Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ଜଣଙ୍କ ମୃତ୍ୟୁ, ଅନେକ ଗୁରୁତର

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ଜଣଙ୍କ ମୃତ୍ୟୁ, ଅନେକ ଗୁରୁତର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାର ପିପରି ପୋଲିସ ଷ୍ଟେସନ ଅନ୍ତର୍ଗତ ମହମୁଦପୁରରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରୟାଗରାଜର ଏସଆରଏନ୍ ହସ୍ପିଟାଲର ଟ୍ରମା ସେଣ୍ଟରକୁ ଅଣାଯାଇଛି।

ପ୍ରଶାସନିକ ତତ୍ପରତା ଓ ଉଦ୍ଧାର କାର୍ଯ୍ୟ: ସୂଚନା ପାଇ ସର୍କଲ ଅଫିସର୍ ଶିବାଙ୍ଗ ସିଂହଙ୍କ ସମେତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୌଶାମ୍ବୀର ଜିଲ୍ଲାପାଳ ଅମିତ ପାଲ ଶର୍ମା କହିଛନ୍ତି ଯେ, ଘଟଣାସ୍ଥଳକୁ ଆମ୍ବୁଲାନ୍ସ ସହିତ ଫାୟାର ବ୍ରିଗେଡ଼ର ଚାରୋଟି ଗାଡ଼ି ପଠାଯାଇଛି। ପ୍ରାଥମିକ ତଦନ୍ତରୁ ପ୍ରାୟ ତିନୋଟି ଘର ପୋଡ଼ି ଯାଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାର ଖବର ପାଇ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେ ଅଧିକାରୀମାନଙ୍କୁ ଆହତମାନଙ୍କୁ ଉଚିତ୍ ଚିକିତ୍ସା ଏବଂ ପୀଡ଼ିତ ପରିବାରକୁ ସମ୍ଭବପର ସମସ୍ତ ସହାୟତା ଯାଗାଇଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar