Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୂପେଶ ବଘେଲଙ୍କ ଉପସ୍ଥିତିରେ କର୍ମୀ ଦେଲେ 'ଚନ୍ନୀ ଜିନ୍ଦାବାଦ' ନାରା

ଭୂପେଶ ବଘେଲଙ୍କ ଉପସ୍ଥିତିରେ କର୍ମୀ ଦେଲେ 'ଚନ୍ନୀ ଜିନ୍ଦାବାଦ' ନାରା

ଣ୍ଡିଗଡ଼: ପ୍ରାୟତଃ ଆସନ୍ତାବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ତା'ପୂର୍ବରୁ ପଞ୍ଜାବରେ ଆରମ୍ଭ ହୋଇଛି କ୍ଷମତା ଲଢ଼େଇ। ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭା ସାଂସଦ ଚରଣଜିତ ସିଂହ ଚନ୍ନୀ ଓ କଂଗ୍ରେସ ରାଜ୍ୟ ସଭାପତି ଅମରିନ୍ଦର ସିଂହ ରାଜା ୱାଡିଂ।

ପତିଆରା ଜାହିର କରିବା ପାଇଁ ପରସ୍ପର ବିରୋଧରେ ବୟାନ ଦେଉଛନ୍ତି।

ସବୁଠାରୁ ମଜାଦାର କଥା ହେଉଛି ଆଜି ପଞ୍ଜାବ କଂଗ୍ରେସ ପ୍ରଭାରୀ ଭୂପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ଚନ୍ନୀଙ୍କ ସମର୍ଥକମାନେ 'ଚନ୍ନୀ ଜିନ୍ଦାବାଦ' ନାରା ଦେଇଥିଲା। ଯାହାକୁ ନେଇ ବୈଠକରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନା ଅସନ୍ତୋଷ ପ୍ରକାଶ କରି ମଞ୍ଚରୁ ଚେତାବନୀ ଦେଇଥିଲେ।

ସୂଚନାରୁ ପ୍ରକାଶ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ଚରଣଜିତ ସିଂହ ଚନ୍ନୀ ଓ ତାଙ୍କ ପୁଅ ରିଦମଜିତ ସୋସିଆଲ ମିଡିଆରେ ଏକ ରିଲ ସେୟାର କରିଥିଲେ। ଏହାକୁ ନେଇ ରାଜା ୱାଡିଂ କଡ଼ା ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ; ଅଧିକ ରିଲ ପୋଷ୍ଟ କଲେ କେହି ନିର୍ବାଚନ ଜିତି ପାରିବେନାହିଁ। ଯଦି ନେତା ଭଲ କାମ କରୁନାହାନ୍ତି, ତେବେ ସେ ଜିତିପାରିବେ ନାହିଁ। ସୋସିଆଲ ମିଡିଆ ରିଲ୍‌ରେ ଯଦି ନିର୍ବାଚନ ଜିତା ଯାଉଥାନ୍ତା, ତାହାହେଲେ ସିଦ୍ଧୁ ମୁସେୱାଲା ନିଶ୍ଚୟ ଜିତିଥାନ୍ତେ। କାରଣ ତାଙ୍କ ରିଲ୍‌ରେ ଲକ୍ଷ ଲକ୍ଷ ଭ୍ୟୁ ଥାଏ ବୋଲି ରାଜା ୱାଡ଼ିଂ କହିଥିଲେ।

ବିଦେଶ ଗସ୍ତକୁ ନେଇ ଚନ୍ନୀଙ୍କୁ କଟାକ୍ଷ: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଭୟଙ୍କର ପରାଜୟର ସମ୍ମୁଖୀନ ହୋଇଥିଲା। ଚନ୍ନୀ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଉଭୟ ଆସନରେ ପରାଜିତ ହୋଇଥିଲେ। ରାଜା ୱାଡିଂ ଏହାକୁ ନେଇ କଟାକ୍ଷ କରି କହିଥିଲେ; ମୁଁ ନିର୍ବାଚନ ପରେ ବିଦେଶ ଯାଇନଥିଲି। ଯେତେବେଳେ ଧାରଣା ପ୍ରଦର୍ଶନରେ ୧୦୦ ଜଣ କର୍ମୀ ମଧ୍ୟ ଆସୁନଥିଲେ, ସେହି ସମୟରୁ ମୁଁ କଂଗ୍ରେସକୁ ସୁଦୃଢ଼ କରିବାରେ ଲାଗିଛି ରାଜା ୱାଡିଂ କହିଛନ୍ତି।

ଚନ୍ନୀ ସମର୍ଥକଙ୍କ ଉପରେ ରାଗିଲେ ରଜିଆ ସୁଲତାନା: ରବିବାର ବରନାଲାରେ କଂଗ୍ରେସର କ୍ୟାମ୍ପେନ କମିଟିର ଏକ ବୈଠକ ହୋଇଥିଲା। ଏଥିରେ ଭୂପେଶ ବଘେଲ, ରାଜା ୱାଡିଂ, କୁଲଦୀପ ସିଂହ କାଲା ଢିଲ୍ଲୋନ, ରଜିଆ ସୁଲତାନାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ବୈଠକ ଆରମ୍ଭ ହେବା ମାତ୍ରେ ଚନ୍ନୀଙ୍କ ସମର୍ଥକମାନେ 'ଚନ୍ନୀ ଜିନ୍ଦାବାଦ' ନାରା ଦେଇଥିଲେ। ଏଥିରେ ରଜିଆ ସୁଲତାନା କ୍ଷୁବ୍ଧ ହୋଇ ବୈଠକର ପରିବେଶ ଖରାପ କରୁଥିବା ଲୋକଙ୍କୁ ତୁରନ୍ତ ବାହାର କରିବାକୁ କହିଥିଲେ। ଏହା ପରେ କିଛି ସମୟ ପାଇଁ ବୈଠକରେ ହଙ୍ଗାମା ସୃଷ୍ଟି ହୋଇଥିଲା।

ସମ୍ପୂର୍ଣ୍ଣ ଘଟଣା କଣ?: ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବ କଂଗ୍ରେସ ସଭାପତିଙ୍କୁ ପରିବର୍ତ୍ତନ କରିପାରେ। କିନ୍ତୁ କିଛି ଦିନ ପୂର୍ବରୁ ହାଇକମାଣ୍ଡ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଅମରିନ୍ଦର ସିଂହ ରାଜା ୱାଡିଂଙ୍କୁ ପଞ୍ଜାବ କଂଗ୍ରେସ ସଭାପତି ପଦରେ ବହାଲ ରଖାଯାଇଥିଲା।

ଚରଣଜିତ ସିଂହ ଚନ୍ନୀଙ୍କୁ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ ଚନ୍ନୀ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇପଡ଼ିଥିଲା। ପ୍ରକୃତରେ, ଚନ୍ନୀ ଓ ରାଜା ୱାଡିଂଙ୍କ ମଧ୍ୟରେ ପଞ୍ଜାବ କଂଗ୍ରେସ ସଭାପତି ପଦକୁ ନେଇ ଟଣାଓଟରା ଚାଲିଥିଲା। ଚନ୍ନୀ ଚାହୁଁଥିଲେ ଯେ ହାଇକମାଣ୍ଡ ତାଙ୍କୁ ପଞ୍ଜାବ କଂଗ୍ରେସର ନେତୃତ୍ୱ ଦିଅନ୍ତୁ।

ରାଜ୍ୟରେ ଗୋଷ୍ଠୀକନ୍ଦଳ ବଢ଼ୁଥିବା ଦେଖି କଂଗ୍ରେସ ହାଇକମାଣ୍ଡକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ପଞ୍ଜାବ ପ୍ରଭାରୀ ଭୂପେଶ ବଘେଲ ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ ଯେ ପ୍ରଦେଶ ସଭାପତିଙ୍କୁ ପରିବର୍ତ୍ତନ କରାଯିବ ନାହିଁ। ଏହା କୌଣସି ପୁତୁଳ ଖେଳ ନୁହେଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar