Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାତ୍ୱିକ ସୋଲାର ପକ୍ଷରୁ ଓଡ଼ିଶାର ୨.୪ ଗିଗାୱାଟ୍ ସୋଲାର ସେଲ୍ କାରଖାନା ପାଇଁ ଏଏଲ୍‌ଏମ୍‌ଏମ୍ ତାଲିକା-୨ରେ ସାମିଲ ନିମନ୍ତେ ଆବେଦନ

ସାତ୍ୱିକ ସୋଲାର ପକ୍ଷରୁ ଓଡ଼ିଶାର ୨.୪ ଗିଗାୱାଟ୍ ସୋଲାର ସେଲ୍ କାରଖାନା ପାଇଁ ଏଏଲ୍‌ଏମ୍‌ଏମ୍ ତାଲିକା-୨ରେ ସାମିଲ ନିମନ୍ତେ ଆବେଦନ

Odisha 24 1 week ago

ଭୁବନେଶ୍ୱର: ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡ୍‌ର ସହାୟକ କମ୍ପାନି ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ୨.୪ ଗିଗାୱାଟ୍ ବିଶିଷ୍ଟ ସୋଲାର୍ ସେଲ୍ କାରଖାନା ପାଇଁ ଏଏଲ୍‌ଏମ୍‌ଏମ୍‌-୨ ଅଧୀନରେ ତାଲିକାଭୁକ୍ତ ହେବା ପାଇଁ ଆବେଦନ କରାଯାଇଛି ଯାହା ଉଚ୍ଚ ଦକ୍ଷତା ସମ୍ପନ୍ନ, ଅତ୍ୟାଧୁନିକ ପ୍ରଯୁକ୍ତିର ସୋଲାର ସେଲ୍ ବିନିର୍ମାଣକୁ ବ୍ୟାପକ କରିବା ପାଇଁ ଭାରତର ଘରୋଇ ସୋଲାର ପିଭି ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ କମ୍ପାନିର ରହିଥିବା ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏହି କାରଖାନା ତରଫରୁ ୨୪୦୦ ମେଗାୱାଟ୍ ବିନିର୍ମାଣ କ୍ଷମତା ପାଇଁ ଆବେଦନ କରାଯାଇଛି ଏବଂ ସଦ୍ୟତମ ଏନ୍‌-ଟପ୍‌କନ୍ ପ୍ରଯୁକ୍ତିକୁ ବ୍ୟବହାର କରି ସାତ୍ୱିକ ନିଜସ୍ୱ ଉଚ୍ଚ ଦକ୍ଷତା ସମ୍ପନ୍ନ, ଉଚ୍ଚ ୱେଟେଜ୍‌ର ସୋଲାର୍ ସେଲ୍ ଉତ୍ପାଦନ କରିବ। ଘରୋଇ କଂଟେଂଟ୍ ଆବଶ୍ୟକତା (ଡିସିଆର୍‌) ବର୍ଗ ଅଧୀନରେ ମଡେଲ୍ ସଂଖ୍ୟା. ଏସ୍‌,ସ୍‌-ଏନ୍‌ଟିପି-୨୧୦ଆର୍‌-୧୬ବିବି-ବିଏଫ୍ ସହିତ ମୋନୋକ୍ରିଷ୍ଟାଲିନ୍ ବାଇଫେସିଆଲ୍ ଏନ୍‌-ଟପ୍‌କନ୍ ଜି୧୨ଆର୍ ସୋଲାର୍ ସେଲ୍ ପ୍ରଯୁକ୍ତି ପାଇଁ କମ୍ପାନି ଏଏଲ୍‌ଏମ୍‌ଏମ୍ ତାଲିକା-୨ରେ ସାମିଲ ହେବାକୁ ଆବେଦନ କରିଛି।
ଭାରତ ଅତ୍ୟାଧୁନିକ ସୋଲାର ପ୍ରଯୁକ୍ତିରେ ନିଜ ଘରୋଇ ଦକ୍ଷତା ବଢ଼ାଉଥିବା ବେଳେ ଏହା ସୋଲାର ପିଭି ମୂଲ୍ୟ ଶୃଙ୍ଖଳାରେ ସାତ୍ୱିକର ବିନିର୍ମାଣ ଦକ୍ଷତାକୁ ବଢ଼ାଇବ। ଭାରତ ସରକାରଙ୍କ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁର ଓ ତାଲିକାଭୁକ୍ତ ହେବା ପରେ ଏହି ବ୍ୟବସ୍ଥା ପ୍ରକଳ୍ପରେ ପ୍ରୟୋଗ ହେବାକୁ ଯୋଗ୍ୟ ବିବେଚିତ ହେବ ଓ ସେଥିପାଇଁ ପ୍ରଯୁଯ୍ୟ ଘରୋଇ ସୋର୍ସିଂ ଆବଶ୍ୟକତା ନିୟମ ପୂରଣ କରିବାକୁ ପଡ଼ିବ।
ଏ ସମ୍ପର୍କରେ ସାତ୍ୱିକ ଗ୍ରିନ୍ ଏନର୍ଜିର ସିଇଓ ଶ୍ରୀ ପ୍ରଶାନ୍ତ ମାଥୁର କହିଛନ୍ତି ଯେ, "ଭାରତରେ ଏକ ଅତ୍ୟାଧୁନିକ ଓ ପ୍ରତିଯୋଗିତାପୂର୍ଣ୍ଣ ସୋଲାର ବିନିର୍ମାଣ ଦକ୍ଷତା ସ୍ଥାପନ କରିବା ପାଇଁ ଆମର ରହିଥିବା ଅଭିଳାଷ ଦିଗରେ ଆମର ଓଡ଼ିଶା ସେଲ୍ ଉତ୍ପାଦନ କାରଖାନାକୁ ଏଏଲ୍‌ଏମ୍‌ଏମ୍ ତାଲିକା-୨ରେ ତାଲିକାଭୁକ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ୨.୪ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଯୋଜନା ଓ ଉଚ୍ଚ କ୍ଷମତା ସମ୍ପନ୍ନ ଏନ୍‌-ଟପ୍‌କନ୍ ପ୍ରଯୁକ୍ତି ଉପରେ ଗୁରୁତ୍ୱ ସହ ଏହି ବ୍ୟବସ୍ଥା ଆମକୁ ଘରୋଇ ଭାବେ ନିର୍ମିତ ସୋଲାର ସେଲ୍ ପ୍ରଦାନ କରିବାର ଦକ୍ଷତାକୁ ସୁଦୃଢ କରିବ ଏବଂ ଶିଳ୍ପର ବ୍ୟାପକ ସ୍ଥାନୀୟକରଣ ଯାତ୍ରାକୁ ସମର୍ଥନ କରିବ। ଆମେ ପ୍ରଯୁକ୍ତି, ବ୍ୟାପକତା ଓ ଉତ୍ପାଦନ କ୍ଷମତାରେ ନିବେଶ କରିବା ଉପରେ ଗୁରୁତ୍ୱାରୋପ କରୁଛୁ ଯାହା ଭାରତର ଦୀର୍ଘକାଳୀନ ଅକ୍ଷୟ ଶକ୍ତି ଅଭିଳାଷ ପ୍ରତି ଯୋଗଦାନ ପ୍ରଦାନ କରିବ।"
ସାତ୍ୱିକର ବ୍ୟାପକ ଉତ୍ପାଦନ କାରଖାନା ସମ୍ପ୍ରସାରଣରେ ଓଡ଼ିଶାର ବିଶେଷ ମହତ୍ୱ ରହିଛି। ଭାରତର ବଢ଼ୁଥିବା ସୋଲାର ବଜାରର ଆବଶ୍ୟକତା ପୂରଣ କରିବା ପାଇଁ ଉଚ୍ଚ ମାନର ସେଲ୍ ଓ ମଡ୍ୟୁଲ୍ ପ୍ରଯୁକ୍ତି ଉପରେ କମ୍ପାନି ଗୁରୁତ୍ୱ ଦେଉଛି। ଅଧିକ ପରିବର୍ତ୍ତନ ଦକ୍ଷତା ଓ ଉନ୍ନତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଥିବା ଏନ୍‌-ଟପ୍‌କନ୍ ଜି୧୨ଆର୍ ସେଲ୍‌କୁ ଏଠାରେ ନିର୍ମାଣ କରାଯିବ ଯାହା ଫଳରେ ଉଚ୍ଚ ପ୍ରଦର୍ଶନକାରୀ ପିଭି ଉତ୍ପାଦ ଆଡ଼କୁ ଶିଳ୍ପର ପରିବର୍ତ୍ତନକୁ ସହଯୋଗ ମିଳିପାରିବ। ଏହା ଓଡ଼ିଶାରେ ସାତ୍ୱିକର ବିନିର୍ମାଣ ଦକ୍ଷତାକୁ ବଢ଼ାଇବ ଏବଂ ଆଂଚଳିକ ଶିଳ୍ପ ଓ ଯୋଗାଣ ବ୍ୟବସ୍ତାରେ ସୁଯୋଗ ସୃଷ୍ଟି କରିବ।
ସାତ୍ୱିକ ଗ୍ରିନ୍ ଏନର୍ଜି ପକ୍ଷରୁ ୟୁଟିଲିଟି ମାନର ବିଦ୍ୟୁତ ଉତ୍ପାଦନ, ସୋଲର ପିଭି ମଡ୍ୟୁଲ୍ ଉତ୍ପାଦନ ଓ ଶକ୍ତି ସଂରକ୍ଷଣ ସମାଧାନ ଉପରେ ଗୁରୁତ୍ୱାରୋପ କରି ଅକ୍ଷୟ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ଉପସ୍ଥିତିକୁ ସୁଦୃଢ଼ କରାଯାଉଛି। କମ୍ପାନିର ବର୍ତ୍ତମାନର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ୪.୮ ଗିଗାୱାଟ୍ ରହିଛି ଏବଂ ଏହା ସୋଲାର ସେଲ୍ ଓ ମଡ୍ୟୁଲ୍ କ୍ଷେତ୍ରରେ ସମ୍ପ୍ରସାରଣ ଜାରି ରଖିଛି।

ଭୁବନେଶ୍ୱର: ଡାବର ଆମଲା ହେୟାର ଅଏଲ୍ ପକ୍ଷରୁ ଲୋକପ୍ରିୟ ଗାୟିକା ଯୁଗଳ ଅନ୍ତରା ନନ୍ଦୀ ଏବଂ ଅଙ୍କିତା ନନ୍ଦୀଙ୍କୁ ନେଇ "କେୟାର୍ ୱାହାଁ ଜହାଁ ଡାବର ଆମଲା,

ଭୁବନେଶ୍ୱର: ମୌସୁମୀ ଋତୁର ଆଗମନ ସହ ଡେଙ୍ଗୁ, ମାଲେରିଆ, ଜ୍ୱର ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏହାକୁ ନଜରରେ ରଖି ଷ୍ଟାର୍ ହେଲ୍‌ଥ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia