Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ଦ ହେଲା ହଲଦିରାମର ରେଷ୍ଟୁରାଣ୍ଟ, କାରଣ ଜାଣିଲେ ଆପଣ ବି ବିଶ୍ଵାସ କରିପାରିବେନି

ବନ୍ଦ ହେଲା ହଲଦିରାମର ରେଷ୍ଟୁରାଣ୍ଟ, କାରଣ ଜାଣିଲେ ଆପଣ ବି ବିଶ୍ଵାସ କରିପାରିବେନି

ଡ଼ିଶା ଭାସ୍କର ଡେସ୍କ: ଭାରତର ପ୍ରସିଦ୍ଧ ବ୍ରାଣ୍ଡ୍ ହଲଦୀରାମ୍ ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ବେଶ୍ ଧୂମଧାମରେ ନିଜର ପ୍ରଥମ ଷ୍ଟୋର୍ ଉଦ୍‌ଘାଟନ କରିଥିଲା। କିନ୍ତୁ ଏବେ ଏହି ରେଷ୍ଟୁରାଣ୍ଟ ଖୋଲିବାର ମାତ୍ର ୨୫ ଦିନ ପରେ ବନ୍ଦ ହୋଇଯାଇଛି। ଗତ ଜୁନ୍ ୨୫ ତାରିଖରେ ଯେତେବେଳେ ଏହି ଷ୍ଟୋର୍ ଖୋଲିଥିଲା, ବିଦେଶ ମାଟିରେ ଭାରତୀୟ ସ୍ୱାଦର ମଜା ନେବା ପାଇଁ ବହୁ ସଂଖ୍ୟାରେ ଲୋକ ପହଞ୍ଚିଥିଲେ, ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା।

ଏହି ସମୟରେ ଭାରତର ପ୍ରସିଦ୍ଧ ସ୍ନାକ୍ସ ଏବଂ ମିଠା ବ୍ରାଣ୍ଡ୍ ହଲଦୀରାମ୍ ପ୍ରବାସୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। କିନ୍ତୁ ଏବେ ଏହି ରେଷ୍ଟୁରାଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଥିବା ଖବର ଆସିବା ପରେ, ଏହା ସେଠାରେ ରହୁଥିବା ଲୋକଙ୍କ ପାଇଁ ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି।

ତେବେ ହଠାତ୍ କ'ଣ ପାଇଁ ହଲଦୀରାମ୍‌କୁ ନିଜ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଲା, ତାହା ଭାବି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। କମ୍ପାନୀ କୌଣସି ବିବାଦରେ ଫସିଛି କିମ୍ବା ଗ୍ରାହକଙ୍କ ସଂଖ୍ୟା କମିଯାଇଛି ବୋଲି ଯଦି ଆପଣ ଭାବୁଛନ୍ତି, ତେବେ କଥାଟି ଆଦୌ ସେପରି ନୁହେଁ।

କାହିଁକି ବନ୍ଦ ହେଲା ରେଷ୍ଟୁରାଣ୍ଟ: ରେଷ୍ଟୁରାଣ୍ଟର ଦ୍ୱାରରେ ମରାଯାଇଥିବା ଏକ ନୋଟିସ୍ ଏବଂ ନିଜ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ୍ ମାଧ୍ୟମରେ ହଲଦୀରାମ୍ ଏହାର କାରଣ ସ୍ପଷ୍ଟ କରିଛି। ହଲଦୀରାମ୍ ସୂଚନା ଦେଇଛି ଯେ, ୟୁକେ ପାୱାର ନେଟୱାର୍କସ (UK Power Networks) ପକ୍ଷରୁ ଉକ୍ତ ଅଞ୍ଚଳରେ ଗ୍ରୀଡ୍ ଅପଗ୍ରେଡେସନ୍ ଏବଂ ମରାମତି କାର୍ଯ୍ୟ ଚାଲିଛି।

ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ରେଷ୍ଟୁରାଣ୍ଟର କାର୍ଯ୍ୟ ବନ୍ଦ ରଖିବାକୁ ପଡ଼ିଛି। ଏହି କାରଣରୁ ଜୁଲାଇ ୨୧ ତାରିଖରୁ ରେଷ୍ଟୁରାଣ୍ଟଟି କ୍ରମାଗତ ଭାବେ ବନ୍ଦ ରହିଛି। ନିଜ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରେ କମ୍ପାନୀ ଲେଖିଛି, “ଆମେ ଖୁବ୍‌ଶୀଘ୍ର ଫେରିବୁ।”

କ'ଣ ରହିଛି ବିଶେଷତ୍ୱ: ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଥିବା ହଲଦୀରାମ୍‌ର ଏହି ଆଉଟ୍‌ଲେଟ୍ ୩୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ବ୍ୟାପିଛି। ୧୨୦ଟି ସିଟ୍ ବିଶିଷ୍ଟ ଏହା ଏକ ଫୁଲ୍-ସର୍ଭିସ୍ ରେଷ୍ଟୁରାଣ୍ଟ। ଏଥିରେ ରିଟେଲ୍‌, ଓପନ୍-ଏୟାର୍ ଟେରେସ୍ ଭଳି ଅନେକ ଅଲଗା ଅଲଗା ସେକସନ୍ ରହିଛି।

ଏହି ରେଷ୍ଟୁରାଣ୍ଟ ବିଶେଷ କରି ସ୍ପେଶାଲ୍ ଫ୍ୟୁଜନ୍ ଡେଜର୍ଟସ ଏବଂ ଭିଗାନ୍ ମେନ୍ୟୁ ପାଇଁ ବେଶ୍ ଲୋକପ୍ରିୟ। ଏପରି ସ୍ଥିତିରେ, ଯଦି ଆପଣ ସାତସମୁଦ୍ର ପାରେ ଚଟପଟା ଛୋଲେ-ଭଟୁରେ କିମ୍ବା ସ୍ୱାଦିଷ୍ଟ ମିଠାର ସ୍ୱାଦ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar