବାରୁ ମା' ଦୁର୍ଗା ହାତୀ ଉପରେ ବିରାଜମାନ ହୋଇ ଆସିବେ ବୋଲି ବିଶ୍ୱାସ ରହିଛି । ମା'ଙ୍କ ହାତୀ ଉପରେ ଆଗମନକୁ ଶୁଭ ସଙ୍କେତ ଭାବେ ଗ୍ରହଣ କରାଯାଏ । ଏହା ଭଲ ବର୍ଷା, ଉତ୍ତମ ଫସଲ, ଧନଧାନ୍ୟ ବୃଦ୍ଧି ଏବଂ ସୁଖସମୃଦ୍ଧିର ପ୍ରତୀକ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ଅନ୍ୟପକ୍ଷରେ, ମା'ଙ୍କ ବିଦାୟର ବାହନକୁ ନେଇ ମଧ୍ୟ ବିଭିନ୍ନ ଧାର୍ମିକ ମାନ୍ୟତା ରହିଛି। ଅକ୍ଟୋବର ୧୧ ତାରିଖରେ ଘଟସ୍ଥାପନା ହେବାକୁ ଥିବାବେଳେ ଅକ୍ଟୋବର ୧୮ ତାରିଖରେ ମହାଷ୍ଟମୀ ବ୍ରତ ପାଳନ କରାଯିବ । ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ସକାଳ ୯ଟା ୩୫ ମିନିଟ୍‌ ପରେ ବ୍ରତ ପାରଣ କରିବାର ସମୟ ଦିଆଯାଇଛି ।

କିପରିକରିବେଘଟସ୍ଥାପନା?

ଘଟସ୍ଥାପନା ପାଇଁ ପ୍ରଥମେ ପୂଜାସ୍ଥଳକୁ ସଫା କରି ଗଙ୍ଗାଜଳ ଛିଞ୍ଚିବା ସହ ଏକ କାଠ ପିଢ଼ା ଉପରେ ନାଲି କପଡ଼ା ବିଛାଯାଏ । ଏହାପରେ ମା' ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରାଯାଏ । ତମ୍ବା କିମ୍ବା ମାଟିର କଳସରେ ଜଳ ଭରି ସେଥିରେ ଗୁଆ, ମୁଦ୍ରା, ଅକ୍ଷତ ଚାଉଳ ଓ ଦୁବ ଘାସ ରଖାଯାଏ । କଳସ ମୁହଁରେ ଆମ୍ବ କିମ୍ବା ଅଶୋକ ପତ୍ର ରଖି ନାଲି କପଡ଼ାରେ ଗୁଡ଼ାଯାଇଥିବା ନଡ଼ିଆ ସ୍ଥାପନ କରାଯାଏ ।

ଏହା ସହ ଏକ ମାଟି ପାତ୍ରରେ ପବିତ୍ର ମାଟି ଭରି ଯଅ ବୁଣାଯାଏ । ନଅ ଦିନ ଧରି ଏହାର ଯତ୍ନ ନିଆଯାଏ । ଏହିପରି ଭାବେ ଆରମ୍ଭ ହେବ ଶକ୍ତି ଉପାସନାର ମହାପର୍ବ ଶାରଦୀୟ ନବରାତ୍ରି । ତେବେ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ ଓ ତିଥି ସ୍ଥାନ ଅନୁଯାୟୀ ଭିନ୍ନ ହୋଇପାରୁଥିବାରୁ ପୂଜା ପୂର୍ବରୁ ସ୍ଥାନୀୟ ପଞ୍ଜିକା କିମ୍ବା ପୁରୋହିତଙ୍କ ପରାମର୍ଶ ନେବା ଜରୁରୀ ।

ଭୁବନେଶ୍ୱର : ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ପାଇଁ ବେଦାନ୍ତ ପୁଣିଥରେ ଆଗ୍ରହ ପ୍ରକାଶ କରିଛି । ଓଡିଶା ସରକାରଙ୍କ ସହିତ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍‍ ଅଧ୍ୟକ୍ଷ

କଳିଙ୍ଗନଗର, ଅକ୍ଟୋବର ୦୯,୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଏହାର 'ଦୃଷ୍ଟି' ପ୍ରକଳ୍ପ ଅଧୀନରେ କଳିଙ୍ଗନଗର ଅଞ୍ଚଳରେ ବିଶ୍ୱ ଦୃଷ୍ଟି ଦିବସ-୨୦୨୬ ପାଳିତ ହୋଇଯାଇଛି। ସ୍ଥାନୀୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia