Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କ୍ୟାପ୍ଟେନ୍ ହେବ ତ ଇଶାନ୍ କିଶନଙ୍କ ଭଳି, ୮ ବର୍ଷ ଭିତରେ ହାରି ନାହାଁନ୍ତି ଗୋଟେ ବି ମ୍ୟାଚ୍, ସାମ୍ନାକୁ ଆସିଲା ନିଆରା ରେକର୍ଡ

କ୍ୟାପ୍ଟେନ୍ ହେବ ତ ଇଶାନ୍ କିଶନଙ୍କ ଭଳି, ୮ ବର୍ଷ ଭିତରେ ହାରି ନାହାଁନ୍ତି ଗୋଟେ ବି ମ୍ୟାଚ୍, ସାମ୍ନାକୁ ଆସିଲା ନିଆରା ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଇଶାନ କିଶନଙ୍କ ଅଧିନାୟକତ୍ୱରେ ଇଷ୍ଟ ଜୋନ୍ ଦଲୀପ ଟ୍ରଫିର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ସେଣ୍ଟ୍ରାଲ ଜୋନ୍‌କୁ ପରାସ୍ତ କରି ଇଷ୍ଟ ଜୋନ୍ ଫାଇନାଲ ଟିକେଟ୍ ହାସଲ କରିଛି। ଏହି ବିଜୟ ପରେ ଇଶାନ କିଶନଙ୍କ ଅଧିନାୟକତ୍ୱକୁ ନେଇ ଏକ ଚମତ୍କାର ରେକର୍ଡ ସାମ୍ନାକୁ ଆସିଛି।

ଆଶ୍ଚର୍ଯ୍ୟର କଥା ହେଉଛି, ଇଶାନ କିଶନ ଆଜି ପର୍ଯ୍ୟନ୍ତ ଅଧିନାୟକ ଭାବେ ଗୋଟିଏ ବି ଫର୍ଷ୍ଟ କ୍ଲାସ୍ ମ୍ୟାଚ୍ ହାରିନାହାନ୍ତି।

ଗତ ପ୍ରାୟ ୮ ବର୍ଷ ଧରି ସେ ଫର୍ଷ୍ଟ କ୍ଲାସ୍ କ୍ରିକେଟରେ ଅଧିନାୟକତ୍ୱ କରୁଛନ୍ତି।

ଏହି ସମୟ ମଧ୍ୟରେ ସେ ମୋଟ ୧୫ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି। ଏଥିରୁ ୮ଟି ମ୍ୟାଚ୍‌ରେ ଦଳ ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚ୍ ଡ୍ର' ରହିଛି। ଅର୍ଥାତ୍, ଅଧିନାୟକ ଭାବେ ଇଶାନଙ୍କ ନାମରେ ଏପର୍ଯ୍ୟନ୍ତ ଗୋଟିଏ ବି ପରାଜୟ ନାହିଁ।

ଇଶାନ କିଶନ ୨୦୧୮ ମସିହାରେ ପ୍ରଥମଥର ପାଇଁ ଫର୍ଷ୍ଟ କ୍ଲାସ୍ କ୍ରିକେଟରେ ଅଧିନାୟକ ହୋଇଥିଲେ। ଆସାମ ବିପକ୍ଷ ସେହି ମ୍ୟାଚ୍‌ରେ ଝାଡ଼ଖଣ୍ଡ ଦଳ ମ୍ୟାଚ୍‌କୁ ଡ୍ର' ରଖିଥିଲା। ଏହାପରେ ହରିୟାଣା ବିପକ୍ଷରେ ଇଶାନଙ୍କ ଅଧିନାୟକତ୍ୱରେ ଝାଡ଼ଖଣ୍ଡ ପ୍ରଥମ ବିଜୟ ହାସଲ କରିଥିଲା।

ଦଲୀପ ଟ୍ରଫିର ସେମିଫାଇନାଲରେ ମଧ୍ୟ ଇଷ୍ଟ ଜୋନ୍‌କୁ ଫାଇନାଲରେ ପହଞ୍ଚାଇବାରେ ଇଶାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମ୍ୟାଚ୍‌ରେ ସେ ୪୧ଟି ବଲ୍‌ରୁ ଅପରାଜିତ ୩୯ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ।

ସେହିପରି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଇଷ୍ଟ ଜୋନ୍‌ର ବିଜୟରେ ଯୋଗଦାନ ଦେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୪୦ ରନ୍‌ର ପାଳି ଖେଳିଥିଲେ। ଏହା ପୂର୍ବରୁ ପ୍ରଥମ ଇନିଂସରେ ମଧ୍ୟ ସେ ଶତକରୁ ମାତ୍ର ୭ ରନ୍ ଦୂରରେ ରହିଯାଇଥିଲେ। ପ୍ରଥମ ଇନିଂସରେ ବୈଭବ ୯୩ ରନ୍ କରିଥିଲେ।

ଇଷ୍ଟ ଜୋନ୍ ଏବେ ଦଲୀପ ଟ୍ରଫିର ଫାଇନାଲରେ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ଇଶାନ କିଶନଙ୍କ ଏହି ଅପରାଜିତ ଅଧିନାୟକତ୍ୱ ରେକର୍ଡ ତାଙ୍କ କ୍ରିକେଟ୍ କ୍ୟାରିୟରର ଆଉ ଏକ ବଡ଼ ଉପଲବ୍ଧି ଭାବେ ସାମ୍ନାକୁ ଆସିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar