Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝାରସୁଗୁଡ଼ାରେ ଏନକାଉଣ୍ଟର

ଝାରସୁଗୁଡ଼ାରେ ଏନକାଉଣ୍ଟର

Odisha 24 3 weeks ago

ଝାରସୁଗୁଡ଼ାରେ ଆକ୍ସନରେ ପୁଣି ପୋଲିସ । ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର ପରେ ଏବେ ଝାରସୁଗୁଡ଼ାରେ ଏନକାଉଣ୍ଟର । ଅପରାଧୀଙ୍କୁ ମୁହଁତୋଡ ଜବାବ ଦେଉଛି ଓଡ଼ିଶା ପୋଲିସ । ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ପୋଲିସର ବଡ଼ଧରଣର ଏନକାଉଣ୍ଟର ହୋଇଛଇ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି।

ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାର ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୋଲିସ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ସହ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏହି ଗୁଳି ବିନିମୟ ସମୟରେ ଏକ ଗୁଳି ଜୟ ଚୌହାନର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ଟଳି ପଡ଼ିଥିଲା।

ସେପଟେ ଏନକାଉଣ୍ଟର ବେଳେ ଜୟର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ। ତାର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଏବଂ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି।

ଗତ ୨୦ ତାରିଖରେ ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧି ବଣ୍ଟି ସୁନାକୁ ପୋଲିସ କରିଥିଲା ଏନକାଉଣ୍ଟର। ପୋଲିସ ବଣ୍ଟିକୁ ଧରିବା ପାଇଁ ପିଛା କରିଥିବା ସମୟରେ ବଣ୍ଟି ସୁନା ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ବଣ୍ଟି ସୁନାକୁ ଏନକାଉଣ୍ଟର କରିଥିଲା। ଫଳରେ ତା'ର ବାମ ଗୋଡରେ ଗୁଳି ବାଜିଥିଲା । ବଣ୍ଟିକୁ ପ୍ରଥମେ ଚାରମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବଣ୍ଟି ବିଶେଷ କରି ଗଞ୍ଜେଇ ଚୋରାଚାଲାଣକାରୀ ଭାବେ ଜଣାଶୁଣା ଥିଲା ।

ଭୁବନେଶ୍ୱର: ଡାବର ଆମଲା ହେୟାର ଅଏଲ୍ ପକ୍ଷରୁ ଲୋକପ୍ରିୟ ଗାୟିକା ଯୁଗଳ ଅନ୍ତରା ନନ୍ଦୀ ଏବଂ ଅଙ୍କିତା ନନ୍ଦୀଙ୍କୁ ନେଇ "କେୟାର୍ ୱାହାଁ ଜହାଁ ଡାବର ଆମଲା,

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia