ଓଡିଶାଭାସ୍କର: ଭାରତୀୟ କ୍ରିକେଟ୍ ଦଳ ଦୁଇଟି ODI ବିଶ୍ୱକପ୍ ଟାଇଟଲ୍ ଜିତିଛି। ଦ୍ୱିତୀୟ ଟାଇଟଲ୍ ଆଜିର ଦିନରେ (୨ ଏପ୍ରିଲ୍) ୨୦୧୧ ମସିହାରେ ଭାରତ ଜିତିଥିଲା, ଯେତେବେଳେ ଟିମ୍ ଇଣ୍ଡିଆ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଥିଲା।
ଏମଏସ୍ ଧୋନି (୯୧) ଏବଂ ଗୌତମ ଗମ୍ଭୀର (୯୭) ଫାଇନାଲ୍ରେ ଚମତ୍କାର ଇନିଂସ ଖେଳିଥିଲେ, ୨୭୫ ରନ୍ର ଲକ୍ଷ୍ୟ ପିଛା କରୁଥିବା ସମୟରେ ବୀରେନ୍ଦ୍ର ସେହୱାଗ (୦) ଏବଂ ସଚିନ୍ ତେନ୍ଦୁଲକର (୧୮)ଙ୍କ ରୂପରେ ଦୁଇଟି ୱିକେଟ୍ ୩୧ ରନ୍ରେ ପଡ଼ିଥିଲା।
ବିରାଟ କୋହଲି ଏହି ମ୍ୟାଚ୍ରେ ୩୫ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫାଇନାଲ୍ ପାଇଁ ଟସ୍ ଦୁଇଥର ହୋଇଥିଲା। ଜାଣନ୍ତୁ କାହିଁକି ଏତେ ବଡ଼ ଭୁଲ୍ ହେଲା।
କାହିଁକି ଦୁଇଥର ଟସ୍ ପଡିଥିଲା:
ଆପଣ ହୁଏତ ଭାବୁଥିବେ ଯେ ବିଶ୍ୱକପ୍ ଫାଇନାଲରେ ଦୁଇଥର ଟସ୍ କାହିଁକି କରାଯାଇଥିଲା। ଭାରତର ଅଧିନାୟକ ଏମ୍ଏସ୍ ଧୋନି ଏବଂ ଶ୍ରୀଲଙ୍କାର ଅଧିନାୟକ କୁମାର ସାଙ୍ଗାକାରା ଟସ୍ ପାଇଁ ଗ୍ରାଉଣ୍ଡରେ ପହଞ୍ଚିଥିଲେ।
ଫାଇନାଲ୍ ଦେଖିବାକୁ ବହୁତ ଲୋକ ଏକାଠି ହୋଇଥିଲେ ଏବଂ ଗ୍ରାଉଣ୍ଡ ପୂର୍ଣ୍ଣ ଥିଲା। ଫ୍ୟାନ୍ସଙ୍କ ପ୍ରବଳ ଶବ୍ଦରେ ଷ୍ଟାଡିୟମ ଫାଟି ପଡୁଥିଲା, ସମସ୍ତେ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ଚିତ୍କାର କରୁଥିଲେ।
ରବି ଶାସ୍ତ୍ରୀ ଦୁଇ ଅଧିନାୟକଙ୍କୁ ଟସ୍ ପାଇଁ ଡାକିଲେ। ଧୋନି ଚସ୍ ପକାଇଲେ ଏବଂ କୁମାର ସାଙ୍ଗାକାରା ହେଡ୍ସ ଡାକିଲେ। କିନ୍ତୁ ଷ୍ଟାଡିୟମରେ କ୍ରିକେଟ ପ୍ରେମୀ ଏତେ ଜୋରେ ଚିତ୍କାର କରୁଥିଲେ ଯେ ମ୍ୟାଚ୍ ରେଫରି ତାହା ଶୁଣିପାରିଲେ ନାହିଁ।
ଉଭୟ ଅଧିନାୟକଙ୍କ ସମ୍ମତିରେ ପୁଣି ଥରେ ଟସ୍ ଅନୁଷ୍ଠିତ ହେଲା। ସାଙ୍ଗାକାରା ଦ୍ୱିତୀୟ ଥର ହେଡ୍ସ ଡାକିଲେ। ଟସ୍ ଜିତି ସାଙ୍ଗାକାରା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲେ।
ଧୋନି POTM ପୁରସ୍କାର ପାଇଲେ:
ଶ୍ରୀଲଙ୍କା ପକ୍ଷରୁ କୁମାର ସାଙ୍ଗାକାରା (୪୮) ଏବଂ ମାହେଲା ମାୟାବର୍ଦ୍ଧନେ (୧୦୩) ଭଲ ଇନିଂସ ଖେଳି ଭାରତକୁ ବିଜୟ ପାଇଁ ୨୭୫ ରନର ଲକ୍ଷ୍ୟ ଦେଇଥିଲେ।
ଲକ୍ଷ୍ୟ ପିଛା କରି ଭାରତ ଖରାପ ଆରମ୍ଭ କରିଥିଲା, ସେହୱାଗ (୦) ଏବଂ ସଚିନ (୧୮) ଶସ୍ତାରେ ଆଉଟ୍ ହୋଇଥିଲେ। ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ତୃତୀୟ ୱିକେଟ ପାଇଁ ୮୩ ରନର ଭାଗୀଦାରି କରିଥିଲେ, ଯାହା ପାଇଁ ଭାରତ ମ୍ୟାଚ୍ ଜିତି ନେଇଥିଲା।
କୋହଲି ୪୯ ବଲରୁ ୩୫ ରନ କରିଥିଲେ, ଯେତେବେଳେ ଗୌତମ ଗମ୍ଭୀର ୯୭ ରନର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ଏହାପରେ ଏମଏସ ଧୋନି ୯୧ ରନ କରି ମ୍ୟାଚ୍ ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ଯୁବରାଜ ସିଂହଙ୍କୁ ୨୦୧୧ ବିଶ୍ୱକପର ବେଷ୍ଟ ପ୍ଲେୟର ଭାବରେ ବିବେଚିତ କରାଯାଇଥିଲା।

