Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଦ ନିଶାରେ ପାଗଳାମୀର ସବୁ ସୀମା ପାର୍‌: ଗୋଟିଏ ନୁହେଁ, ଦୁଇ ଦୁଇଟି ଜୀଅନ୍ତା ସାପକୁ ଚୋବାଇ ଚୋବାଇ ଖାଇଗଲା ପାଷାଣ୍ଡ

ମଦ ନିଶାରେ ପାଗଳାମୀର ସବୁ ସୀମା ପାର୍‌: ଗୋଟିଏ ନୁହେଁ, ଦୁଇ ଦୁଇଟି ଜୀଅନ୍ତା ସାପକୁ ଚୋବାଇ ଚୋବାଇ ଖାଇଗଲା ପାଷାଣ୍ଡ

Snake Bite: ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥା ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ପାଗଳାମୀର ସବୁ ସୀମା ପାର୍ କରିଦେଇଛି । ଜଣେ ୪୬ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ଚୂର ହୋଇ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସାପକୁ ଚୋବେଇ ଚୋବେଇ ଖାଇଯାଇଛି । ବର୍ତ୍ତମାନ ଉକ୍ତ ବ୍ୟକ୍ତିଜଣକ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଏହି ଅଜବ ଘଟଣାଟି ଚତ୍ରା ଜିଲ୍ଲାର କୁନ୍ଦା ଥାନା ଅନ୍ତର୍ଗତ ବରୱାଡିହ ଟୋଲା ଗାଁରେ ଘଟିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ଗାଁର ବୁଧନ ଭାରତୀ ନାମକ ଜଣେ ବ୍ୟକ୍ତି ମଦ ପିଇ ନିଜ ସାଙ୍ଗମାନଙ୍କ ସହ ତାସ ଖେଳୁଥିଲେ । ଏହି ସମୟରେ ପାଖ କ୍ଷେତରୁ ଏକ ବିଷଧର ସାପ ଧାଇଁ ଆସି ବୁଧନଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା । ସାଧାରଣତଃ ସାପ ଦେଖିଲେ ଲୋକେ ଦୂରକୁ ପଳାନ୍ତି, କିନ୍ତୁ ମଦ ନିଶାରେ ଥିବା ବୁଧନ ସାପଟିକୁ ଝାମ୍ପ ମାରି ହାତରେ ଧରି ପକାଇଥିଲେ । ପାଖରେ ଥିବା ସାଙ୍ଗମାନେ ଚିତ୍କାର କରି ବାରଣ କରୁଥିଲେ ମଧ୍ୟ ସେ କାହାରି କଥା ନଶୁଣି ସାପଟିକୁ ଜୀବନ୍ତା ଚୋବାଇ ଚୋବାଇ ଖାଇଯାଇଥିଲେ ।

ଦ୍ୱିତୀୟ ସାପକୁ ମଧ୍ୟ ଖାଇଲେ

ଗୋଟିଏ ସାପକୁ ସମ୍ପୂର୍ଣ୍ଣ ଖାଇବା ପରେ ମଧ୍ୟ ବୁଧନଙ୍କ ମନ ଭରିନଥିଲା । ସେ ନିଶାର ଏଭଳି ଚରମ ସୀମାରେ ଥିଲେ ଯେ ତାଙ୍କୁ ନିଜ ଜୀବନର ସାମାନ୍ୟ ଭୟ ନଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସେ ସଙ୍ଗେ ସଙ୍ଗେ ପାଖ କ୍ଷେତକୁ ଦୌଡ଼ି ଯାଇଥିଲେ, ଯେଉଁଠାରେ ଗ୍ରାମବାସୀମାନେ ଅନ୍ୟ ଏକ ମରା ସାପକୁ ଫିଙ୍ଗି ଦେଇଥିଲେ । ବୁଧନ ସେହି ମରା ସାପକୁ ମଧ୍ୟ ଉଠାଇ ଚୋବାଇ ଖାଇଯାଇଥିଲେ ।

ଏହାପରେ ସେ ପୁଣି ଆସି ମଦ ପିଇଥିଲେ ଏବଂ ଆଉ ଏକ ସାପକୁ ଧରି ଖାଇବାକୁ ଯାଉଥିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ତାଙ୍କ ପରିବାର ଲୋକେ କାନ୍ଦି କାନ୍ଦି ସେଠାରେ ପହଞ୍ଚିଥିଲେ । ପରିବାର ଲୋକଙ୍କ ବହୁ ନେହୁରା ଏବଂ ହାତ ଗୋଡ଼ ଧରିବା ପରେ ବୁଧନ ଅଟକି ଯାଇଥିଲେ ।

ଡାକ୍ତରଖାନାରେ ଭର୍ତ୍ତି

ଘଟଣାର କିଛି ସମୟ ପରେ ବୁଧନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା ଏବଂ ତାଙ୍କ ସାରା ଶରୀର ହଳଦିଆ ପଡ଼ିଗଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ବିଷଧର ସାପ ଖାଇବା ଅତ୍ୟନ୍ତ ଜୀବନହନ୍ତା ଅଟେ । ଯଦି ସାପର ବିଷ ପେଟର କୌଣସି କ୍ଷତ କିମ୍ବା ରକ୍ତରେ ମିଶିଯାଏ, ତେବେ କିଛି ମିନିଟ୍ ମଧ୍ୟରେ ମୃତ୍ୟୁ ଘଟିପାରେ । ବର୍ତ୍ତମାନ ବୁଧନଙ୍କ ଚିକିତ୍ସା ଜାରି ରହିଛି ଏବଂ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar