Gold-Silver Rate Today: ସୁନା ମୂଲ୍ୟରେ ଆଜି ମଧ୍ୟ ହ୍ରାସ ଦେଖିବାକୁ ମିଳୁଛି। ଆଜି ଜୁଲାଇ ୨ରେ ୨୪-କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୪୪,୫୫୦ ଟଙ୍କା ରହିଛି। ଏଥିରେ ଗତକାଲି ତୁଳନାରେ ୧.୩% ହ୍ରାସ ଘଟିଛି।
ଗତକାଲି ଦେଶରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧, ୪୬,୪୫୪ ଟଙ୍କା ଥିଲା, ଯେଉଁଥିରେ ୧,୯୦୪ ଟଙ୍କାର ହ୍ରାସ ଘଟିଛି।
ସେହିପରି ଭାରତରେ ଆଜି ୧୮-କ୍ୟାରେଟ୍ ସୁନା ମୂଲ୍ୟ ୧,୦୮,୪୧୨.୫ ଟଙ୍କା ରହିଛି, ଯେଉଁଥିରେ ଗତକାଲି ତୁଳନାରେ ପ୍ରତି ୧୦ ଗ୍ରାମ ପିଛା ୧,୪୨୮ ଟଙ୍କା ହ୍ରାସ ପାଇଛି। ମୂଲ୍ୟରେ ହୋଇଥିବା ଏହି ହ୍ରାସ ଅନୁଯାୟୀ, ଆଜି ୨୪ କ୍ୟାରେଟ୍ ର ୧ ଗ୍ରାମ ସୁନା ୧୯୦ ଟଙ୍କା ଶସ୍ତା ହୋଇଛି। ସେହିପରି ୧୦ ଟ୍ରାମ ସୁନାର ମୂଲ୍ୟ ସିଧାସଳଖ ପ୍ରାୟ ୧,୯୦୪ ଟଙ୍କା ଏବଂ ୧୦୦ ଗ୍ରାମର ମୂଲ୍ୟ ସିଧାସଳଖ ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ କମିଯାଇଛି।
ରୁପାର ମୂଲ୍ୟ କେତେ?
ଆଜି ହାଜିର ବଜାର (Spot Market) ରେ ନିମ୍ନ ସ୍ତରରେ କ୍ରେତାଙ୍କ ଆଗ୍ରହ (କିଣାବିକା) ଯୋଗୁଁ ରୁପା ମୂଲ୍ୟରେ ୦.୬୪% ର ସୁଧାର (ରିକଭରି) ଦେଖିବାକୁ ମିଳୁଛି। ଏହି ବୃଦ୍ଧି ଅନୁଯାୟୀ, ଆଜି ରୁପା ମୂଲ୍ୟ ଗତକାଲିର ବନ୍ଦ ହୋଇଥିବା ମୂଲ୍ୟ ତୁଳନାରେ ପ୍ରତି କିଲୋଗ୍ରାମ ପିଛା ୧,୪୦୦-୧,୫୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।
ମୂଲ୍ୟରେ ସୁଧାର ଆସିବା ପରେ ଆଜି ଦେଶର ଖୁଚୁରା ବଜାରରେ ରୁପା ପୁଣି ଥରେ ପ୍ରତି କିଲୋଗ୍ରାମ ପିଛା ୨,୪୦,୧୦୦ ଟଙ୍କା ସ୍ତରକୁ ଚାଲିଆସିଛି। କେତେକ ନିର୍ଦ୍ଦିଷ୍ଟ ବଜାରରେ ସ୍ଥାନୀୟ ଟ୍ୟାକ୍ସ ଯୋଗୁଁ ମୂଲ୍ୟ ପ୍ରତି କିଲୋଗ୍ରାମ ୨,୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଯଦି ୧ ଗ୍ରାମ ହିସାବରେ ଦେଖିବା, ତେବେ ରୁପା ମୂଲ୍ୟ ଗତକାଲି ତୁଳନାରେ ପ୍ରାୟ ୧.୫୦ ଟଙ୍କା ବୃଦ୍ଧି ପାଇ ୨୪୦.୧୦ ରୁ ୨୪୫ ଟଙ୍କା ମଧ୍ୟରେ ରହିଛି।
କାହିଁକି କମୁଛି ସୁନା ମୂଲ୍ୟ?
ଏହି ସମୟ ମଧ୍ୟରେ ସୁନା ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଘଟୁଥିବାରୁ ଆଗକୁ ମୂଲ୍ୟ ଆହୁରି କମିଯିବା ଭୟ ଲୋକଙ୍କ ମନରେ ରହିଛି। ଏଭଳି ପରିସ୍ଥିତିରେ ଲୋକେ ସୁନା କିଣିବା ବଦଳରେ ଏହାକୁ ବିକ୍ରି କରୁଛନ୍ତି। କେବଳ ଚଳିତ ତ୍ରୈମାସିକରେ ଭାରତୀୟମାନେ ପ୍ରାୟ ୫୦ ଟନ୍ ପୁରୁଣା ସୁନା ବିକ୍ରି କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ବଜାରରେ ହଠାତ୍ ସୁନାର ଯୋଗାଣ (ସପ୍ଲାଇ) ବଢ଼ିଯାଇଛି, ଯାହାଫଳରେ ମୂଲ୍ୟ ହ୍ରାସ ପାଉଛି।
ସୁନାର ହ୍ରାସ ପାଉଥିବା ମୂଲ୍ୟ ପଛରେ ଆମେରିକୀୟ ଫେଡେରାଲ୍ ରିଜର୍ଭକୁ ମଧ୍ୟ ଦାୟୀ କରାଯାଉଛି। ନିବେଶକମାନଙ୍କ ମନରେ ଆଶଙ୍କା ରହିଛି ଯେ, ଫେଡ୍ ରିଜର୍ଭ ଆଗକୁ ସୁଧ ହାର ହ୍ରାସ କରିବା ବଦଳରେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ରଖିପାରେ। ଯେହେତୁ ସୁନା ଉପରେ କୌଣସି ସୁଧ କିମ୍ବା ଡିଭିଡେଣ୍ଡ ମିଳେ ନାହିଁ, ତେଣୁ ଲୋକେ ସୁନା ଛାଡ଼ି ସରକାରୀ ବଣ୍ଡରେ ଟଙ୍କା ବିନିଯୋଗ କରୁଛନ୍ତି। ଏହି କାରଣରୁ ମଧ୍ୟ ସୁନାର ଚାହିଦା କମିଯାଇଛି। ଅନ୍ୟପଟେ, ଆମେରିକୀୟ ଡଲାର ଇଣ୍ଡେକ୍ସ ମଧ୍ୟ କ୍ରମାଗତ ଭାବେ ମଜଭୁତ ହେବାରେ ଲାଗିଛି; ଯେତେବେଳେ ଡଲାର ମଜଭୁତ ହୁଏ, ସେତେବେଳେ ଆନ୍ତର୍ଜାତୀୟ ବଜାରରେ ଅନ୍ୟ ମୁଦ୍ରା (କରେନ୍ସି) ପାଇଁ ସୁନା କିଣିବା ମହଙ୍ଗା ହୋଇଯାଏ, ସେଥିପାଇଁ ଏହାର ଚାହିଦା କମିଛି।

