Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁମ୍ବାଇ ଇଣ୍ଡିଆନ୍ସ ନୂଆ କୋଚ ହେଲେ ପୋଲାର୍ଡ

ମୁମ୍ବାଇ ଇଣ୍ଡିଆନ୍ସ ନୂଆ କୋଚ ହେଲେ ପୋଲାର୍ଡ

Odisha 24 10 hrs ago

ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବତନ ଖେଳାଳି ତଥା ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ପୋଲାର୍ଡ ଗତ ୧୬ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି । ଖେଳାଳି ଏବଂ ପରବର୍ତ୍ତୀ ସମୟରେ ବ୍ୟାଟିଂ କୋଚ୍ ଭାବେ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପୋଲାର୍ଡ ଏବେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ ।

ମୁମ୍ବାଇ ଇଣ୍ଡିଆନ୍ସର ନୀତା ଏମ୍. ଅମ୍ବାନୀ ପୋଲାର୍ଡଙ୍କ ନିଯୁକ୍ତିକୁ ନେଇ ଖୁସି ପ୍ରକାଶ କରି କହିଛନ୍ତି, ମାତ୍ର ୨୨ ବର୍ଷ ବୟସରେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିଲେ ଏବଂ ଗତ ୧୬ ବର୍ଷ ମଧ୍ୟରେ ସେ ଆମ ପରିବାରର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛନ୍ତି । ଖେଳାଳି ଭାବେ ସେ ଆମକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛନ୍ତି । କୋଚ୍ ଭାବେ ମଧ୍ୟ ସେ ନିଜର ଅଭିଜ୍ଞତା, ଉତ୍ସାହ ଏବଂ ଖେଳ ପ୍ରତି ଗଭୀର ବୁଝାମଣାକୁ ଦଳ ସହ ବିନିମୟ କରିଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ସେ ସମାନ ନିଷ୍ଠା, ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହ ନିଜର ନୂଆ ଦାୟିତ୍ୱ ତୁଲାଇବେ ।

ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ପରେ ପୋଲାର୍ଡ ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ସମଗ୍ର ମୁମ୍ବାଇ ଇଣ୍ଡିଆନ୍ସ ପରିବାର ପ୍ରତି କୃତଜ୍ଞତା ଜଣାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଜୀବନ ଓ କ୍ରିକେଟ୍ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି । ପୋଲାର୍ଡଙ୍କ ଲକ୍ଷ୍ୟ ହେଉଛି ଦଳର ଗୌରବମୟ ପରମ୍ପରାକୁ ଆଗକୁ ବଢ଼ାଇବା, ଯୁବ ପ୍ରତିଭାମାନଙ୍କୁ ବିକଶିତ କରିବା ଏବଂ ପ୍ରଶଂସକମାନଙ୍କୁ ଉତ୍ସବ ପାଳନ କରିବାର ଆହୁରି ଅନେକ ସୁଯୋଗ ଦେବା ।

ଭୁବନେଶ୍ୱର : ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ପାଇଁ ବେଦାନ୍ତ ପୁଣିଥରେ ଆଗ୍ରହ ପ୍ରକାଶ କରିଛି । ଓଡିଶା ସରକାରଙ୍କ ସହିତ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍‍ ଅଧ୍ୟକ୍ଷ

କଳିଙ୍ଗନଗର, ଅକ୍ଟୋବର ୦୯,୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଏହାର 'ଦୃଷ୍ଟି' ପ୍ରକଳ୍ପ ଅଧୀନରେ କଳିଙ୍ଗନଗର ଅଞ୍ଚଳରେ ବିଶ୍ୱ ଦୃଷ୍ଟି ଦିବସ-୨୦୨୬ ପାଳିତ ହୋଇଯାଇଛି। ସ୍ଥାନୀୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia