Dailyhunt
କ'ଣ LPG ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର? ସରକାର କହିଲେ ସତ୍ୟତା

କ'ଣ LPG ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର? ସରକାର କହିଲେ ସତ୍ୟତା

Petrol-Diesel Price: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଓ ଅଶାନ୍ତି ମଧ୍ୟରେ ବିଶ୍ୱ ଶକ୍ତି ବଜାର ଗଭୀର ସଙ୍କଟ ଦେଇ ଗତି କରୁଛି। ବିଶେଷକରି ହର୍ମୋଜ୍ ଜଳମାର୍ଗରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ପରେ ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିବାକୁ ଯାଉଥିବା ସୂଚନା ମିଳିଛି।

ଆଜିକାଲି ସୋସିଆଲ ମିଡିଆରେ ଏକ ଜାଲ୍ ଦଲିଲ (Fake Document) ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଦାବି କରାଯାଇଛି ଯେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପେଟ୍ରୋଲ ଦରରେ ୧୦ ଟଙ୍କା ଏବଂ ଡିଜେଲ ଦରରେ ୧୨.୫୦ ଟଙ୍କା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ PIB Fact Check ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

PIB କ'କହିଲା?

PIB ସ୍ପଷ୍ଟ ଭାବେ ଜଣାଇଛି ଯେ, ଏହା ଏକ ମିଥ୍ୟା ବା FAKE ନ୍ୟୁଜ୍ ଏବଂ ସରକାର ଏଭଳି କୌଣସି ନିର୍ଦ୍ଦେଶ ଜାରି କରିନାହାନ୍ତି। ଏଭଳି କୌଣସି ଅପୁଷ୍ଟ ଏବଂ ବିଭ୍ରାନ୍ତିକର ଖବରକୁ ସୋସିଆଲ ମିଡିଆରେ ସେୟାର ନକରିବାକୁ PIB ନାଗରିକମାନଙ୍କୁ ଅନୁରୋଧ କରିଛି।

ଏହା ସତ୍ତ୍ୱେ, ଆଧିକାରିକ ସୂତ୍ର ଅନୁଯାୟୀ କୁହାଯାଉଛି ଯେ ଆଗାମୀ ସମୟରେ ଘରୋଇ LPG ସିଲିଣ୍ଡର ପିଛା ୪୦-୫୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ। ଯଦି ଏହା ହୁଏ, ତେବେ ଗତ ଚାରି ବର୍ଷ ମଧ୍ୟରେ ଇନ୍ଧନ ଦରରେ ଏହା ପ୍ରଥମ ବଡ଼ ବୃଦ୍ଧି ହେବ। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିକଟରେ ବ୍ୟାରେଲ ପିଛା ୧୨୦-୧୨୬ ଡଲାରରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଏହା ୧୦୦ ଡଲାର ଉପରେ ରହିଛି।

କ'ଦରବୃଦ୍ଧିହେବ?

ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (CEA) ଭି. ଅନନ୍ତ ନାଗେଶ୍ୱରନ ଚେତାବନୀ ଦେଇଛନ୍ତି ଯେ, ସ୍ୱଳ୍ପ ମୌସୁମୀ ଏବଂ ଶକ୍ତିର ବର୍ଦ୍ଧିତ ଦର ଯୋଗୁଁ ଆଗାମୀ ମାସଗୁଡ଼ିକରେ ‘ମୁଦ୍ରାସ୍ଫୀତି ବା ଦରବୃଦ୍ଧି’ ହଠାତ ବଢ଼ିପାରେ। ପଶ୍ଚିମ ଏସିଆର ସଂଘର୍ଷ ଭାରତ ଉପରେ ଚାରି ପ୍ରକାର ପ୍ରଭାବ ପକାଉଛି:

୧. ଦର ଓ ଯୋଗାଣରେ ହଠାତ୍ ପରିବର୍ତ୍ତନ।

୨. ବାଣିଜ୍ୟରେ ବାଧା।

୩. ଲଜିଷ୍ଟିକ୍ସ ଖର୍ଚ୍ଚ ବୃଦ୍ଧି।

୪. ବିଦେଶରୁ ଆସୁଥିବା ଟଙ୍କା (Remittance) କମିବା।

ସେ କହିଛନ୍ତି ଯେ ଭାରତ ଏହାର ୬୦ ପ୍ରତିଶତ LPG ଆବଶ୍ୟକତା ଆମଦାନୀ କରିଥାଏ, ଯାହାର ୯୦ ପ୍ରତିଶତ ଏବେ ବନ୍ଦ ହୋଇଯାଇଥିବା ଷ୍ଟ୍ରେଟ ଅଫ୍ ହର୍ମୋଜ୍ (Strait of Hormuz) ଦେଇ ଆସିଥାଏ। ଏହା ଏକ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସ୍ଥିତି। ତୈଳ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁସାରେ, ଦର ଅପରିବର୍ତ୍ତିତ ରହିଥିବାରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲରେ ଲିଟର ପିଛା ପ୍ରାୟ ୨୦ ଟଙ୍କା ଏବଂ ଡିଜେଲରେ ପ୍ରାୟ ୧୦୦ ଟଙ୍କା କ୍ଷତି ସହୁଛନ୍ତି।

ଆଜିର ପେଟ୍ରୋଲ-ଡିଜେଲ ଦର (ପ୍ରତି ଲିଟର):

ସହରପେଟ୍ରୋଲଦର (ଟଙ୍କା)ଡିଜେଲଦର (ଟଙ୍କା)
ଦିଲ୍ଲୀ୯୪.୭୭୮୭.୬୭
ମୁମ୍ବାଇ୧୦୩.୫୪୯୦.୦୩
କୋଲକାତା୧୦୫.୪୫୯୨.୦୨
ଚେନ୍ନାଇ୧୦୦.୮୦୯୨.୩୯
ବେଙ୍ଗାଲୁରୁ୧୦୨.୯୨୯୦.୯୯
ଅହମ୍ମଦାବାଦ୯୪.୫୬୯୦.୨୫
ଭୋପାଳ୧୦୬.୫୨୯୧.୮୯
Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar