Dailyhunt
ଲଭ ରୋମାନ୍ସରେ ବ୍ୟସ୍ତ ତାରା; ଏଥର କାନ୍ସରେ ଦେଖାଇବେ ଝଲକ

ଲଭ ରୋମାନ୍ସରେ ବ୍ୟସ୍ତ ତାରା; ଏଥର କାନ୍ସରେ ଦେଖାଇବେ ଝଲକ

ମୁମ୍ବାଇ: ରେଡ୍ କାର୍ପେଟରେ ଚାଲିବେ ଅଭିନେତ୍ରୀ ତାରା ସୁତାରିୟା। ସେଥିପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ନିଜକୁ ପ୍ରସ୍ତୁତି ମଧ୍ୟ କରୁଛନ୍ତି। ନିଜର ଆଗାମୀ ଫିଲ୍ମ (Toxic) ପ୍ରମୋସନ୍ ଭିତରେ ଆନ୍ତର୍ଜାତୀୟ ମଞ୍ଚରେ ନିଜକୁ ଅତି ସୁନ୍ଦର ରୂପରେ ଦେଖାଇବା ପ୍ରସ୍ତୁତକୁ ଜୋରଦାର କରିଛନ୍ତି।

ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ହେଉଛି।

ଆଉ ରେଡ୍ କାର୍ପେଟରେ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି ନୀଳ ନୟନା ଐଶ୍ୱେର୍ଯ୍ୟା ରାୟ ବଚ୍ଚନ, ବ୍ଲାକ ବ୍ୟୁଟି ସୋନମ କପୁର, ଦୀପିକା ପାଦୁକୋଣ, ସେକ୍ସି କ୍ୱିନ୍ ପ୍ରିୟଙ୍କା ଚୋପ୍ରା ଓ ଉର୍ବଶୀ ରୌତେଲାଙ୍କ ପରି ଚର୍ଚ୍ଚିତ ସୁନ୍ଦରୀ। ଏଥର ବଲିଉଡ୍‌ରୁ ଆଉ ଜଣେଙ୍କ ନାଁ ଏଥିରେ ଯୋଡ଼ି ହେବାକୁ ଯାଉଛି। ସେ ହେଉଛନ୍ତି ତାରା ସୁତାରିୟା। ୨୦୨୬ ମସିହାରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏଥିପାଇଁ ସେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

ମିଡ଼ିଆ ରିପୋର୍ଟ ଅନୁସାରେ ତାରା ସୁତାରିୟାଙ୍କ ଫିଲ୍ମ ଟକ୍ସିକ (Toxic) ଆଗକୁ ରିଲିଜ ହେବାକୁ ଯାଉଛି। ସେଥିପାଇଁ ସେ ଜୋରଦାର ପ୍ରମୋସନ କରୁଛନ୍ତି। ତେବେ ତାହାରି ଭିତରେ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୯ ତମ ଦିନରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇବ।

ଆଜିକାଲି ତାରା ବେଶ ଚର୍ଚ୍ଚାରେ ଅଛନ୍ତି। ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ସେ କୁଆଡ଼େ ହ୍ୟାଣ୍ଡସମ୍ ହିରୋ ଆଦିତ୍ୟ ରାୟ କପୁରଙ୍କୁ ଡେଟ୍ କରୁଛନ୍ତି। ପ୍ରତ୍ୟେକ ଇଭେଣ୍ଟରେ ଉଭୟଙ୍କୁ ଏକାଠୀ ଦେଖିବାକୁ ମିଳୁଛି।

ଚଳିତବର୍ଷ କାନ୍ସକୁ ଆସିବେନି ପ୍ରିୟଙ୍କା

ତାରା ସୁତାରିୟା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ବଲିଉଡ୍‌ର ହଟ୍ ଓ ସେକ୍ସି କ୍ୱିନ ପ୍ରିୟଙ୍କା ଚୋପ୍ରା ଏଥର ଆସିବେ ନାହିଁ। ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ମେ ୪ ତାରିଖରେ ନ୍ୟୁୟାର୍କର ମେଟ୍ରୋ ପୋଲିଟିସିଆନ୍ ମ୍ୟୁଜିୟମରେ ଆୟୋଜିତ ହେବାକୁ ଥିବା ମ୍ୟୁଜିକାଲ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ସେ କାନ୍ସକୁ ଆସିପାରିବେ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar