Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାମିଲନାଡୁରେ ବିଜୟ ଆଗରେ..

ତାମିଲନାଡୁରେ ବିଜୟ ଆଗରେ..

Odisha 24 3 weeks ago

ଶନ୍ଧି ଧରି ଡିଏମକେ ଏବଂ AIADMKର ଅଭେଦ୍ୟ ନିୟନ୍ତ୍ରଣରେ ଥିବା ଦ୍ରାବିଡ ରାଜନୈତିକ ଦୁର୍ଗରେ ଟିଭିକେର ସୁନାମି ଦେଖିବାକୁ ମିଳିଛି । ତାମିଲନାଡୁରେ ଡିଏମକେ ଏବଂ ଏଆଇଏଡିଏମକେକୁ ପଛରେ ପକାଇ ୧୦୮ ଆସନରେ ଆଗେଇ ଚାଲିଛି ଟିଭିକେ । ଡିଏମକେ ୫୨, AIADMK ୭୪ ସିଟରେ ଲିଡ୍ କରୁଛି । ଟିଭିକେ ପ୍ରାରମ୍ଭିକ ଆଗ୍ରଣୀ ସହିତ ଇତିହାସ ସୃଷ୍ଟି କରିଛି ।

ଏହା କେବଳ ନିର୍ବାଚନୀ ବ୍ୟକ୍ତିତ୍ୱ ନୁହେଁ ବରଂ ବିଜୟ ତାହା କରିଛନ୍ତି ଯାହା ରଜନୀକାନ୍ତ ଏବଂ କମଲ ହାସନଙ୍କ ପରି ଷ୍ଟାର କରିପାରିନଥିଲେ । ଆଜି ତାମିଲନାଡୁ ଲୋକ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ପ୍ରକୃତ 'ଥାଲାପତି' ପାଇଛନ୍ତି । କେବଳ ପରଦାରେ ନୁହେଁ ବରେ ଏକ ବ୍ୟବସ୍ଥା ପରିବର୍ତ୍ତନକାରୀ ଶକ୍ତି । ଆସନ୍ତୁ ଜାଣିବା ବିଜୟ ଏପରି କଣ କରିଛନ୍ତି ଯାହା ତାଙ୍କୁ ରାଜନୀତିର ନୂଆ 'ଥାଲାପତି' କରିଛି ।

ମହାରଥୀଙ୍କ ବିଫଳତା: ରଜନୀକାନ୍ତି ଏବଂ କମଲ କେଉଁଠି ଭୁଲ୍ କଲେ ? ତାମିଲନାଡୁରେ ସିନେମା ଏବଂ ରାଜନୀତି ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଏମଜି ରାମଚନ୍ଦ୍ରନ (ଏମଜିଆର) ଏବଂ ଜେ ଜୟଲଳିତାଙ୍କ ଭଳି ତାରକାମାନେ ରାଜ୍ୟକୁ ଶାସନ କରିଥିଲେ । ସେହି ସଫଳତାକୁ ପୁନରାବୃତ୍ତି କରିବାକୁ ଆଶା କରି ବର୍ତ୍ତମାନ ଯୁଗରେ ଦୁଇଜଣ ବଡ଼ ତାରକା ରାଜନୀତି ଆଡକୁ ମୁହାଁଉଛି ।

ରନଜୀକାନ୍ତଙ୍କ 'ଦ୍ୱନ୍ଦ'- ରଜନୀକାନ୍ତଙ୍କ ପାଖରେ ଦେବତାଙ୍କ ପରି ପ୍ରଶଂସକ ଅଛନ୍ତି । ସେ ୨୦୧୭ ମସିହାରେ ରାଜନୀତିରେ ପ୍ରବେଶ କରିବାକୁ ତାଙ୍କର ଅଭିପ୍ରାୟ ଘୋଷଣା କରିଥିଲେ କିନ୍ତୁ ବର୍ଷ ବର୍ଷ ଧରି କୌଣସି ଠୋସ୍ ପଦକ୍ଷେପ ନେଇ ନଥିଲେ । ଶେଷରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଓହରିଗଲେ । ଜନସାଧାରଣ ତାଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ବୁଝିଥିଲେ।

ଭୁବନେଶ୍ୱର: ମାର୍ଚ୍ଚ ୨୦୨୪ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସଇନୀ ଦ୍ରୁତଗତି, ସେବା ପ୍ରଦାନ ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇ

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୋନିଆ ଦତ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରାଥମିକତାରେ ଥିବା ଅସମତା ଏବଂ ଆଧୁନିକ ମୁଖ ସ୍ୱଚ୍ଛତାରେ ଆୟୁର୍ବେଦିକ ଜ୍ଞାନର ଭୂମିକାକୁ ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର,

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia