Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝାରପଡ଼ା ଜେଲ୍‌ରେ ୮ ଅନ୍ତେବାସୀ ଏଚ୍‌ଆଇଭି ପଜିଟିଭ, ଦୁଷ୍କର୍ମ ଅଭିଯୁକ୍ତ ଜେଲ୍ ଯିବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ

ଝାରପଡ଼ା ଜେଲ୍‌ରେ ୮ ଅନ୍ତେବାସୀ ଏଚ୍‌ଆଇଭି ପଜିଟିଭ, ଦୁଷ୍କର୍ମ ଅଭିଯୁକ୍ତ ଜେଲ୍ ଯିବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସ୍ପେଶାଲ ଜେଲ୍‌ (ଝାରପଡ଼ା)ରେ ଏବେ ହଇଚଇ ସୃଷ୍ଟି ହୋଇଛି। ଜେଲ୍ ପରିସରରେ ଏଚ୍‌ଆଇଭି (HIV) ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି, ଯାହା ଜେଲ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ସଦ୍ୟତମ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜେଲ୍‌ର ୮ ଜଣ ଅନ୍ତେବାସୀ ଏଚ୍‌ଆଇଭି ପଜିଟିଭ୍ ଥିବା ଚିହ୍ନଟ ହୋଇଛନ୍ତି।

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଠାରୁ ଲିଙ୍କ?

କିଛି ଦିନ ତଳେ ଏକ କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହିଳା ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜେଲ ଯିବା ପରେ ଉକ୍ତ ଅଭିଯୁକ୍ତ ଜଣକ ଏଡ୍‌ସ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳା ଥାନା ପକ୍ଷରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ସାରା ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

ଜେଲ୍ ପରିସରରେ ଭୟର ବାତାବରଣ: ବରିଷ୍ଠ ଅଧିକାରୀଙ୍କ ଘନ ଘନ ବୈଠକ

ଗୋଟିଏ ପଟେ ଦୁଷ୍କର୍ମ ଅଭିଯୁକ୍ତ ପଜିଟିଭ ବାହାରିବା ଏବଂ ଅନ୍ୟପଟେ ଜେଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇବା ପରେ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜେଲ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଘନ ଘନ ଜରୁରୀକାଳୀନ ବୈଠକ କରୁଛନ୍ତି ଏବଂ ସୁରକ୍ଷା ତଥା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar