Dailyhunt
ଆହତ ଗିଲ୍ ମ୍ୟାଚ୍‌ରୁ ବାହାର, ରାଶିଦ ଖାନ୍‌ଙ୍କ କାନ୍ଧରେ ଗୁଜରାଟର ଅଧିନାୟକ ପଦ

ଆହତ ଗିଲ୍ ମ୍ୟାଚ୍‌ରୁ ବାହାର, ରାଶିଦ ଖାନ୍‌ଙ୍କ କାନ୍ଧରେ ଗୁଜରାଟର ଅଧିନାୟକ ପଦ

ଭୁବନେଶ୍ୱର : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଶୁଭମନ ଗିଲ୍ ଖେଳୁନାହାନ୍ତି । ତାଙ୍କ ଅନୁପସ୍ଥିତିରେ ଗୁଜରାଟ ଟାଇଟନ୍ସ ପାଇଁ ରାଶିଦ ଖାନ୍ ଟସ୍ କରିବାକୁ ଆସିଥିଲେ, ଯିଏ କି ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ କରୁଛନ୍ତି । ହଠାତ୍ ରାଶିଦ ଖାନ୍‌ଙ୍କୁ ଅଧିନାୟକ ପଦ ମିଳିବା ପଛର ପ୍ରକୃତ କାରଣ କ'ଣ?

ଟସ୍ ସମୟରେ ରାଶିଦ ଖାନ୍ କହିଥିଲେ ଯେ, ଶୁଭମନ ଗିଲ୍‌ଙ୍କ ମାଂସପେଶୀରେ ଆଘାତ (stretching) ଲାଗିଛି, ସେଥିପାଇଁ ସେ ଏହି ମ୍ୟାଚ୍ ଖେଳୁନାହାନ୍ତି।

ରାଶିଦ ଆଶା ପ୍ରକାଶ କରିଛନ୍ତି ଯେ ଗିଲ୍ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ। ଗିଲ୍‌ଙ୍କ ବଦଳରେ କୁମାର କୁଶାଗ୍ରଙ୍କୁ ଗୁଜରାଟ ଟାଇଟନ୍ସର ପ୍ଲେଇଙ୍ଗ୍ ଇଲେଭେନରେ ସୁଯୋଗ ମିଳିଛି। କୁଶାଗ୍ର ହେଉଛନ୍ତି ଝାଡ଼ଖଣ୍ଡର ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍।

ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ୍ ସମୟରେ ଗୁଜରାଟର ଅଧିନାୟକ ରାଶିଦ ଖାନ୍ କହିଥିଲେ ଯେ, ଗତ ମ୍ୟାଚ୍‌ଟି ବହୁତ ସଂଘର୍ଷପୂର୍ଣ୍ଣ ଥିଲା, କିନ୍ତୁ ଏଥର ସେମାନଙ୍କୁ ବ୍ୟାଟିଂ ସହିତ ବୋଲିଂରେ ମଧ୍ୟ ସୁଧାର ଆଣିବାକୁ ହେବ। ଶୁଭମନ ଗିଲ୍‌ଙ୍କ କଥା କହିବାକୁ ଗଲେ, ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୨୭ ବଲ୍‌ରୁ ୩୯ ରନ୍ କରିଥିଲେ।

କୁମାର କୁଶାଗ୍ର, ସାଇ ସୁଦର୍ଶନ, ଜୋସ୍ ବଟଲର୍ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ୱାଶିଂଟନ୍ ସୁନ୍ଦର, ରାହୁଲ ତେୱାତିଆ, ରାଶିଦ ଖାନ୍ (ଅଧିନାୟକ), କାଗିସୋ ରବାଡା, ଅଶୋକ ଶର୍ମା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ଗୁଜରାଟ ଟାଇଟନ୍ସର ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ସହିତ ହୋଇଥିଲା, ଯେଉଁଥିରେ ଗୁଜରାଟର ପୂରା ଦଳ ମାତ୍ର ୧୬୨ ରନ୍ କରିପାରିଥିଲା। ବ୍ୟାଟିଂରେ ଖରାପ ଷ୍ଟ୍ରାଇକ୍ ରେଟ୍ କାରଣରୁ ଗୁଜରାଟ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ ୩ଟି ୱିକେଟ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା। ଗୁଜରାଟ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଚମତ୍କାର ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ। ପ୍ରସିଦ୍ଧ ଗତ ସିଜନରେ ‘ପର୍ପଲ୍ କ୍ୟାପ୍’ ବିଜେତା ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar