Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଛି..ଛି.., ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲାନି ରାକ୍ଷାସ, ୪ ମାସ ଧରି ସ୍କୁଲ୍ ବସରେ ଡ୍ରାଇଭର୍ କରୁଥିଲା..

ଛି..ଛି.., ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲାନି ରାକ୍ଷାସ, ୪ ମାସ ଧରି ସ୍କୁଲ୍ ବସରେ ଡ୍ରାଇଭର୍ କରୁଥିଲା..

ଡ଼ିଶା ଭାସ୍କର ଡେସ୍କ: ଗ୍ରେଟର ନୋଏଡାର ନଲେଜ୍ ପାର୍କ ଥାଣା ଅଞ୍ଚଳସ୍ଥିତ ଏକ ନାମୀ ବେସରକାରୀ ସ୍କୁଲରେ ପଢ଼ୁଥିବା ସପ୍ତମ ଶ୍ରେଣୀର ଜଣେ ୧୫ ବର୍ଷୀୟା ଦିବ୍ୟାଙ୍ଗ ଛାତ୍ରୀଙ୍କ ସହ ସ୍କୁଲ ବସ୍ ଡ୍ରାଇଭର କ୍ରମାଗତ ୪ ମାସ ଧରି ଅଶ୍ଳୀଳ ବ୍ୟବହାର କରୁଥିବା ମାମଲା ସାମ୍ନାକୁ ଆସିଛି।

ପୀଡ଼ିତା ଜଣକ ଜାତୀୟ ସ୍ତରର ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି।

ଛାତ୍ରୀଙ୍କ ଜଣେ ସାଙ୍ଗ ଅଭିଯୁକ୍ତ ଡ୍ରାଇଭରର ଏହି କାରନାମା ଦେଖିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଅଭିଯୋଗ ମିଳିବା ପରେ ପୋଲିସ ଅଭିଯୁକ୍ତ ବସ୍ ଡ୍ରାଇଭର ଲଭ୍ କୁଶ ଯାଦବକୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି।

ଅନ୍ୟପଟେ ସ୍କୁଲ ପରିଚାଳନା କମିଟିକୁ ମଧ୍ୟ ନୋଟିସ୍ ଜାରି କରାଯାଇ ଡ୍ରାଇଭରର ନିଯୁକ୍ତି ଏବଂ ପୋଲିସ ଭେରିଫିକେସନ୍ ସମ୍ପର୍କିତ ଦସ୍ତାବିଜ୍ ମଗାଯାଇଛି। ପୀଡ଼ିତାଙ୍କ ବାପାଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ପିଲାଦିନରୁ ହିଁ ଶୁଣିବାରେ ଅସମର୍ଥ ଏବଂ ସେ ସ୍କୁଲ ବସ୍‌ରେ ଯାତାୟାତ କରେ।

ଏପ୍ରିଲ ମାସରେ ମିରଟ୍‌ରେ ଆୟୋଜିତ ସୁଟିଂ ପ୍ରତିଯୋଗିତା ପାଇଁ ସ୍କୁଲ ଟିମ୍ ସହ ଯିବା ସମୟରେ ଅଭିଯୁକ୍ତ ଡ୍ରାଇଭର ପ୍ରଥମ ଥର ପାଇଁ ଛାତ୍ରୀଙ୍କ ସହ ଅଶୋଭନୀୟ ଆଚରଣ କରିଥିଲା। ବିରୋଧ କରିବାରୁ ସେ ଇଶାରାରେ ଛାତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା, ଯାହାଫଳରେ ଛାତ୍ରୀ ଜଣକ ଡରିଯାଇ କେତେ ମାସ ଧରି କାହାକୁ କିଛି କହିନଥିଲେ।

ଏକାକୀ ପାଇ କରୁଥିଲା ନିର୍ଯାତନା: ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲ ବସ୍‌ରୁ ଅନ୍ୟ ପିଲାମାନଙ୍କୁ ପୂର୍ବରୁ ଓହ୍ଲାଇଦେବା ପରେ ସେ ଛାତ୍ରୀଙ୍କୁ ଏକାକୀ ପାଇ ତାଙ୍କ ସହ ଖରାପ ବ୍ୟବହାର କରୁଥିଲା। କେତେବେଳେ ତାଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଉଁଥିଲା ତ ଆଉ କେତେବେଳେ ଇଶାରାରେ ନିଜ ପାଖକୁ ଡାକୁଥିଲା, ଏପରିକି ଥରେ ତାଙ୍କ ଗୋଡ଼ ଧରି ଅଶ୍ଳୀଳ ହରକତ ମଧ୍ୟ କରିଥିଲା।

କ୍ରମାଗତ ନିର୍ଯାତନା ଯୋଗୁଁ ଛାତ୍ରୀ ଜଣକ ମାନସିକ ଚାପରେ ରହିବାକୁ ଲାଗିଥିଲେ ଏବଂ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି।

ସ୍କୁଲ ପ୍ରଶାସନକୁ ନୋଟିସ୍: ଜୁଲାଇ ୨୬ ରେ ଯେତେବେଳେ ଡ୍ରାଇଭର ପୁଣି ଥରେ ସେହିପରି ବ୍ୟବହାର କରିଥିଲା, ତାଙ୍କ ସାଙ୍ଗ ଏହା ଦେଖିଦେଇଥିଲା। ଏହା ପରେ ପ୍ରିନ୍ସିପାଲଙ୍କ ନିକଟରେ ଏନେଇ ଅଭିଯୋଗ କରାଯାଇଥିଲା। ଯେତେବେଳେ ଛାତ୍ରୀଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିବାକୁ ପାଇଲେ, ସେମାନେ ସ୍ତବ୍ଧ ହୋଇଯାଇଥିଲେ।

ନଲେଜ୍ ପାର୍କ ଥାଣା ଅଧିକାରୀ ବିନୋଦ କୁମାର କହିଛନ୍ତି ଯେ ସ୍କୁଲ ପରିଚାଳନା କମିଟିକୁ ନୋଟିସ୍ ଜାରି କରାଯାଇ ଡ୍ରାଇଭରର ନିଯୁକ୍ତି, ପୋଲିସ ଭେରିଫିକେସନ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ମଗାଯାଇଛି। ଏହା ସହିତ ସ୍କୁଲର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।

ତଦନ୍ତକାରୀ ଟିମ୍ ଶିକ୍ଷକ, କର୍ମଚାରୀ, ବସ୍ ଷ୍ଟାଫ୍ ଏବଂ ଅନ୍ୟ ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିବେ ଯାହାଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତାକୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି ଏବଂ ଏହି ମାମଲାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar