ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲ ମୃତ । ମୃତ ମାଓବଦୀ ଇସ୍ରାଏଲ ପୂରତି ଓରଫ୍ ଅମ୍ରିତ ମୁଣ୍ଡରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ମୃତଦେହ ନିକଟରୁ ଗୋଟିଏ SLR ରାଇଫଲ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ ।
ପଶ୍ଚିମ ସିଂହଭୂମ ଜିଲ୍ଲା ଟଣ୍ଟୋ ଓ ଗୋଏଲକେରା ଥାନା ଅଞ୍ଚଳରେ ହାର୍ଡକୋର ମାଓବାଦୀ ମିଶିର ବେଶ୍ରା ଓ ତାର ଟିମ୍ ଥିବା ଖବର ପାଇଥିଲା ସୁରକ୍ଷା ବାହିନୀ ।
ଏହା ପରେ ସରଣ୍ଡା ଜଙ୍ଗଲରେ ଜୋରଦାର ହୋଇଥିଲା ସର୍ଚ୍ଚ ଅପରେସନ। ସେଣ୍ଟ୍ରାଲ କମିଟିର ଶେଷ ସଦସ୍ୟ ମିଶିର ବେଶ୍ରା ଓ ତା ଟିମକୁ ଶେଷ କରିବାକୁ ୨୦୯ସିଆରପିଏଫ୍ କୋବ୍ରା ବାଟାଲିୟନ, ଝାଡ଼ଖଣ୍ଡ ଜାଗୁଆର୍ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗୁଳିବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଇସ୍ରାଏଲ ପୂରତି ନିହତ ହୋଇଥିଲା । ମିଶିର ବେଶ୍ରାକୁ ଧରିବାକୁ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି।
ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ
ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୋନିଆ ଦତ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରାଥମିକତାରେ ଥିବା ଅସମତା ଏବଂ ଆଧୁନିକ ମୁଖ ସ୍ୱଚ୍ଛତାରେ ଆୟୁର୍ବେଦିକ ଜ୍ଞାନର ଭୂମିକାକୁ ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର,

