Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅରେଞ୍ଜ କ୍ୟାପ ରେସରୁ ବାଦ ପଡ଼ିଲେ ବିରାଟ କୋହଲି, ଏବେ ସବୁଠୁ ଆଗରେ ଏହି ଖେଳାଳି, ଟପ୍ ୫ରେ ବୈଭବ୍

ଅରେଞ୍ଜ କ୍ୟାପ ରେସରୁ ବାଦ ପଡ଼ିଲେ ବିରାଟ କୋହଲି, ଏବେ ସବୁଠୁ ଆଗରେ ଏହି ଖେଳାଳି, ଟପ୍ ୫ରେ ବୈଭବ୍

Orange Cap: ଆଇପିଏଲ୍ ୨୦୨୬ରେ ଅରେଞ୍ଜ କ୍ୟାପ୍ ପାଇଁ ଲଢ଼େଇ ଏବେ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ପ୍ରତି ମ୍ୟାଚରେ କେହି ନା କେହି ନୂଆ ଖେଳାଳି ଏହି ଦୌଡ଼ରେ ଆଗକୁ ବଢୁଛନ୍ତି। ବର୍ତ୍ତମାନର ସିଜନରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରି ଅଭିଷେକ ଶର୍ମା ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଷ୍ଟାର୍ ବ୍ୟାଟର ବିରାଟ କୋହଲି ଏହି ଦୌଡ଼ରେ ଥାଇ ମଧ୍ୟ ଏବେ ଟପ୍-୫ ତାଲିକାରୁ ବାହାରି ଯାଇଛନ୍ତି।

ତେବେ ଆସନ୍ତୁ ନଜର ପକାଇବା ଅରେଞ୍ଜ କ୍ୟାପ୍ ରେସରେ ଥିବା ଟପ୍ ୫ ବ୍ୟାଟରମାନଙ୍କ ଉପରେ

ଅଭିଷେକ ଶର୍ମା: କେ.ଏଲ୍ ରାହୁଲଙ୍କୁ ପଛରେ ପକାଇ ଅଭିଷେକ ଶର୍ମା ଏବେ ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି । କେକେଆର୍ (KKR) ବିପକ୍ଷରେ ୧୬ ରନ୍ କରି ସେ ଚଳିତ ସିଜନର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ଅଭିଷେକ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚରୁ ୪୮.୮୮ ହାରରେ ୪୪୦ ରନ୍ ସଂଗ୍ରହ କରିଛନ୍ତି।

କେ.ଏଲ୍ ରାହୁଲ: ଅରେଞ୍ଜ କ୍ୟାପ୍ ତାଲିକାରେ କେ.ଏଲ୍ ରାହୁଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ IPL ୨୦୨୬ରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳି ୪୩୩ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ହାର ୫୪.୧୨ ଏବଂ ଷ୍ଟ୍ରାଇକ୍ ରେଟ୍ ୧୮୫.୮୩ ରହିଛି।

ହେନରିକ୍ କ୍ଲାସେନ୍: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ହେନରିକ୍ କ୍ଲାସେନ୍ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୦ଟି ମ୍ୟାଚରୁ ୫୩.୧୨ ହାରରେ ୪୨୫ ରନ୍ କରିଛନ୍ତି। କ୍ଲାସେନ୍ ଚଳିତ ସିଜନରେ ଏପର୍ଯ୍ୟନ୍ତ ୪ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି।

ବୈଭବ ସୂର୍ଯ୍ୟବଂଶୀ: ମାତ୍ର ୧୫ ବର୍ଷର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଅରେଞ୍ଜ କ୍ୟାପ୍ ଦୌଡ଼ରେ ଚତୁର୍ଥ ସ୍ଥାନରେ ରହି ସମସ୍ତଙ୍କୁ ଚକିତ କରିଛନ୍ତି। ରାଜସ୍ଥାନ ରୟାଲ୍ସର ଏହି ବ୍ୟାଟର ୧୦ଟି ମ୍ୟାଚରୁ ୪୦୪ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୭.୬୪ ରହିଥିବା ବେଳେ ସେ ଏହି ସିଜନରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ମାରିଛନ୍ତି।

ସାଇ ସୁଦର୍ଶନ: ପଞ୍ଜାବ କିଙ୍ଗସ (PBKS) ବିପକ୍ଷରେ ୫୭ ରନର ଶାନଦାର ଇନିଂସ ଖେଳି ସାଇ ସୁଦର୍ଶନ ଟପ୍-୫ରେ ପ୍ରବେଶ କରିଛନ୍ତି। ସେ ବିରାଟ କୋହଲିଙ୍କୁ ଟପ୍-୫ରୁ ବାହାର କରି ଦେଇଛନ୍ତି। କୋହଲି ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ସୁଦର୍ଶନ ୧୦ଟି ମ୍ୟାଚରୁ ୧୫୮.୪୩ ଷ୍ଟ୍ରାଇକ୍ ରେଟରେ ୩୮୫ ରନ୍ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar