Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାବବିହ୍ୱଳ ହେଲେ ଆରଜି କର ମେଡିକାଲ ପୀଡ଼ିତାଙ୍କ ମାଆ: କହିଲେ- ହତ୍ୟାକାରୀମାନେ ମଣିଷ ନୁହଁନ୍ତି

ଭାବବିହ୍ୱଳ ହେଲେ ଆରଜି କର ମେଡିକାଲ ପୀଡ଼ିତାଙ୍କ ମାଆ: କହିଲେ- ହତ୍ୟାକାରୀମାନେ ମଣିଷ ନୁହଁନ୍ତି

କୋଲକାତା: ଝିଅକୁ ମନେ ପକାଇ ପଶ୍ଚିମବଙ୍ଗ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପୀଡ଼ିତାଙ୍କ ମାଆ ଆଜି ଭାବବିହ୍ୱଳ ହୋଇଛି। ପୂର୍ବ ସରକାରକୁ ତୀବ୍ର ସମାଲୋଚନା କରିବା ସହିତ ଏକ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସେ କହିଛନ୍ତି, ମୋ' ଝିଅ ହତ୍ୟାକାରୀଙ୍କୁ ମୁଁ ଜାଣିଛି। ସେମାନେ ମଣିଷ ନୁହଁନ୍ତି ବୋଲି ପୀଡ଼ିତାଙ୍କ ମାଆ କହିଛନ୍ତି।

ଆରଜି କର ମେଡିକାଲ କଲେଜ ପୀଡ଼ିତାଙ୍କ ମାଆ ପୂର୍ଣ୍ଣ ବିଶ୍ୱାସ ବୁଧବାର କହିଛନ୍ତି; ନ୍ୟାୟିକ ତତ୍ତ୍ୱାବଧାନରେ ଚାଲିଥିବା ତଦନ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରିବ। ସେମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ।

ପୀଡ଼ିତାଙ୍କ ମାଆ ଝିଅକୁ ମନେ ପକାଇ କହିଛନ୍ତି; ଯେଉଁମାନେ ଏହି ଘୃଣ୍ୟ ଅପରାଧ କରିଛନ୍ତି, ସେମାନଙ୍କୁ ମଣିଷ ବୋଲି ବିବେଚନା କରାଯାଇପାରିବ ନାହିଁ। ଯେଉଁମାନେ ମୋ' ଝିଅକୁ ହତ୍ୟା କରିଛନ୍ତି, ସେମାନେ ମଣିଷ ନୁହଁନ୍ତି। ମୁଁ ସେମାନଙ୍କୁ ଜାଣେ। ଯେଉଁମାନେ ଅପରାଧ କରିଛନ୍ତି ଓ ଯେଉଁମାନେ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଛନ୍ତି, ସେମାନେ ସମସ୍ତେ ଅପରାଧୀ। କେହି ଆଇନରୁ ଖସିଯିବେ ନାହିଁ। ସମସ୍ତଙ୍କୁ ଧରାଯିବ ଓ ଦଣ୍ଡ ଦିଆଯିବ।

ସେ ଆହୁରି କରିଛନ୍ତି; ପରିବାରର ଉଦ୍ଦେଶ୍ୟ କେବଳ ମୁଖ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ନୁହେଁ, ସମଗ୍ର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା। ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବା।

ପୂର୍ବରୁ ପୀଡ଼ିତାଙ୍କ ବାପା ନ୍ୟାୟ ପାଇଁ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ; ନ୍ୟାୟିକ ତତ୍ତ୍ୱାବଧାନରେ ତଦନ୍ତ କରାଯାଉଥିବାରୁ ପରିବାରର ବିଶ୍ୱାସ ଯଥେଷ୍ଟ ବଢ଼ିଛି। ଝିଅର ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ।

ପୂର୍ବ ସରକାରକୁ ଟାର୍ଗେଟ କରି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି; ତଦନ୍ତରେ ଅନାବଶ୍ୟକ ବିଳମ୍ବ ହୋଇଥିଲା। ପରିବାର ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଗମ୍ଭୀରତାର ସହ ନିଆଯାଇନଥିଲା କିମ୍ବା ସଠିକ ଭାବରେ ରେକର୍ଡ କରାଯାଇ ନଥିଲା। ପ୍ରାରମ୍ଭିକ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆମେ କଲିକତା ହାଇକୋର୍ଟର ଦ୍ୱରସ୍ଥ ହୋଇଥିଲୁ। ହାଇକୋର୍ଟ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପାଇଁ ଗୋଟିଏ ମାସର ସମୟସୀମା ମଧ୍ୟ ଧାର‌୍ୟ୍ୟ କରିଛନ୍ତି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି।

ସୂଚନାରୁ ପ୍ରକାଶ; କୋଲକାତା ଆର୍‌ଜି କାର ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ପଢ଼ୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସଠିକ୍ ଭାବେ ତଦନ୍ତ କରିନଥିଲେ। ପ୍ରକୃତ ଦୋଷୀଙ୍କୁ ଧରିନଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜେପି ଏହାକୁ ଏକ ବଡ଼ ମୁଦ୍ଦା କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar