Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Joint Loan ନେଇଛନ୍ତି କି, ତଲାକ୍ ପରେ କିଏ ସୁଝିବ EMI? ଘର କିଣିବା ପୂର୍ବରୁ ଜାଣନ୍ତୁ ଏହି ନିୟମ

Joint Loan ନେଇଛନ୍ତି କି, ତଲାକ୍ ପରେ କିଏ ସୁଝିବ EMI? ଘର କିଣିବା ପୂର୍ବରୁ ଜାଣନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ତଲାକ୍ ପରେ ଜଏଣ୍ଟ ହୋମ୍ ଲୋନ୍‌ର କ'ଣ ହୁଏ? ଏହାର ମାସିକ EMI ଭରିବା ଦାୟିତ୍ୱ କାହାର ହୁଏ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ। ତେବେ ଆସନ୍ତୁ, ଆଜି ଏହି ଖବର ମାଧ୍ୟମରେ ଜାଣିବା ଘର କିଣିବା ପୂର୍ବରୁ ବ୍ୟାଙ୍କ ଲୋନ୍ ଓ EMI ସହ ଜଡ଼ିତ କେଉଁ ନିୟମ ବିଷୟରେ ଜାଣିବା ଜରୁରୀ।

ଛାଡପତ୍ର ନେଇ ଆଇନଗତ ଭାବେ ଦୁଇଜଣ ଅଲଗା ହୋଇପାରନ୍ତି, କିନ୍ତୁ କେବଳ ଡିଭୋର୍ସ ହୋଇଗଲେ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ସଂସ୍ଥାରୁ ନିଆଯାଇଥିବା ଜଏଣ୍ଟ ଲୋନ୍ କିମ୍ବା ଫାଇନାନ୍ସିଆଲ୍ କଣ୍ଟ୍ରାକ୍ଟ ଆପେଆପେ ଶେଷ ହୋଇଯାଏ ନାହିଁ।

ସ୍ୱାମୀ-ସ୍ତ୍ରୀ ମିଶି ଜଏଣ୍ଟ ହୋମ୍ ଲୋନ୍ ନେଇଥିଲେ, ବିଚ୍ଛେଦ ପରେ ମଧ୍ୟ ସେହି ଲୋନ୍ ପରିଶୋଧ କରିବାର ଦାୟିତ୍ୱ ଆଇନଗତ ଓ ଆର୍ଥିକ ଭାବେ ଉଭୟଙ୍କ ଉପରେ ରହିଥାଏ।

ଆପଣଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇଗଲେ ମଧ୍ୟ ବ୍ୟାଙ୍କ ପାଇଁ ଉଭୟ ଜଣ ମୁଖ୍ୟ ଋଣଗ୍ରହୀତା ହୋଇ ରହିଥାନ୍ତି। ବ୍ୟାଙ୍କ ସହ ସ୍ୱାକ୍ଷର ହୋଇଥିବା ଲୋନ୍ ଏଗ୍ରିମେଣ୍ଟର ସମସ୍ତ ସର୍ତ୍ତ ସେପର୍ଯ୍ୟନ୍ତ ଲାଗୁ ରହେ, ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବକେୟା ଲୋନ୍ ପରିଶୋଧ ହୋଇନାହିଁ କିମ୍ବା ବ୍ୟାଙ୍କ ଔପଚାରିକ ଭାବେ ଏଥିରେ କୌଣସି ପରିବର୍ତ୍ତନ ପାଇଁ ସହମତ ହୋଇନାହିଁ।

ଲୋନ୍ ସୁଝିବାର କରିବାର ବିକଳ୍ପ କ'ଣ: ଛାଡ଼ପତ୍ର ପରେ ଜଣେ ପାର୍ଟନର ଚାହିଁଲେ ଘରର ମାଲିକାନା ଅଧିକାର ଏବଂ ବକେୟା ଲୋନ୍ ନିଜ ନାଁକୁ ଟ୍ରାନ୍ସଫର କରାଇପାରିବେ। ଏଥିପାଇଁ ବ୍ୟାଙ୍କ ଆପଣଙ୍କ ଆୟର ଉତ୍ସ ଏବଂ କ୍ରେଡିଟ୍ ସ୍କୋର ଯାଞ୍ଚ କରିବ।

ଆଉ ଏକ ବିକଳ୍ପ ହେଉଛି ସେଟଲମେଣ୍ଟ। ଉଭୟ ପାର୍ଟନରଙ୍କ ସହମତିରେ ଘର ବିକ୍ରି କରି ସେଥିରୁ ମିଳିଥିବା ଟଙ୍କାରେ ବ୍ୟାଙ୍କ ଲୋନ୍ ସମ୍ପୂର୍ଣ୍ଣ ପରିଶୋଧ କରିପାରିବେ। ଏହାପରେ ଟଙ୍କା ବଳକା ରହିଲେ, ଉଭୟଙ୍କ ମଧ୍ୟରେ ଭାଗ କରାଯାଇପାରିବ।

ଯଦି ଉଭୟ ସହମତ ହୁଅନ୍ତି, ତେବେ ଲୋନ୍ ସମ୍ପୂର୍ଣ୍ଣ ଶେଷ ହେବା ପର୍ଯ୍ୟନ୍ତ ନିଜ ନିଜ ଭାଗର ନିର୍ଦ୍ଧାରିତ EMI ଦେବା ଜାରି ରଖିପାରିବେ।

ଏଥିରୁ ସ୍ପଷ୍ଟ ଯେ, ଛାଡ଼ପତ୍ର ହୋଇଗଲେ ଲୋନ୍ କଣ୍ଟ୍ରାକ୍ଟରେ ଆପେଆପେ କୌଣସି ପରିବର୍ତ୍ତନ ହୁଏ ନାହିଁ। ତେଣୁ ଜଏଣ୍ଟ ହୋମ୍ ଲୋନ୍ ନେବା ସମୟରେ ଏକ ଆପୋଷ ଆଇନଗତ ଚୁକ୍ତି କରିବା ଜରୁରୀ।

ଏଥିରେ ସମ୍ପର୍କ ଭାଙ୍ଗିଗଲେ କିମ୍ବା ଭବିଷ୍ୟତରେ କୌଣସି ବିବାଦ ହେଲେ EMI କିଏ ଦେବ ଏବଂ ଘରର ମାଲିକାନା କାହାର ରହିବ, ସେ ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଉଚିତ।

ଲୋନ୍ ନେବା ସମୟରେ ଏହା ମଧ୍ୟ ଧ୍ୟାନ ଦେବା ଦରକାର ଯେ, ଜରୁରୀ ପରିସ୍ଥିତିରେ ଆପଣ ଏକାକୀ ସମ୍ପୂର୍ଣ୍ଣ EMI ଦେବାକୁ ସକ୍ଷମ କି ନୁହେଁ।

ବ୍ୟାଙ୍କ ଲୋନ୍ କିମ୍ବା EMI ସହ ଜଡ଼ିତ ନିୟମ: ବ୍ୟାଙ୍କ ପାଇଁ ଆପଣଙ୍କ ତଲାକ୍ ହୋଇଛି କି ନାହିଁ, ସେଥିରେ କୌଣସି ଫରକ ପଡ଼େ ନାହିଁ। ବ୍ୟାଙ୍କର ଚିନ୍ତା କେବଳ ନିଜ ଲୋନ୍‌କୁ ନେଇ। ଯେପର୍ଯ୍ୟନ୍ତ ଲୋନ୍ ସମ୍ପୂର୍ଣ୍ଣ ପରିଶୋଧ ହୋଇନାହିଁ, ସେପର୍ଯ୍ୟନ୍ତ ଉଭୟ ଜଣ ଆଇନଗତ ଭାବେ EMI ଦେବାକୁ ଦାୟୀ ରହିବେ।

ଯଦି ଜଣେ ପାର୍ଟନର EMI ଦେବାକୁ ମନା କରନ୍ତି କିମ୍ବା ଲୋନ୍‌ରେ ଡିଫଲ୍ଟ କରନ୍ତି, ତେବେ ଉଭୟ ପାର୍ଟନରଙ୍କ CIBIL ସ୍କୋର ଖରାପ ହୋଇପାରେ।

ଯଦି କୋର୍ଟ ତଲାକ୍ ରାୟରେ ଜଣେ ପାର୍ଟନରଙ୍କୁ ଲୋନ୍ ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଥାଏ, ତଥାପି ବ୍ୟାଙ୍କର ରେକର୍ଡରେ ଉଭୟ ଜଣ ଋଣଦାତା ଭାବେ ରହିପାରନ୍ତି। ବ୍ୟାଙ୍କରୁ ଜଣଙ୍କ ନାମ ହଟାଇବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବ୍ୟାଙ୍କ ଉଭୟଙ୍କଠାରୁ ଲୋନ୍ ଆଦାୟ କରିପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar