Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ରଜମୋହନ ରାମ ହେଲେ ଓଡ଼ିଶାର ରାଜ୍ୟପାଳ

ବ୍ରଜମୋହନ ରାମ ହେଲେ ଓଡ଼ିଶାର ରାଜ୍ୟପାଳ

ଭୁବନେଶ୍ୱର: ବ୍ରଜମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏହାଛଡ଼ା ଆଉ ୩ ରାଜ୍ୟପାଳଙ୍କୁ ନୂଆ ନିଯୁକ୍ତି ଦିଆଯାଇଥିବା ବେଳେ ଦୁଇ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ବ୍ରଜମୋହନ ରାମ ହେଉଛନ୍ତି ଝାରଖଣ୍ଡର ଜଣେ ଟାଣୁଆ ବିଜେପି ନେତା।

ତାଙ୍କର ଜନ୍ମ ପଲାମ ଜିଲ୍ଲା ଚାନ୍ଦୱାରେ ହୋଇଛି। ସେ ୧୯୯୬ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଲଗାତାର ପଲାମ ଲୋକସଭା ନିର୍ବାଚନମଣ୍ଡଳରୁ ନିର୍ବାଚିତ ହୋଇଥିଲେ। ଏଥିସହ ୧୯୯୧ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷିତ ତାଲିକା ଅନୁସାରେ, ଓମ୍ ପ୍ରକାଶ ମାଥୁରଙ୍କୁ କେରଳ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁ, ବ୍ରଜ ମୋହନ ରାମଙ୍କୁ ଓଡ଼ିଶା, ଡଃ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡଃ ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଓ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ଏହି ପରିବର୍ତ୍ତନ ମଧ୍ୟରେ ସିକ୍କିମର ରାଜ୍ୟପାଳ ଥିବା ଓମ୍ ପ୍ରକାଶ ମାଥୁର କେରଳକୁ ବଦଳି ହୋଇଥିବା ବେଳେ, କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ଦାୟିତ୍ୱ ନେବେ। ଅନ୍ୟ ଚାରି ଜଣଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar