Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Airtel ଆଣିଲା ସବୁଠୁ ଶସ୍ତା ପ୍ଲାନ୍, ମାତ୍ର ଏତିକି ଟଙ୍କା ରିଚାର୍ଜ କରି ପାଇବେ ଏତେ ଲାଭ, ଦୈନିକ ଡାଟା ସହ OTT ର ମାଗଣା ସୁବିଧା

Airtel ଆଣିଲା ସବୁଠୁ ଶସ୍ତା ପ୍ଲାନ୍, ମାତ୍ର ଏତିକି ଟଙ୍କା ରିଚାର୍ଜ କରି ପାଇବେ ଏତେ ଲାଭ, ଦୈନିକ ଡାଟା ସହ OTT ର ମାଗଣା ସୁବିଧା

Airtel Plan: ଟେଲିକମ୍ କମ୍ପାନୀ ଏୟାରଟେଲ୍ ପାଖରେ ନିଜ ଗ୍ରାହକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରିପେଡ୍ ପ୍ଲାନ୍ ରହିଛି, ଯେଉଁଥିରେ ୨୮ ଦିନ, ୫୬ ଦିନ ଏବଂ ୮୪ ଦିନ ସମେତ ଦୀର୍ଘ ବୈଧତା ପ୍ରଦାନ କରାଯାଏ । ବର୍ତ୍ତମାନ କମ୍ପାନୀ ପାଖରେ ୫୬ ଦିନର ବୈଧତା ଥିବା ଏକ ସବୁଠାରୁ ଶସ୍ତା ପ୍ଲାନ୍ ରହିଛି, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ଏବଂ ଡାଟା ସହିତ ଅନେକ ଗୁଡ଼ିଏ ଆକର୍ଷଣୀୟ ସୁବିଧା ମିଳୁଛି ।

ଏୟାରଟେଲ୍ ଏହି ପ୍ଲାନ୍‌କୁ ନିଜର ଅଫିସିଆଲ୍ ୱେବସାଇଟ୍ ଏବଂ ଏୟାରଟେଲ୍ ଥାଙ୍କସ ଆପ୍ ରେ ଲିଷ୍ଟ କରିଛି ।

୫୬ ଦିନିଆ ସବୁଠାରୁ ଶସ୍ତା ପ୍ଲାନ୍

ଏୟାରଟେଲ୍‌ର ଏହି ଦମଦାର୍ ପ୍ରିପେଡ୍ ପ୍ଲାନ୍ ମାତ୍ର ୫୭୯ ଟଙ୍କାରେ ଆସିଥାଏ । ଏହି ପ୍ଲାନ୍‌ରେ ମିଳୁଥିବା ସୁବିଧାଗୁଡ଼ିକ ମଧ୍ୟରେ, ସାରା ଭାରତରେ ଯେକୌଣସି ନେଟୱର୍କକୁ ସମ୍ପୂର୍ଣ୍ଣ ଅନଲିମିଟେଡ୍ କଲିଂର ସୁବିଧା ମିଳିବା ସହ ଗ୍ରାହକମାନେ ଦେଶ ମଧ୍ୟରେ ମାଗଣା ନ୍ୟାସନାଲ୍ ରୋମିଂର ଲାଭ ଉଠାଇପାରିବେ । ଏଥିସହ ଏଥିରେ ୟୁଜର୍ସଙ୍କୁ ଦୈନିକ ୧.୫GB ହାଇ-ସ୍ପିଡ୍ ଡାଟା, ପ୍ରତିଦିନ ୧୦୦ଟି ମାଗଣା SMSର ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ମିଳିବ ଅତିରିକ୍ତ ଓ OTT ସୁବିଧା

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ Airtel Xstream Play ର ମାଗଣା ସବସ୍କ୍ରିପସନ୍ ମିଳିବ, ଯାହାଦ୍ୱାରା ୟୁଜର୍ସ ଅନେକ ଓଟିଟି କଣ୍ଟେଣ୍ଟ ମାଗଣାରେ ଦେଖିପାରିବେ । ଏହାସହିତ ମାଗଣା ହାଲୋଟ୍ୟୁନ୍ସ ଏବଂ ସମ୍ପୂର୍ଣ୍ଣ ୧୨ ମାସ ପାଇଁ Adobe Express Premium ର ମାଗଣା ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି ।

ଏୟାରଟେଲ୍‌ର ଅନ୍ୟ ଏକ ୫୬ ଦିନିଆ ପ୍ଲାନ୍

ଯଦି ଆପଣ ଅଧିକ ଡାଟା ଚାହୁଁଛନ୍ତି, ତେବେ କମ୍ପାନୀ ପାଖରେ ୬୪୯ ଟଙ୍କାର ଆଉ ଏକ ପ୍ଲାନ୍ ରହିଛି । ଏହି ପ୍ଲାନ୍‌ରେ ଅନଲିମିଟେଡ୍ କଲିଂ ଓ ଫ୍ରି ରୋମିଂ ସହିତ ପ୍ରତିଦିନ ୨GB ଡାଟା ମିଳିଥାଏ । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ଲାନ୍‌ରେ ଯୋଗ୍ୟ ଗ୍ରାହକମାନଙ୍କୁ ଅନଲିମିଟେଡ୍ 5G ଡାଟାର ସୁବିଧା ମଧ୍ୟ ମିଳିବ ।

ଅମରନାଥ ଯାତ୍ରୀଙ୍କ ପାଇଁ ଏୟାରଟେଲ୍‌ର ବଡ଼ ପଦକ୍ଷେପ

ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଏୟାରଟେଲ୍ ଯାତ୍ରା ମାର୍ଗରେ ନେଟୱର୍କ କନେକ୍ଟିଭିଟିକୁ ଆହୁରି ସୁଦୃଢ଼ କରିଛି । କମ୍ପାନୀ ତରଫରୁ ଚନ୍ଦନବାଡ଼ି, ପିସୁ ଟପ୍ ଏବଂ ବେତାବ୍ ଭ୍ୟାଲି ଭଳି ଦୁର୍ଗମ ଅଞ୍ଚଳରେ ନିଜର ସ୍ପେଶାଲ ମୋବାଇଲ୍ ସାଇଟ୍ କୁ ଲାଇଭ୍ କରିଦିଆଯାଇଛି ।

ଏହି ପଦକ୍ଷେପ ଯୋଗୁଁ ଯାତ୍ରୀମାନଙ୍କ ସହ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପ୍ରଶାସନକୁ ଉତ୍କୃଷ୍ଟ ନେଟୱର୍କ ମିଳିପାରିବ । କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ଆପାତକାଳୀନ ସମୟରେ ଏହି ଉନ୍ନତ ନେଟୱର୍କ ଯୋଗୁଁ ଯୋଗାଯୋଗ ସହଜ ହେବ ଏବଂ ଶ୍ରଦ୍ଧାଳୁମାନଙ୍କ ପାଖରେ ତୁରନ୍ତ ସାହାଯ୍ୟ ପହଞ୍ଚିପାରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar