Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ

ସଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ

Odisha 24 1 day ago

ଦିଲ୍ଲୀର ଗ୍ରେଟର କୈଳାଶ-୧ରେ ଥିବା ସଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ । ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଏବଂ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ହତାହତ ହୋଇନାହିଁ । ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ।

ଖବର ମୁତାବକ, ଗୁରୁବାର ରାତି ପ୍ରାୟ ୧୦.୧୫ ମିନିଟରେ ଜିମର ପ୍ରଥମ ମହଲାରେ ନିଆଁ ଲାଗିଥିଲା ।

ଖବର ପାଇଁ ଦମକଳ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାମ ଆରମ୍ଭ କରିଥିଲା । ତୁରନ୍ତ ଜିମରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କୌଣସି କ୍ଷତି ହେବା ଆଗରୁ ସମସ୍ତଙ୍କୁ ବାହାର କରାଯାଇଥିଲା । ଦିଲ୍ଲୀ ପୋଲିସ ଏବଂ ଦମକଳ ବିଭାଗ ଟିମ୍ ତୁରନ୍ତ ପହଞ୍ଚି ଉଦ୍ଧାର କାମ କରିଥିବାରୁ ସମସ୍ତେ ସୁରକ୍ଷିତ ରହିଛନ୍ତି । ନିଆଁକୁ ପରେ ଆୟତ୍ତ କରାଯାଇଥିଲା । ତେବେ ନିଆଁ ଲାଗିବା ପରେ ଜିମର କେତେ କ୍ଷତି ହୋଇ, ଏହାର ସୂଚନା ଯାଞ୍ଚ କରିବା ପରେ ଜଣାପଡିବ ।

ଯେଉଁ ଅଞ୍ଚଳରେ ବହୁତ ଭିଡ଼ ରହିଥାଏ, ସେଠାରେ ନିଆଁ ଲାଗିଥିଲା । ଘଟଣା ପରେ ଏମ ବ୍ଲକ ମାର୍କେଟ କିଛି ସମୟ ପାଇଁ ଆତଙ୍କ ଦେଖାଦେଇଥିଲା । କିନ୍ତୁ ଦମକଳ ଏବଂ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସମ୍ଭାଳିବା ସହିତ ପ୍ରଭାବିତ ସ୍ଥାନକୁ ସୁରକ୍ଷିତ କରିଥିଲା । ଏବେ ଅଧିକାରୀ ନିଆଁ ଲାଗିବାର କାରଣ ଖୋଜାଚାଲିଛି । ପ୍ରାରମ୍ଭିକ ଯାଞ୍ଚରୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଭୁବନେଶ୍ୱର: ଡାବର ଆମଲା ହେୟାର ଅଏଲ୍ ପକ୍ଷରୁ ଲୋକପ୍ରିୟ ଗାୟିକା ଯୁଗଳ ଅନ୍ତରା ନନ୍ଦୀ ଏବଂ ଅଙ୍କିତା ନନ୍ଦୀଙ୍କୁ ନେଇ "କେୟାର୍ ୱାହାଁ ଜହାଁ ଡାବର ଆମଲା,

ଭୁବନେଶ୍ୱର: ମୌସୁମୀ ଋତୁର ଆଗମନ ସହ ଡେଙ୍ଗୁ, ମାଲେରିଆ, ଜ୍ୱର ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏହାକୁ ନଜରରେ ରଖି ଷ୍ଟାର୍ ହେଲ୍‌ଥ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia