ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଆସନ୍ତା ୧୩ ସେପ୍ଟେମ୍ବରରୁ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ।
ଏହି ଦଳରେ ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କୁ ପୁଣିଥରେ ସ୍ଥାନ ମିଳିଛି। ତେବେ ଆହତ ଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସାମିଲ ହୋଇନାହାନ୍ତି।
ଏହି ସିରିଜ୍ରେ ଅନେକ ଖେଳାଳି ଆହତରୁ ସୁସ୍ଥ ହୋଇ ଅନ୍ତର୍ଜାତୀୟ କ୍ରିକେଟ୍କୁ କମ୍ବ୍ୟାକ୍ କରିବେ। ଏଥିରେ ରହିଛନ୍ତି ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ, ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର, ସିମ୍ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ। ବିସିସିଆଇ ଏହି ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି।
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଭଳି ୪ ଜଣ ଅଲରାଉଣ୍ଡର ରହିଛନ୍ତି।
ସ୍ପିନ୍ ବୋଲିଂ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ଏବଂ ରବି ବିଷ୍ଣୋଇଙ୍କୁ ସ୍ଥାନ ମିଳିଛି। ଦ୍ରୁତ ବୋଲିଂ ବିଭାଗରେ ବୁମରାହଙ୍କ ସହ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା ରହିଛନ୍ତି।
ଦଳରେ ୬ ଜଣ ସ୍ପେଶାଲିଷ୍ଟ ବ୍ୟାଟର ମଧ୍ୟ ରହିଛନ୍ତି। ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍, ଈଶାନ କିଶନ ଏବଂ ତିଲକ ବର୍ମା ଦଳରେ ରହିଛନ୍ତି।
୧୩ ସେପ୍ଟେମ୍ବରରୁ ଟି-୨୦ ସିରିଜ୍:
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ର ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ୧୩ ସେପ୍ଟେମ୍ବରରେ ଖେଳାଯିବ। ଏହାପରେ ଦ୍ୱିତୀୟ ମ୍ୟାଚ୍ ୧୫ ସେପ୍ଟେମ୍ବର ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ।
ସିରିଜ୍ର ସମସ୍ତ ୩ଟି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ର ଆୟୋଜକ ଆଫଗାନିସ୍ତାନ ଦଳ ହୋଇଥିବା ବେଳେ ମ୍ୟାଚ୍ଗୁଡ଼ିକ ଭାରତରେ ଖେଳାଯିବ।
ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଈଶାନ କିଶନ (ୱିକେଟ୍ କିପର), ତିଲକ ବର୍ମା, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା।
ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ର କାର୍ଯ୍ୟସୂଚୀ:
୧୩ ସେପ୍ଟେମ୍ବର: ପ୍ରଥମ ଟି-୨୦ - ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
୧୫ ସେପ୍ଟେମ୍ବର: ଦ୍ୱିତୀୟ ଟି-୨୦ - ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
୧୭ ସେପ୍ଟେମ୍ବର: ତୃତୀୟ ଟି-୨୦ - ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
ଦିଲ୍ଲୀରେ ଖେଳାଯିବ ସମସ୍ତ ୩ଟି ମ୍ୟାଚ୍:
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ୩ଟି ମ୍ୟାଚ୍ର ଟି-୨୦ ସିରିଜ୍ର ସମସ୍ତ ମୁକାବିଲା ଦିଲ୍ଲୀରେ ଖେଳାଯିବ। ସେପ୍ଟେମ୍ବର ୧୩ରେ ପ୍ରଥମ ଟି-୨୦ ମ୍ୟାଚ୍ରୁ ସିରିଜ୍ ଆରମ୍ଭ ହେବ। ଏହାପରେ ସେପ୍ଟେମ୍ବର ୧୫ରେ ଦ୍ୱିତୀୟ ଏବଂ ସେପ୍ଟେମ୍ବର ୧୭ରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ।
ଏହି ସିରିଜ୍ର ଆୟୋଜକ ଭାବେ ଆଫଗାନିସ୍ତାନ ଦଳ ରହିବ। ଅର୍ଥାତ୍, ଭାରତୀୟ ମାଟିରେ ଖେଳାଯାଉଥିଲେ ମଧ୍ୟ ଭାରତ ଏହି ସିରିଜ୍ରେ ଘରୋଇ ଦଳ ନୁହେଁ, ବରଂ ଅତିଥି ଦଳ ଭାବେ ମଇଦାନକୁ ଓହ୍ଲାଇବ। ସମସ୍ତ ତିନୋଟି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯିବ।

