Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଞ୍ଜାବକୁ ହରାଇ ପାରିବ କି ଗୁଜୁରାଟ?

ପଞ୍ଜାବକୁ ହରାଇ ପାରିବ କି ଗୁଜୁରାଟ?

Odisha 24 3 weeks ago

ଳିତ ସିଜିନରେ ଅପରାଜିତ ଥିବା ପଞ୍ଜାବ କିଙ୍ଗ୍ସ ବିଜୟଧାରାରେ ରୋକ ଲାଗିଛି । ରାଜସ୍ଥାନ ରୟାଲ୍ସରୁ ଠାରୁ ପରାଜିତ ହେବା ପରେ ବିଜୟ ଅଭିଯାନ ସହ ପୁନର୍ବାର ଟ୍ରାକକୁ ଫେରିବା ପାଇଁ ଚେଷ୍ଟା କରିବ ପଞ୍ଜାବ । ଅନ୍ୟପଟେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ସାମ୍ନାରେ କଡା ଟକ୍କର ଦେବାକୁ ଅପେକ୍ଷା କରିଛି ଗୁଜୁରାଟ ଟାଇଟାନ୍ସ ।

ପଞ୍ଜାବ କିଙ୍ଗ୍ସ ଚଳିତ ସିଜିନରେ ୮ ଟି ମ୍ୟାଚରୁ ୬ ଟି ବିଜୟ ଓ ଗୋଟିଏ ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବା କାରଣରୁ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ରାଜସ୍ଥାନ ୯ ଟି ମ୍ୟାଚରୁ ୫ ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।

ଚଳିତ ସିଜିନରେ ପଞ୍ଜାବ କିଙ୍ଗ୍ସ ନିଜ ବ୍ୟାଟିଂ ବଳରେ ୬ ଟି ମ୍ୟାଚ ଜିତିଛି । ଅଭିଜ୍ଞ ବୋଲିଂ ବିଭାଗ ସତ୍ୱେ ଶେଷ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ପଞ୍ଜାବର ବୋଲିଂ ୟୁନିଟ ପ୍ରାୟତଃ ଅଧିକାଂଶ ମ୍ୟାଚରେ ୨୦୦ ରୁ ଅଧିକ ରନ ଦେଇଛନ୍ତି । ମଜବୁତ ବ୍ୟାଟିଂ ୟୁନିଟ ପାଇଁ ସେହି ଟାର୍ଗେଟକୁ ଚେଜ କରିବାରେ ସଫଳ ହୋଇଛି ପଞ୍ଜାବ । ରାଜସ୍ଥାନ ବିପକ୍ଷ ଶେଷ ମ୍ୟାଚରେ ୨୨୩ ରନର ଟାର୍ଗେଟକୁ ମଧ୍ୟ ଡିଫେଣ୍ଡ କରିବାରେ ସଫଳ ହେଲେନାହିଁ ପଞ୍ଜାବର ବୋଲିଂ ୟୁନିଟ । କେବଳ ବୋଲିଂ ନୁହେଁ, ପଞ୍ଜାବର ଫିଲଡିଂ ମଧ୍ୟ ନିମ୍ନମାନର ରହିଛି । ଦଳ ଚଳିତ ସିଜିନରେ ଅନେକ କ୍ୟାଚ ଛାଡ଼ିଛି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ପଡ଼ିନଥିବାବେଳେ ଆଗାମୀ ଦିନରେ ଚିନ୍ତାର ବିଷୟ ପାଲଟିପାରେ ।

ଲଗାତାର ଦୁଇଟି ବିଜୟ ପାରେ ଗୁଜୁରାଟ ଟାଇଟାନ୍ସ ଆଜି ମ୍ୟାଚରେ ପଞ୍ଜାବକୁ କଡା ଟକ୍କର ଦେବା ପାଇଁ ଅପେକ୍ଷା କରିଛି । ଗୁଜୁରାଟର ଚଳିତ ସିଜିନ ସେଭଳି ଭଲ ଯାଇନଥିଲେ ମଧ୍ୟ ବେଙ୍ଗାଲୁରୁ ଓ ଚେନ୍ନାଇ ବିପକ୍ଷ ମ୍ୟାଚରେ ବିଜୟ ଦଳର ଆତ୍ମବିଶ୍ୱାସ ବଢ଼ାଇଥିବ । ଗୁଜୁରାଟର ବ୍ୟାଟିଂ ବିଶେଷ କରି ଟପ୍ ଅର୍ଡର ଉପରେ ନିର୍ଭର କରୁଛି, ସାଇ ସୁଦର୍ଶନ, ଅଧିନାୟକ ଶୁଭମନ ଗିଲ ଓ ଜସ ବଟଲରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଭଲ ଫର୍ମରେ ନାହାନ୍ତି । ଯେସନ ହୋଲ୍ଡର ଓ ୱାଶିଂଟନ ସୁନ୍ଦର ମଧ୍ୟକ୍ରମରେ ଦଳକୁ ସ୍ଥିରତା ପ୍ରଦାନ କରୁଥିବାବେଳେ ଶାହରୁଖ ଖାନ ଓ ରାହୁଲ ତେୱତିଆଙ୍କ ପରି ଫିନିସର ଏପର୍ଯ୍ୟନ୍ତ କୌଣସି ପ୍ରଭାବ ପକାଇ ପାରିନାହାନ୍ତି । ଗୁଜୁରାଟର ନିଜ ବୋଲିଂ ୟୁନିଟ ବଳରେ ଶେଷ ମ୍ୟାଚ ଜିତିଥିବାବେଳେ ଆଜି ମଧ୍ୟ ନିଜ ବୋଲିଂ ୟୁନିଟ ଉପରେ ନିର୍ଭର ରହିବ ।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୋନିଆ ଦତ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରାଥମିକତାରେ ଥିବା ଅସମତା ଏବଂ ଆଧୁନିକ ମୁଖ ସ୍ୱଚ୍ଛତାରେ ଆୟୁର୍ବେଦିକ ଜ୍ଞାନର ଭୂମିକାକୁ ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର,

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia