ଭୁବନେଶ୍ୱର: ଘଡ଼ା ଘରେ ଚାଲିଥିଲା ଦେହର ଖେଳ। ଦିନ ରାତି ଲାଗୁଥିଲା ଗ୍ରାହକଙ୍କ ଭିଡ଼। ଦେହ ଶୁଖ ଦେଉଥିଲେ ବଙ୍ଗୀୟ ଯୁବତୀ ଓ ମହିଳା! ଦୀର୍ଘ ୭ରୁ ୮ ବର୍ଷ ଧରି ଏପରି ଅନୈତିକ କାର୍ଯ୍ୟ ଚାଲିଥିଲା। ଆଜି ଜଗତସିଂହପୁର ପୋଲିସ ଚଢ଼ାଉ କରି ୩ ଦେହଜୀବୀଙ୍କୁ ଉଦ୍ଧାର କରିଛି। ରାଣୀ ମହୁମାଛିଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି।
ରାହାମା ବଜାରରେ ଏକ ଘରେ ଦୀର୍ଘ ଦିନ ହେବ ଚାଲିଥିଲା ଦେହ ବେପାର। ଘର ମାଲିକଙ୍କ ସହଯୋଗରେ ଏହି ଖେଳ ଚାଲିଥିଲା। ଦେହ ବେପାରରେ ନିୟୋଜିତ ହେଉଥିବା ଦେହଜୀବୀଙ୍କୁ ରାଜ୍ୟ ବାହାରୁ ଅଣା ଯାଉଥିଲା। ବିଶେଷ କରି ବଙ୍ଗୀୟ ଯୁବତୀ ଓ ମହିଳାଙ୍କୁ ଦେହ ବେପାରରେ ନିୟୋଜିତ କରାଯାଉଥିଲା। ଦିନ ଓ ରାତି ସବୁବେଳେ ଚାଲୁଥିଲା ଦେହର ଖେଳ। ସ୍ଥାନୀୟ ଲୋକଙ୍କ ପ୍ରତିବାଦ ସତ୍ତ୍ୱେ ଖୋଲମଖୋଲା ଚାଲିଥିଲା ସେକ୍ସ ରାକେଟ।
ସ୍ଥାନୀୟ ଲୋକେ ଆଜି ଅପରାହ୍ନରେ ଏନେଇ ପୋଲିସକୁ ସୂଚନା ଦେଇଥିଲା। ଖବର ପାଇବା ପରେ ସତର୍କ ହୋଇଯାଇଥିଲା ପୋଲିସ। କାଳବିଳମ୍ବ ନକରି ଉକ୍ତ ଘରେ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଦେହ ସୁଖ ନେବା ପାଇଁ ଆସିଥିବା ଗ୍ରାହକମାନେ ଚମ୍ପଟ ମାରିଥିଲେ। ପୋଲିସ ୩ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଡାକ୍ତରୀ ମାଇନା କରିଛି। ବର୍ତ୍ତମାନ ସେମାନଙ୍କୁ ସଖୀ ଗୃହରେ ରଖିଛି।
ମିଳିଥିବା ସୂଚନା ଅନୁସାରେ ପୋଲିସ ଉକ୍ତ ଘରୁ କଣ୍ଡୋମ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି। ପୋଲିସ ଏହି ମାମଲାରେ ରାଣୀ ମହୁମାଛିଙ୍କ ସମେତ ଘର ମାଲିକ ଓ ଜଣେ ଗ୍ରାହକଙ୍କୁ ଗିରଫ କରିଛି। ରାଣୀ ମହୁମାଛିଙ୍କ କହିବା ଅନୁସାରେ ୭ରୁ ୮ ବର୍ଷ ଧରି ସେଠାରେ ସେକ୍ସ ରାକେଟ ଚାଲିଥିଲା। ଘର ମାଲିକ ଏ ସମ୍ପର୍କରେ ଜାଣିଥିଲେ। ଯାହା ରୋଜଗାର ହେଉଥିଲା ଘର ମାଲିକ ଅଧା ନେଉଥିଲେ ବୋଲି ରାଣୀ ମହୁମାଛି କହିଥିବା ଜଣାପଡ଼ିଛି।

