Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କ୍ୟାନ୍ସର ଚିକିତ୍ସା ସମୟରେ କାହିଁକି ଝଡ଼େ କେଶ, ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ଜରୁରୀ କଥା

କ୍ୟାନ୍ସର ଚିକିତ୍ସା ସମୟରେ କାହିଁକି ଝଡ଼େ କେଶ, ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ଜରୁରୀ କଥା

ଡିଶାଭାସ୍କର: କ୍ୟାନ୍ସର ଏପରି ଏକ ଭୟଙ୍କର ରୋଗ, ଯାହା ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଏହି କାରଣରୁ କ୍ୟାନ୍ସରର ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। ତେବେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଫଳରେ ବର୍ତ୍ତମାନ କ୍ୟାନ୍ସରର ଚିକିତ୍ସା ପୂର୍ବ ଅପେକ୍ଷା ଅଧିକ ସହଜ ଓ ପ୍ରଭାବଶାଳୀ ହୋଇଛି।

କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ କେମୋଥେରାପି ର ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କେଶ ଝଡ଼ିବା।

କିମୋଥେରାପି ଔଷଧ କ୍ୟାନ୍ସର କୋଷ ସହିତ ଶରୀରର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କେଶ ମୂଳର କୋଷଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଥାଏ। ଫଳରେ ଚିକିତ୍ସା ସମୟରେ ଅନେକ ରୋଗୀଙ୍କର କେଶ ଝଡ଼ିବା ଆରମ୍ଭ ହୋଇଥାଏ।

ଅଧିକାଂଶ ଲୋକ ଜାଣନ୍ତି ଯେ କ୍ୟାନ୍ସରର ଚିକିତ୍ସା ସମୟରେ କେଶ ଦ୍ରୁତ ଗତିରେ ଝଡ଼ିଯାଏ। ଏହାକୁ ନେଇ ରୋଗୀମାନଙ୍କ ମନରେ ପ୍ରାୟତଃ ପ୍ରଶ୍ନ ଉଠେ ଯେ, କେଶ ଏତେ ଶୀଘ୍ର କାହିଁକି ଝଡ଼ୁଛି? କିନ୍ତୁ ଏହାର ପ୍ରକୃତ କାରଣ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ଆସନ୍ତୁ, ବିଶେଷଜ୍ଞଙ୍କଠାରୁ ଜାଣିବା ଏହାର କାରଣ।

କ୍ୟାନ୍ସର ଚିକିତ୍ସା ସମୟରେ କାହିଁକି ଝଡ଼େ କେଶ:

ଡାକ୍ତରଙ୍କ କହିବା ଅନୁସାରେ, କେମୋଥେରାପିର ଉଦ୍ଦେଶ୍ୟ କ୍ୟାନ୍ସର କୋଷଗୁଡ଼ିକୁ ନଷ୍ଟ କରିବା, କିନ୍ତୁ ଏହା ସହିତ ଶରୀରର କିଛି ସୁସ୍ଥ କୋଷ ମଧ୍ୟ ପ୍ରଭାବିତ ହୋଇପାରେ।

ଆମ କେଶର ମୂଳ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଷରେ ଗଠିତ ହୋଇଥାଏ। ସେଥିପାଇଁ କିମୋଥେରାପି ସମୟରେ ଏହି କୋଷଗୁଡ଼ିକ ମଧ୍ୟ ପ୍ରଭାବିତ ହୁଅନ୍ତି ଏବଂ କେଶ ଝଡ଼ିବା ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଦେଖାଯାଏ।

ସାଧାରଣତଃ କେମୋଥେରାପି ଆରମ୍ଭ ହେବାର ୨ରୁ ୩ ସପ୍ତାହ ପରେ କେଶ ଝଡ଼ିବା ଆରମ୍ଭ ହୋଇପାରେ। କେତେକ ରୋଗୀଙ୍କର କେବଳ ମୁଣ୍ଡର କେଶ ଝଡ଼ିଥାଏ, ଆଉ କେତେକଙ୍କର ଭ୍ରୂ, ଆଖିପତାର କେଶ ଏବଂ ଶରୀରର ଅନ୍ୟାନ୍ୟ ଅଂଶର କେଶ ମଧ୍ୟ ଝଡ଼ିପାରେ।

ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ। କାରଣ ଅଧିକାଂଶ କ୍ଷେତ୍ରରେ ଏହା ଅସ୍ଥାୟୀ ହୋଇଥାଏ ଏବଂ ଚିକିତ୍ସା ଶେଷ ହେବା ପରେ ପୁଣିଥରେ କେଶ ଗଜିବା ଆରମ୍ଭ କରେ।

ପୁଣି ଉଠେ କେଶ:

କେମୋଥେରାପି ସମ୍ପୂର୍ଣ୍ଣ ହେବାର କିଛି ସପ୍ତାହ କିମ୍ବା ମାସ ପରେ ସାଧାରଣତଃ କେଶ ପୁଣିଥରେ ଗଜିବା ଆରମ୍ଭ କରେ। ତେବେ ଆରମ୍ଭରେ ନୂଆ କେଶର ରଙ୍ଗ କିମ୍ବା ଗଠନ ପୂର୍ବଠାରୁ କିଛିଟା ଭିନ୍ନ ହୋଇପାରେ।

ଏହା ମଧ୍ୟ ଜାଣି ରଖିବା ଜରୁରୀ ଯେ, ପ୍ରତ୍ୟେକ କେମୋଥେରାପି ଔଷଧରେ କେଶ ଝଡ଼ିବା ଆବଶ୍ୟକ ନୁହେଁ। ସେହିପରି, ସମସ୍ତ ରୋଗୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ସମାନ ହୋଇନଥାଏ।

ଏହି କଥାକୁ ମନେରଖନ୍ତୁ:

ସେଥିପାଇଁ କୌଣସି ପ୍ରକାରର ଚିନ୍ତା କିମ୍ବା ସନ୍ଦେହ ଥିଲେ ରୋଗୀମାନେ ନିଜ ଅଙ୍କୋଲୋଜିଷ୍ଟଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଉଚିତ।

ଚିକିତ୍ସା ସମୟରେ ମାଇଲ୍ଡ ଶାମ୍ପୁ ବ୍ୟବହାର କରିବା, ମୁଣ୍ଡ ଚର୍ମର ଯଥାଯଥ ଯତ୍ନ ନେବା, ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ସହ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱ ଗ୍ରହଣ କରିବା ଦ୍ୱାରା ବହୁତ ଲାଭ ମିଳିଥାଏ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେଶ ପୁଣିଥରେ ଉଠିପାରେ, କିନ୍ତୁ କ୍ୟାନ୍ସରର ସଠିକ୍ ସମୟରେ ଏବଂ ସମ୍ପୂର୍ଣ୍ଣ ଚିକିତ୍ସା କରାଇବା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ବାଧିକ ଜରୁରୀ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar