Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇତିହାସରେ କଳା ତାଲିକାରେ ୨୬ ତାରିଖ, ନେପାଳ ପ୍ରଳୟ ଠାରୁ ଆରମ୍ଭ କରି ମୁମ୍ବାଇ ଆକ୍ରମଣ ପର୍ଯ୍ୟନ୍ତ, ଭାରୀ ଅଶୁଭ ଏହି ଦିନ

ଇତିହାସରେ କଳା ତାଲିକାରେ ୨୬ ତାରିଖ, ନେପାଳ ପ୍ରଳୟ ଠାରୁ ଆରମ୍ଭ କରି ମୁମ୍ବାଇ ଆକ୍ରମଣ ପର୍ଯ୍ୟନ୍ତ, ଭାରୀ ଅଶୁଭ ଏହି ଦିନ

ଡ଼ିଶା ଭାସ୍କର ଡେସ୍କ: ନେପାଳରେ ଭୋଟେକୋଶୀ ନଦୀରେ ଆସିଥିବା ଭୟଙ୍କର ବନ୍ୟା ପରିସ୍ଥିତି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ବିପର୍ଯ୍ୟୟ ନେପାଳକୁ ଏଭଳି ଏକ କ୍ଷତି ଦେଇଛି ଯାହା କେବେବି ଭୁଲିହେବ ନାହିଁ। ହଜାର ହଜାର ଜୀବନ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଏହି ଘଟଣା ପୁଣିଥରେ '୨୬' ତାରିଖର ଅଭିଶପ୍ତ ଇତିହାସକୁ ଚର୍ଚ୍ଚାକୁ ଆଣିଛି।

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ୨୬ ତାରିଖ ଦିନ ଘଟିଥିବା ବଡ଼ ବଡ଼ ଦୁର୍ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମସ୍ତଙ୍କ ମନରେ ଏକ କୋହ ସୃଷ୍ଟି କରିଛି।

୨୬ ତାରିଖରେ ବିଭିନ୍ନ ଦେଶରେ ଘଟିଥିବା ପ୍ରମୁଖ ବିପର୍ଯ୍ୟୟଗୁଡ଼ିକ:

୨୬ ଅଗଷ୍ଟ ୨୦୨୬ (ନେପାଳ ବନ୍ୟା): ଗ୍ଲେସିୟର୍ ଫାଟିବା କାରଣରୁ ଭୋଟେକୋଶୀ ନଦୀରେ ହୋଇଥିବା ହଠାତ୍ ଜଳପ୍ରଳୟରେ ୯୩୯ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୯୨୫ ଜଣ ନିଖୋଜ ଅଛନ୍ତି।

୨୬ ଅକ୍ଟୋବର ୨୦୧୫ (ହିନ୍ଦୁକୁଶ ଭୂମିକମ୍ପ): ୭.୫ ପ୍ରାବଲ୍ଯର ଏହି ଭୂମିକମ୍ପରେ ଆଫଗାନିସ୍ତାନ, ପାକିସ୍ତାନ ଏବଂ ଉତ୍ତର ଭାରତରେ ପ୍ରାୟ ୪୦୦ ଲୋକଙ୍କ ଜୀବନ ଯାଇଥିଲା।

୨୬ ମେ' ୨୦୨୬ (ଇଣ୍ଡୋନେସିଆ ଭୂମିକମ୍ପ): ଇଣ୍ଡୋନେସିଆର ଯୋଗ୍ୟାକର୍ତ୍ତାରେ ଆସିଥିବା ୬.୩ ପ୍ରାବଲ୍ଯର ଭୂମିକମ୍ପରେ ପ୍ରାୟ ୫,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

୨୬ ଜୁଲାଇ ୨୦୦୫ (ମହାରାଷ୍ଟ୍ର ବନ୍ୟା): ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା (୯୪୪ ମିମି) ହେବା କାରଣରୁ ମହାରାଷ୍ଟ୍ରରେ ସମୁଦାୟ ୧,୦୯୪ ଜଣଙ୍କର ଜୀବନ ଯାଇଥିଲା।

୨୬ ଡିସେମ୍ବର ୨୦୦୪ (ସୁନାମି): ଇଣ୍ଡୋନେସିଆର ସୁମାତ୍ରା ତଟରେ ଆସିଥିବା ୯.୧ ତୀବ୍ରତାର ଭୂମିକମ୍ପ ଓ ସୁନାମି ଯୋଗୁଁ ୨,୨୮,ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୨୬ ଜାନୁଆରୀ ୨୦୦୧ (ଗୁଜୁରାଟ ଭୂମିକମ୍ପ): ଗୁଜୁରାଟର କଚ୍ଛ ଅଞ୍ଚଳରେ ଆସିଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୨୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

୨୬ ନଭେମ୍ବର ୨୦୦୮ (ମୁମ୍ବାଇ ଆତ୍ତଙ୍କବାଦୀ ଆକ୍ରମଣ): ଲସ୍କର-ଏ-ତୈବାର ଆତ୍ତଙ୍କବାଦୀମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିଥିଲେ।

୨୬ ଅଗଷ୍ଟ ୨୦୨୧ (କାବୁଲ ବିମାନବନ୍ଦର ବିସ୍ଫୋରଣ): ଆଫଗାନିସ୍ତାନର କାବୁଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ସମୁଦାୟ ୧୮୩ ଜଣଙ୍କର ମୃତ୍ୟୁ ଘଟିଥିଲା।

୨୬ ଏପ୍ରିଲ୍ ୧୯୮୬ (ଚେରନୋବିଲ୍ ପରମାଣୁ ବିପର୍ଯ୍ୟୟ): ୟୁକ୍ରେନର ଚେରନୋବିଲ୍ ପରମାଣୁ ବିଦ୍ୟୁତ୍ କେନ୍ଦ୍ରରେ ହୋଇଥିବା ବିସ୍ଫୋରଣ ୟୁରୋପରେ ବିରାଟ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

ଇତିହାସର ଏହିସବୁ ଘଟଣା ପ୍ରମାଣ କରେ ଯେ ‘୨୬’ ତାରିଖ ବିଶ୍ୱବ୍ୟାପୀ ଅନେକ ଗଭୀର କ୍ଷତ ଏବଂ କାନ୍ଦିବା ଭଳି ଦିନ ଦେଇଛି, ଯାହାକୁ କେବେବି ଭୁଲିହେବ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar