Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୦ମ ପାସ୍‌ଙ୍କ ପାଇଁ ପୋଷ୍ଟ ଅଫିସରେ ବମ୍ପର ନିଯୁକ୍ତି; ଜଲଦି କରନ୍ତୁ ଆବେଦନ

୧୦ମ ପାସ୍‌ଙ୍କ ପାଇଁ ପୋଷ୍ଟ ଅଫିସରେ ବମ୍ପର ନିଯୁକ୍ତି; ଜଲଦି କରନ୍ତୁ ଆବେଦନ

ଡ଼ିଶା ଭାସ୍କର ଡେସ୍କ: ଭାରତୀୟ ଡାକବିଭାଗରେ କ୍ୟାରିଅର୍ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ଦେଶବ୍ୟାପୀ କ୍ୟାଣ୍ଡିଡେଟ୍‌ମାନଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ୨୦୨୬ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

ଏହାସହ ଜିଡିଏସ୍ ଭର୍ତ୍ତିକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ଅପେକ୍ଷାର ଅନ୍ତ ଘଟିଛି।

ଇଣ୍ଡିଆ ପୋଷ୍ଟ ଜିଡିଏସ୍ ନିଯୁକ୍ତି ୨୦୨୬ ଜୁଲାଇ ସେସନ୍ ପାଇଁ ଅଗଷ୍ଟ ୩୧ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨, ୨୦୨୬ ନିର୍ଦ୍ଧାରିତ କରାଯାଇଛି। ତେବେ ଆସନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ଜାଣିବା ଏବଂ କିଏ ଏଥିପାଇଁ ଆବେଦନ କରିପାରିବେ, ତାହା ଦେଖିବା।

ଅନଲାଇନ୍ ମାଧ୍ୟମରେ କରିପାରିବେ ଆବେଦନ: ଇଣ୍ଡିଆ ପୋଷ୍ଟ ଜିଡିଏସ୍ ନିଯୁକ୍ତି ୨୦୨୬ ଜୁଲାଇ ସେସନ୍ ପାଇଁ ଅଗଷ୍ଟ ୩୧ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ‘ୱନ୍ ଟାଇମ୍ ରେଜିଷ୍ଟ୍ରେସନ୍’ କରାଯାଇପାରିବ। ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ।

ସେପ୍ଟେମ୍ବର ୨୩ରୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ କରେକ୍ସନ ୱିଣ୍ଡୋ ଖୋଲା ରହିବ। ଅଧିକାରୀକ ୱେବସାଇଟ୍ indiapost.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରାଯାଇପାରିବ।

କିପରି କରିବେ ଆବେଦନ?

  • ସର୍ବପ୍ରଥମେ ଇଣ୍ଡିଆ ପୋଷ୍ଟର ଅଧିକାରୀକ ୱେବସାଇଟ୍ indiapost.gov.in କୁ ଯାଆନ୍ତୁ।
  • ହୋମ୍ ପେଜ୍‌ରେ ଉପଲବ୍ଧ ‘India Post GDS Recruitment 2026’ ପଞ୍ଜୀକରଣ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।
  • ନୂତନ ୱେବ୍ ପେଜ୍ ଖୋଲିବ, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ।
  • ପଞ୍ଜୀକରଣ ସମାପ୍ତ ହେବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ।
  • ଫି’ ପେମେଣ୍ଟ କରି 'ସବ୍‌ମିଟ୍' ଉପରେ କ୍ଲିକ୍ କରନ୍ତୁ ଏବଂ କନ୍‌ଫର୍ମେସନ୍ ପେଜ୍ ଡାଉନଲୋଡ୍ କରି ପ୍ରିଣ୍ଟଆଉଟ୍ ନିଅନ୍ତୁ।

ଶିକ୍ଷାଗତ ଯୋଗ୍ୟତା: ଇଣ୍ଡିଆ ପୋଷ୍ଟ ଜିଡିଏସ୍ ନିଯୁକ୍ତି ୨୦୨୬ ପାଇଁ ୧୦ମ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ୧୦ମ ଶ୍ରେଣୀରେ ଗଣିତ ଏବଂ ଇଂରାଜୀ ବିଷୟ ରହିବା ଜରୁରୀ ଅଟେ। ଏହାସହ ସ୍ଥାନୀୟ ଭାଷାରେ ପାଠପଢ଼ା କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ।

କିପରି ହେବ ସିଲେକ୍ସନ୍: ଇଣ୍ଡିଆ ପୋଷ୍ଟ ଜିଡିଏସ୍ ନିଯୁକ୍ତି ୨୦୨୬ ପାଇଁ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଅନୁଯାୟୀ, ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ସିଷ୍ଟମ୍-ଜେନେରେଟେଡ୍ ମେରିଟ୍ ଲିଷ୍ଟ୍ ଆଧାରରେ ସର୍ଟଲିଷ୍ଟ କରାଯିବ। ସ୍ୱୀକୃତିପ୍ରାପ୍ତ ବୋର୍ଡଗୁଡ଼ିକର ୧୦ମ ଶ୍ରେଣୀରେ ପ୍ରାପ୍ତ ଅଙ୍କ ଆଧାରରେ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯିବ। ଜିଡିଏସ୍ ପୋଷ୍ଟ ପାଇଁ ଚୟନ ହେବା ପରେ, ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଡିପାର୍ଟମେଣ୍ଟ୍ ପକ୍ଷରୁ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar