Dailyhunt
ଓଡ଼ିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷକୁ ଉତ୍ସବମୟ ଭାବେ ପାଳନ କରୁଛି ଟିପିସିଓଡିଏଲ୍

ଓଡ଼ିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷକୁ ଉତ୍ସବମୟ ଭାବେ ପାଳନ କରୁଛି ଟିପିସିଓଡିଏଲ୍

Odisha 24 2 weeks ago

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଓଡ଼ିଶା ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପାରମ୍ପରାକୁ ସ୍ମରଣ କରାଯିବା ସହ, ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନରେ ବଦାନ୍ୟତା ପ୍ରତିପାଦନ କରିଥିବା ନେତୃତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

କାର୍ଯ୍ୟକ୍ରମଟି ଦୀପ ପ୍ରଜ୍ୱଳନ ମାଧ୍ୟମରେ ଆରମ୍ଭ ହୋଇଥିଲା, ଏହାପରେ ରାଜ୍ଯ ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ"ର ସମୁହ ଗାୟନ ଦ୍ୱାରା ସମଗ୍ର ପରିବେଶ ଗୌରବ ଓ ଏକତାର ଭାବନାରେ ଭରିଯାଇଥିଲା।

ଟିପିସିଓଡିଏଲ୍ ପକ୍ଷରୁ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ "ଓଡ଼ିଆ ପକ୍ଷ" ପାଳନ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଲା କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପାରମ୍ପରା ପ୍ରତି ସଚେତନତା ବୃଦ୍ଧି କରିବା।

ଏହି ଅବସରରେ ଟିପିସିଓଡିଏଲ୍ ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଥିଲେ, "ଓଡ଼ିଶା ଦିବସ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଏହା ଆମକୁ ସେହି ମହାନ ମହାପୁରୁଷ ଓ ନେତୃତ୍ଵଙ୍କ ସାହସ, ଦୃଷ୍ଟିକୋଣ ଓ ଦୃଢ଼ ସଙ୍କଳ୍ପକୁ ସ୍ମରଣ କରାଏ, ଯେଉଁମାନେ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ଆକାର ଦେବାରେ ଯୋଗଦାନ କରିଥିଲେ। ଟିପିସିଓଡିଏଲ୍ ପକ୍ଷରୁ ଆମେ ଏହି ଐତିହ୍ୟକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ। ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଣ ମାଧ୍ୟମରେ ରାଜ୍ୟର ସମଗ୍ର ଉନ୍ନତିରେ ଅଂଶୀଦାର ହେବାକୁ ଆମର ପ୍ରୟାସ ଜାରି ରହିବ।"

ଏହି କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ଓଡ଼ିଶାର ଗୌରବମୟ ଐତିହ୍ୟ ପ୍ରତି ସେମାନଙ୍କର ଗଭୀର ସମ୍ମାନକୁ ପ୍ରକାଶ କରୁଛି। ସିଇଓ ଶ୍ରୀ ଅରଭିନ୍ଦ ସିଂହଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଓ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ରହିଥିଲେ।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଭୁବନେଶ୍ୱର: ଗବେଷଣାରୁ ଜଣାପଡିଛି ଯେ ୪୦% ରୁ ଅଧିକ ପର୍ଯ୍ୟଟକ ଯାତ୍ରା ସମୟରେ ଦିନକୁ ଅତି କମରେ ଥରେ ବ୍ରଶ୍ କରିବାକୁ ଭୁଲିଯାଆନ୍ତି। ବିମାନ ଯାତ୍ରା ସମୟରେ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia