Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଧରା ପଡ଼ିଲା ଲାଞ୍ଚୁଆ ଡାଟାଏଣ୍ଟ୍ରି ଅପରେଟର

ଧରା ପଡ଼ିଲା ଲାଞ୍ଚୁଆ ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୦ ହଜାର ଟଙ୍କାର ବିଲ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲା ଡାଟାଏଣ୍ଟ୍ରି ଅପରେଟର। ହେଲା ବେଳା ଖରାପ ଥିଲା। ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାଜରେ ଧରାପଡ଼ିଗଲା। ଏପରି ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ଘଟିଛି।

ରାଜ ଜଙ୍କିଆ ପଞ୍ଚାୟତର ଅକ୍ଷୟ କୁମାର ମାଝୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ।

ନିର୍ଦ୍ଧାରିତ ସମୟରେ କାମ ଆରମ୍ଭ କରିଥିଲେ। ଏପରିକି ଠିକ୍ ସମୟରେ ଘର ନିର୍ମାଣ କାର୍ଯ୍ୟ ସାରିଥିଲେ। ତେଣୁ ଫାଇନାଲ ବିଲ୍ ବାବଦକୁ ୪୦ ହଜାର ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ବିଲ ପାସ ହେଉନଥିଲା। ଯେଉଁଥିପାଇଁ ଶ୍ରୀ ମାଝୀ ବାରମ୍ବାର ପଞ୍ଚାୟତ କାର‌୍ୟ୍ୟାଳୟ ଦୌଡ଼ୁଥିଲେ।

ପଞ୍ଚାୟତ ଡାଟାଏଣ୍ଟ୍ରି ପ୍ରଶାନ୍ତ କୁମାର ଭଟ୍ଟ ବିଲ ଅଟକାଉଥିବା ଶ୍ରୀ ମାଝୀ ଜାଣିବାକୁ ପାଇଥିଲେ। ପରେ ସେ ତାଙ୍କ ସହିତ ବିଲ ସମ୍ପର୍କରେ ଆଲୋଚନା କରିଥିଲେ। ସେହି ସମୟରେ ଶ୍ରୀ ଭଟ୍ଟ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କାମମୁଣ୍ଡ ଆଉଁସି ଶ୍ରୀ ମାଝୀ ପ୍ରଥମରେ ୭୦୦୦ ଟଙ୍କା ଦେଇଥିଲେ। ବାକି ୪ହଜାର ଟଙ୍କା ପରେ ଦେବେ ବୋଲି କହିଥିଲେ।

ହେଲେ ପରବର୍ତ୍ତୀ ସମୟରେ ଶ୍ରୀ ମାଝୀ ଏନେଇ ଭିଜିଲାନ୍ସ କାର‌୍ୟ୍ୟାଳୟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଶ୍ରୀ ମାଝୀ ବାକି ଥିବା ୪୦୦୦ ଟଙ୍କା ଦେଉଥିଲେ। ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ କାବୁ କରିଥିଲେ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ।

ଭିଜିଲାନ୍ସ ଟିମ୍ ତାଙ୍କୁ ଘନଘନ ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିବା ଜଣାପଡ଼ିଛି। ଏହି ଚଢାଉରେ ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର କୁମାର ବଳ, ଅଶୋକ କୁମାର ବିରୁଆ, ଇନସପେକ୍ଟର ମଧୁସ୍ମିତା କର ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଭବାନୀ ଶଙ୍କର ପଟ୍ଟନାୟକ ସାମିଲ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar