Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହିରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ୪ ଗେଟ

ହିରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ୪ ଗେଟ

ମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ରବିବାର ଦିନ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଆହୁରି ୪ଟି ଗେଟ୍ ଖୋଲିଛନ୍ତି। ଏହାଫଳରେ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ବାମ ପଟର ୮ଟି ଏବଂ ଡାହାଣ ପଟର ୪ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୫ ଫୁଟ୍ ରହିଛି।

ପୂର୍ବରୁ ୮ଟି ଗେଟ୍ ଦେଇ ପାଣି ଛଡ଼ାଯାଉଥିଲା। ଏହି ସମୟରେ ଜଳଭଣ୍ଡାରକୁ ଆସୁଥିବା ପାଣିର ପରିମାଣ, ଉପରମୁଣ୍ଡରେ ବର୍ଷା ଏବଂ ନଦୀର ଜଳସ୍ତରକୁ ଆଖିଆଗରେ ରଖି ଗେଟ୍ ଗୁଡ଼ିକୁ ଖୋଲିବା ବା ବନ୍ଦ କରିବା ନେଇ କର୍ତ୍ତୃପକ୍ଷ ବିଚାରବିମର୍ଷ କରୁଛନ୍ତି।

ସୂଚନା ମୁତାବକ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୧୩.୮୫ ଫୁଟ୍ ଅଛି। ଜଳଭଣ୍ଡାରର ସୁରକ୍ଷା ଏବଂ ନିମ୍ନମୁଣ୍ଡର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପାଣି ଛଡ଼ାଯାଉଛି। ଯଦି ଭବିଷ୍ୟତରେ ଜଳଭଣ୍ଡାରକୁ ଆସୁଥିବା ପାଣିର ପରିମାଣ ବୃଦ୍ଧି ପାଏ, ତେବେ ଆବଶ୍ୟକତା ଅନୁଯାୟୀ ଅଧିକ ଗେଟ୍ ଖୋଲାଯାଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar